ବିଦେଶୀ ସହାୟତା

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା ଅନୁମାନ କରୁଥିଲେ ତାହା ସତ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ କେବଳ ପୁରୁଷ ଓ ମହିଳା ରହିବେ ଏବଂ ପାନାମା କେନାଲ ଦଖଲ ଭଳି ନିଷ୍ପତ୍ତି ତାଙ୍କ ପରିବର୍ତ୍ତନ ମାନସିକତାକୁ ପ୍ରକାଶ କରିଛିି। ସବୁଠୁ ବଡ଼ କଥା ହେଲା ଆମେରିକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି ଭଳି ନୂଆ ବିଭାଗ ସୃଷ୍ଟି କରାଯାଇଛି।

ଜାନୁଆରୀ ୨୫ରେ କେବଳ ଇସ୍ରାଏଲ ଓ ଇଜିପ୍ଟକୁ ବାଦ୍‌ ଦେଲେ ୟୁକ୍ରେନ ସମେତ ଅନ୍ୟ ଦେଶଗୁଡ଼ିକୁ ବିଦେଶୀ ସହାୟତା ବନ୍ଦ କରିବାକୁ ଆମେରିକାର ପରରାଷ୍ଟ୍ର ସଚିବ ମାକ୍ରୋ ରୁବିଓ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମାରେ ‘ଆମେରିକା ପ୍ରଥମ’ ଆଭିମୁଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏହା ବ୍ୟତୀତ ଆମେରିକା ଦେଇଥିବା ବିତ୍ତୀୟ ସହାୟତାର ସମୀକ୍ଷା କରାଯିବା ସହ ଏଣିକି ଦେଶଗୁଡ଼ିକୁ ନୂଆ ପାଣ୍ଠି ଦିଆଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି। କେବଳ ଇସ୍ରାଏଲ ଓ ଇଜିପ୍ଟକୁ ଜରୁରୀ ଖାଦ୍ୟ ଓ ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆମେରିକାର ୨୦ଟି ସରକାରୀ ସଂସ୍ଥା ବିଦେଶୀ ସହାୟତାକୁ ପରିଚାଳନା କରିଥାନ୍ତି। ଏଥିରେ ୟୁନାଇଟେଡ ଷ୍ଟେଟ୍‌ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ( ୟୁଏସ୍‌ଏଆଇଡି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଥିଲା। ଏବେ ଉଭୟ ପକ୍ଷର ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ ତଥା ହମାସ କବଳରେ ଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ପର୍ଯାୟକ୍ରମେ ମୁକ୍ତ କରିବା ପ୍ରକ୍ରିୟା ଜାରି ରହିଛି। ଯୁଦ୍ଧ ବିରତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଇସ୍ରାଏଲକୁ ସାମରିକ ସହଯୋଗ ଜାରି ରଖିବା ନିଷ୍ପତ୍ତିରୁ ଏହା ସ୍ପଷ୍ଟ ଯେ, ପୂର୍ବତନ ରାଷ୍ଟ୍ରପତି ବାଇଡେନ ପ୍ରଶାସନର ଇସ୍ରାଏଲ ଆଭିମୁଖ୍ୟକୁ ଟ୍ରମ୍ପ୍‌ ବଜାୟ ରଖିଛନ୍ତି। ଉଲ୍ଲେଖନୀୟ ଯେ, ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳିରେ ବୃଦ୍ଧି କରିଥିବା ଆମଦାନୀ ଶୁଳ୍କକୁ ବାଇଡେନ ଅପରିବର୍ତ୍ତିତ ରଖିଥିଲେ, ଯାହାର ଲକ୍ଷ୍ୟ ଥିଲା ଚାଇନାକୁ ଅବଦମିତ କରି ରଖିବା। ଏଥିରେ ଭାରତ, ବ୍ରାଜିଲ ଭଳି ବିକାଶଶୀଳ ଦେଶଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ। କିନ୍ତୁ ଚାଇନାକୁ ଆମେରିକା ରୋକିବାରେ ବିଫଳ ହୋଇଥିବା କୁହାଯାଉଛି। ଏଥର ଚାଇନା ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଟ୍ରମ୍ପ୍‌ ବିଚାର କରିଛନ୍ତି ଓ ତାହା କେତେ ସଫଳ ହେବ ଆଗକୁ ଜଣାପଡ଼ିବ।

୨୦୨୩ରେ ଆମେରିକାର ବିଦେଶୀ ସହାୟତା ପରିମାଣ ହେଉଛି ୬୮ ବିଲିୟନ ଡଲାର। ଏଥିରେ ୟୁକ୍ରେନ ସବୁଠୁ ଅଧିକ ପାଖାପାଖି ୧୭.୨ ବିଲିୟନ ଆମେରିକୀୟ ଡଲାର ପାଇଥିବାବେଳେ ଏହା ପଛକୁ ଇସ୍ରାଏଲ ପାଇଥିଲା ୩.୩ ବିଲିୟନ ଡଲାର। ତୃତୀୟରେ ଜୋର୍ଡାନ ୧.୭ ବିଲିୟନ ଡଲାର ଓ ଚତୁର୍ଥରେ ଇଜିପ୍ଟ ୧.୫ ବିଲିୟନ ଡଲାର ପାଇଥିଲେ । ତେବେ ଆମେରିକା ଗତ ଏକ ଦଶନ୍ଧିରେ ଅର୍ଥାତ୍‌ ୨୦୧୨ରୁ ୨୦୨୨ ମଧ୍ୟରେ ମୋଟ ବିଦେଶୀ ସହାୟତା ଆକାରରେ ୬୪୦ ବିଲିୟନ ଡଲାର ଅନ୍ୟଦେଶଗୁଡ଼ିକୁ ଦେଇଛି। ଦେଖିବାକୁ ଗଲେ ଦେଉଥିବା ବିଦେଶୀ ସହାୟତା ଏହାର ବଜେଟର ୦.୭ ପ୍ରତିଶତ। ଭାରତ ୧୯୪୭ରୁ ୨୦୧୨ ମଧ୍ୟରେ ଆମେରକିଠାରୁ ବିଦେଶୀ ସହାୟତା ଆକାରରେ ମୋଟ ୬୫.୧ ବିଲିୟନ ଡଲାର ଗ୍ରହଣ କରିଥିବା ୟୁଏସ୍‌ଏଆଇଡିର ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଦେଉଥିବା ବିଦେଶୀ ସହାୟତା ବିଭିନ୍ନ ଦେଶରେ ମୁଖ୍ୟତଃ ଜାତୀୟ ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ବୈଶ୍ୱିକ ସ୍ବାସ୍ଥ୍ୟ, ପରିବେଶ ଓ ମାନବୀୟ ସୁରକ୍ଷା ପାଇଁ ଉପଯୋଗ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଟ୍ରମ୍ପ୍‌ ଜାନୁଆରୀ ୨୧ରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ୨୦୧୫ରେ ଗୃହୀତ ପ୍ୟାରିସ ଚୁକ୍ତିରୁ ଓହରିଯିବା ସମ୍ପର୍କରେ ସୂଚିତ କରିବା ପରେ ସଙ୍କଟ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଚୁକ୍ତିରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ବା ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରି ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ୨୦୦ ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ତେବେ ଟ୍ରମ୍ପଙ୍କର ଏବକାର ନିିଷ୍ପତ୍ତି ମଧ୍ୟ ଭବିଷ୍ୟତରେ ଆମେରିକାର ଆର୍ଥିକ ଓ ପରିବେଶଗତ କ୍ଷତି ଘଟାଇବ।

ବିଶ୍ୱରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ସବୁଠୁ ଅଧିକ ଅର୍ଥ ଆମେରିକା ଯୋଗାଉଥିବାରୁ ଗରିବ ଦେଶଗୁଡ଼ିକ ଏଥିରେ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି। ୨୦୨୩ରେ ଏହି ସ୍ବାସ୍ଥ୍ୟ କ୍ଷେତ୍ରକୁ ସହାୟତା ପରିମାଣ ଥିଲା ୧୨.୯ ବିଲିୟନ ଡଲାର। ଏଣୁ ‘ଆମେରିକା ପ୍ରଥମ’ ବୋଲି ବିଚାର କରୁଥିବା ଟ୍ରମ୍ପ୍‌ ତାଙ୍କ ନିଜ ଦେଶ ପାଇଁ କେତେ ଲାଭ ସୃଷ୍ଟି କରିପାରିବେ ତାହା ଭବିଷ୍ୟତ କହିବ। କିନ୍ତୁ ଏବକାର ପଦକ୍ଷେପ ତତ୍‌କ୍ଷଣାତ ଅନେକ ଗରିବ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?