ଜବରଦଖଲ ଉଚ୍ଛେଦକୁ ନେଇ ହାଇଡ୍ରାମା

ବଲାଙ୍ଗୀର ଅଫିସ,୬ା୧: ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦକୁ ନେଇ ଗୁରୁବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ସହରର ଇଚ୍ଛାପଡା, ଇନ୍ଦିରାନଗର, ତୁଲସୀନଗର ସମେତ ଅନ୍ୟ କିଛିପଡାର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଜିଲାପାଳ ଅଫିସ ସମ୍ମୁଖକୁ ଆସି ଦୀର୍ଘ ସମୟ ଧରି ଘେରାଉ କରିବା ସହ ଧାରଣା ଦେଇଥିଲେ। କୌଣସି ପରିସ୍ଥିତିରେ ସହରରୁ ଜବରଦଖଲ ଉଚ୍ଛେଦ କରିବାକୁ ଦିଆଯିବନାହିଁ ବୋଲି କହିଥିଲେ। ଏହାସହିତ ୬ ତାରିଖ ବଲାଙ୍ଗୀର ବନ୍ଦ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଧାୟକ, ଜିଲାପାଳ ଏବଂ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପ୍ରାୟ ଦୁଇଘଣ୍ଟା ଧରି କଚେରୀ ଛକ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପୂର୍ବାହ୍ନ ୧୧ଟାରୁ ସ୍ଥାନୀୟ ଇଚ୍ଛାପଡା, ଇନ୍ଦିରାନଗର ଏବଂ ତୁଳସୀନଗରପଡାର ଶତାଧିକ ମହିଳା ଏକ ରାଲିରେ ସହର ପରିକ୍ରମାରେ ବାହାରିଥିଲେ। ସେମାନେ ଭାଗିରଥି ଛକ, କଳାମଣ୍ଡଳ ରୋଡ, ପିପି ଏକାଡେମୀ ଛକ ଦେଇ ଟିକ୍ରାପଡା ଛକ ଦେଇ ମସଜିଦ ଛକ ପଟକୁ ଯାଉଥିଲେ। ସଦର ପୋଲିସ ଏସ୍‌ଡିପିଓ ତୋଫାନ ବାଗ ଏବଂ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଟିକ୍ରାପଡା ଛକ ନିକଟରେ ଶୋଭାଯାତ୍ରାରେ ଥିବା ଲୋକଙ୍କୁ ଅଟକାଇଥିଲେ। ଯେଉଁ ରୁଟ୍‌ରେ ସେମାନେ ଶୋଭାଯାତ୍ରାରେ ଯିବାକୁ ଅନୁମତି ମାଗିଛନ୍ତି ସେହି ରାସ୍ତାରେ ନଯାଇ ଅନ୍ୟ ପଟକୁ କାହିଁକି ଯାଉଛନ୍ତି ବୋଲି ପଚାରିଥିଲେ। ବିଧାୟକ ନରସିଂହ ମିଶ୍ରଙ୍କ ଘରପଟକୁ ଶୋଭାଯାତ୍ରାରେ ଲୋକେ ଯାଉଥିବା ଖବର ପାଇ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଶୋଭାଯାତ୍ରା ସେଠାରୁ ଫେରି ଜିଲାପାଳ ଅଫିସ ସମ୍ମୁଖ କଚେରୀ ଛକରେ ପହଞ୍ଚତ୍ଥିଲା। ସେଠାରେ ପ୍ରାୟ ଦୁଇଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ମେଘନାଥପଡାର ଜଣେ ବୃଦ୍ଧା ବିନ ଥପା ମୂର୍ଚ୍ଛା ହୋଇଯାଇଥିଲେ। ସେଠାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିକ୍ଷୋଭକାରୀଙ୍କ ପକ୍ଷରୁ ପରେ ୫ ଜଣିଆ ପ୍ରତିନିଧି ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ପ୍ରଦ୍ୟୁତ୍‌ ମିଶ୍ର, ଦିଲୀପ ବଗର୍ତ୍ତି ଓ ଅନ୍ୟ ଜଣେ ମହିଳା ଜିଲାପାଳ ଅଫିସକୁ ଯାଇ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ତେବେ ଏହି ପ୍ରତିନିଧିମାନେ ଜିଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିବା ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜିଲାପାଳ ରାଣା କହିଥିଲେ ଯେ, ବସ୍ତି ଉଚ୍ଛେଦ ପ୍ରଶାସନର ଉଦ୍ଦେଶ୍ୟ ନୁହେଁ। ୨/୩ଟି ବଡ ପ୍ରକଳ୍ପ ରହିଛି। ଅନୁଦାନ ଆସି ପଡିରହିଛି। ଏଣୁ ମହାରାଣୀ ସାଗରର ସମସ୍ତ ଜଳଚର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହା ସହିତ ନୂଆ ଜିଲାପାଳ କାର୍ଯ୍ୟାଳୟ ଏବଂ ନୂଆ ଜିଲା କୋର୍ଟ ପାଇଁ ଆବଶ୍ୟକ ୧୫ ଏକର ଜମିରୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ କୌଣସି ଲୋକ ଜଳଚର ଜମି ଭିତରେ ରହିପାରିବେ ନାହିଁ। ଏହାସହିତ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ସୁନ୍ଦର ଯୋଜନା କରିଛନ୍ତି। ଲୋକେ ତାର ଫାଇଦା ଉଠାଇବା କଥା। ସହର ବିଷ୍ଣୁମୁଣ୍ଡା ଅଞ୍ଚଳରେ ପ୍ରାୟ ୧୦/୧୨ ଏକର ଜମି ବସ୍ତିବାସିନ୍ଦାଙ୍କ ପାଇଁ ଚିହ୍ନଟ କରାଯାଇ ଉନ୍ନୟନ କରାଯାଇଛି। ସେଠାରେ ରାସ୍ତାଘାଟ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା କରାଯାଇସାରିଛି। ଏହାସହିତ ୨୫୦ ଚିହ୍ନଟ ପରିବାର ମଧ୍ୟରୁ ଏଯାବତ୍‌ ୧୨୦ ପରିବାରକୁ ଜାଗା ମିଶନ ଯୋଜନାରେ ଜମିପଟ୍ଟା ଦିଆସରିଛି ବୋଲି କହିଥିଲେ। ଏହାପରେ ବିକ୍ଷୋଭକାରୀ ସେଠାରୁ ଫେରି ଆସିଥିଲେ।
ଇସ୍ତଫା ଦେବାକୁ ଯାଇଥିଲେ, ଫେରିଆସିଲେ ଉପାଧ୍ୟକ୍ଷା
ବଲାଙ୍ଗୀର ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଗୁରୁବାର ଇସ୍ତଫା ପତ୍ର ନେଇ ଜିଲାପାଳ ଅଫିସକୁ ଯାଇଥିଲେ। ଇଚ୍ଛାପଡା, ଇନ୍ଦିରାନଗରପଡାର ଲୋକଙ୍କୁ ଉଚ୍ଛେଦ କରାଯାଉଥିବାରୁ ସେ ଇସ୍ତଫା ଦେବାକୁ ଆସିଛନ୍ତି ବୋଲି କହିଥିଲେ। ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କହିବା ପରେ ସେ ସେଠାରୁ ଫେରି ଆସିଥିବା ଜଣାଇଛନ୍ତି। ସମସ୍ୟା ସମାଧାନ ଦିଗରେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri