ଜବରଦଖଲ ଉଚ୍ଛେଦକୁ ନେଇ ହାଇଡ୍ରାମା

ବଲାଙ୍ଗୀର ଅଫିସ,୬ା୧: ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦକୁ ନେଇ ଗୁରୁବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ସହରର ଇଚ୍ଛାପଡା, ଇନ୍ଦିରାନଗର, ତୁଲସୀନଗର ସମେତ ଅନ୍ୟ କିଛିପଡାର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଜିଲାପାଳ ଅଫିସ ସମ୍ମୁଖକୁ ଆସି ଦୀର୍ଘ ସମୟ ଧରି ଘେରାଉ କରିବା ସହ ଧାରଣା ଦେଇଥିଲେ। କୌଣସି ପରିସ୍ଥିତିରେ ସହରରୁ ଜବରଦଖଲ ଉଚ୍ଛେଦ କରିବାକୁ ଦିଆଯିବନାହିଁ ବୋଲି କହିଥିଲେ। ଏହାସହିତ ୬ ତାରିଖ ବଲାଙ୍ଗୀର ବନ୍ଦ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଧାୟକ, ଜିଲାପାଳ ଏବଂ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପ୍ରାୟ ଦୁଇଘଣ୍ଟା ଧରି କଚେରୀ ଛକ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପୂର୍ବାହ୍ନ ୧୧ଟାରୁ ସ୍ଥାନୀୟ ଇଚ୍ଛାପଡା, ଇନ୍ଦିରାନଗର ଏବଂ ତୁଳସୀନଗରପଡାର ଶତାଧିକ ମହିଳା ଏକ ରାଲିରେ ସହର ପରିକ୍ରମାରେ ବାହାରିଥିଲେ। ସେମାନେ ଭାଗିରଥି ଛକ, କଳାମଣ୍ଡଳ ରୋଡ, ପିପି ଏକାଡେମୀ ଛକ ଦେଇ ଟିକ୍ରାପଡା ଛକ ଦେଇ ମସଜିଦ ଛକ ପଟକୁ ଯାଉଥିଲେ। ସଦର ପୋଲିସ ଏସ୍‌ଡିପିଓ ତୋଫାନ ବାଗ ଏବଂ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଟିକ୍ରାପଡା ଛକ ନିକଟରେ ଶୋଭାଯାତ୍ରାରେ ଥିବା ଲୋକଙ୍କୁ ଅଟକାଇଥିଲେ। ଯେଉଁ ରୁଟ୍‌ରେ ସେମାନେ ଶୋଭାଯାତ୍ରାରେ ଯିବାକୁ ଅନୁମତି ମାଗିଛନ୍ତି ସେହି ରାସ୍ତାରେ ନଯାଇ ଅନ୍ୟ ପଟକୁ କାହିଁକି ଯାଉଛନ୍ତି ବୋଲି ପଚାରିଥିଲେ। ବିଧାୟକ ନରସିଂହ ମିଶ୍ରଙ୍କ ଘରପଟକୁ ଶୋଭାଯାତ୍ରାରେ ଲୋକେ ଯାଉଥିବା ଖବର ପାଇ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଶୋଭାଯାତ୍ରା ସେଠାରୁ ଫେରି ଜିଲାପାଳ ଅଫିସ ସମ୍ମୁଖ କଚେରୀ ଛକରେ ପହଞ୍ଚତ୍ଥିଲା। ସେଠାରେ ପ୍ରାୟ ଦୁଇଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ମେଘନାଥପଡାର ଜଣେ ବୃଦ୍ଧା ବିନ ଥପା ମୂର୍ଚ୍ଛା ହୋଇଯାଇଥିଲେ। ସେଠାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିକ୍ଷୋଭକାରୀଙ୍କ ପକ୍ଷରୁ ପରେ ୫ ଜଣିଆ ପ୍ରତିନିଧି ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ପ୍ରଦ୍ୟୁତ୍‌ ମିଶ୍ର, ଦିଲୀପ ବଗର୍ତ୍ତି ଓ ଅନ୍ୟ ଜଣେ ମହିଳା ଜିଲାପାଳ ଅଫିସକୁ ଯାଇ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ତେବେ ଏହି ପ୍ରତିନିଧିମାନେ ଜିଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିବା ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜିଲାପାଳ ରାଣା କହିଥିଲେ ଯେ, ବସ୍ତି ଉଚ୍ଛେଦ ପ୍ରଶାସନର ଉଦ୍ଦେଶ୍ୟ ନୁହେଁ। ୨/୩ଟି ବଡ ପ୍ରକଳ୍ପ ରହିଛି। ଅନୁଦାନ ଆସି ପଡିରହିଛି। ଏଣୁ ମହାରାଣୀ ସାଗରର ସମସ୍ତ ଜଳଚର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହା ସହିତ ନୂଆ ଜିଲାପାଳ କାର୍ଯ୍ୟାଳୟ ଏବଂ ନୂଆ ଜିଲା କୋର୍ଟ ପାଇଁ ଆବଶ୍ୟକ ୧୫ ଏକର ଜମିରୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ କୌଣସି ଲୋକ ଜଳଚର ଜମି ଭିତରେ ରହିପାରିବେ ନାହିଁ। ଏହାସହିତ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ସୁନ୍ଦର ଯୋଜନା କରିଛନ୍ତି। ଲୋକେ ତାର ଫାଇଦା ଉଠାଇବା କଥା। ସହର ବିଷ୍ଣୁମୁଣ୍ଡା ଅଞ୍ଚଳରେ ପ୍ରାୟ ୧୦/୧୨ ଏକର ଜମି ବସ୍ତିବାସିନ୍ଦାଙ୍କ ପାଇଁ ଚିହ୍ନଟ କରାଯାଇ ଉନ୍ନୟନ କରାଯାଇଛି। ସେଠାରେ ରାସ୍ତାଘାଟ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା କରାଯାଇସାରିଛି। ଏହାସହିତ ୨୫୦ ଚିହ୍ନଟ ପରିବାର ମଧ୍ୟରୁ ଏଯାବତ୍‌ ୧୨୦ ପରିବାରକୁ ଜାଗା ମିଶନ ଯୋଜନାରେ ଜମିପଟ୍ଟା ଦିଆସରିଛି ବୋଲି କହିଥିଲେ। ଏହାପରେ ବିକ୍ଷୋଭକାରୀ ସେଠାରୁ ଫେରି ଆସିଥିଲେ।
ଇସ୍ତଫା ଦେବାକୁ ଯାଇଥିଲେ, ଫେରିଆସିଲେ ଉପାଧ୍ୟକ୍ଷା
ବଲାଙ୍ଗୀର ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଗୁରୁବାର ଇସ୍ତଫା ପତ୍ର ନେଇ ଜିଲାପାଳ ଅଫିସକୁ ଯାଇଥିଲେ। ଇଚ୍ଛାପଡା, ଇନ୍ଦିରାନଗରପଡାର ଲୋକଙ୍କୁ ଉଚ୍ଛେଦ କରାଯାଉଥିବାରୁ ସେ ଇସ୍ତଫା ଦେବାକୁ ଆସିଛନ୍ତି ବୋଲି କହିଥିଲେ। ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କହିବା ପରେ ସେ ସେଠାରୁ ଫେରି ଆସିଥିବା ଜଣାଇଛନ୍ତି। ସମସ୍ୟା ସମାଧାନ ଦିଗରେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

୨୦୨୫-୨୬ ଆର୍ଥିକ ବର୍ଷର ଖରିବ ଧାନ କ୍ରୟ ଶୁଭାରମ୍ଭ

ଲୋଇସିଂହା,୫।୧୨(ସୁଶାନ୍ତ ବାରିକ) ବଲାଙ୍ଗୀର ଡିଏଲ ପିସି ବୈଠକରେ ହୋଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜିଲାର ଲୋଇସିଂହା ପାକ୍ସରୁ ଜିଲ୍ଲାସ୍ତରୀୟ ୨୦୨୫-୨୬ ଆର୍ଥିକ...

ହଠାତ୍‌ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯୁବକ: ଆଉ ତା’ପରେ ଘଟିଲା…

ସଇଁତଳା,୫।୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗିର ଶୁକ୍ରବାର ସକାଳ ସମୟରେ କୌଣସି ଏକ ଟ୍ରେନରୁ ଜଣେ ଯୁବକ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ...

ସମ୍ପର୍କୀୟ ଘରକୁ ଆସିଥିଲେ, ବାଇକରେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ତା’ପରେ…

ବଲାଙ୍ଗୀର, ୫।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ପାଟଣାଗଡ଼ ୫୭ନମ୍ବର ରାଜ୍ୟ ରାଜପଥ ରାସ୍ତା ାଙ୍କରପାଲି ଆର୍‌.ଆର୍‌.କଲୋନୀ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ...

ବଲାଙ୍ଗୀରରୁ ରାମେଶ୍ୱରମ – ମଦୁରାଇ ଅଭିମୁଖେ ଯାତ୍ରା, ବାହାରିଲେ ଏତେ ତୀର୍ଥଯାତ୍ରୀ

ବଲାଙ୍ଗୀର, ୪।୧୨(ସୁନିଲ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରୁ ବଲାଙ୍ଗୀର ଜିଲାର ବିଭିନ୍ନ ବ୍ଲକ...

ଦାଦନ ଚାଲାଣକୁ ନେଇ ବିଧାୟକ ଲକ୍ଷ୍ମଣ ବାଗ୍‌ – କାଉନସିଲର୍‌ ମୁହାଁମୁହିଁ: ଥାନାରେ ପରସ୍ପର ବିରୋଧରେ ଦେଲେ ଏତଲା

ବଲାଙ୍ଗୀର,୪।୧୨(ସୁନିଲ କୁମାର ମହାନ୍ତି):   ରେଲୱେ ଷ୍ଟେଶନ ଠାରେ ବୁଧବାର ରାତିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ କଣ୍ଟାବାଞ୍ଜି ଏନଏସି ଓ୍ବାର୍ଡ ନମ୍ବର ୧ର କାଉନସିଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri