ଫାଣ୍ଡି ଛକରୁ ଜବରଦଖଲ ଉଚ୍ଛେଦ

ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସହରର ବ୍ୟସ୍ତବହୁଳ ଫାଣ୍ଡିଛକ ଅଞ୍ଚଳରେ ରାସ୍ତା ଅବରୋଧ ସହ ବ୍ୟବସାୟ ଚଳାଇଥିବା ଦୋକାନୀଙ୍କୁ ଉଚ୍ଛେଦ ଲାଗି ପୌରପାଳିକା ପଦକ୍ଷେପ ଗ୍ରହଣ କରିଛି। ବିଶେଷ ଭାବେ ସେହି ଅଞ୍ଚଳରେ ଯାତାୟତରେ ସର୍ବଦା ବାଧକ ସାଜୁଥିବା ଫଳ ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏ ନେଇ ୧୫ଦିନ ପୂର୍ବେ ଅନ୍ୟତ୍ର ଉଠି ଯିବାକୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ବ୍ୟବସାୟ ଜାରି ରଖିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସମଗ୍ର ଫାଣ୍ଡି ଛକ ଅଞ୍ଚଳରୁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି।
ବାଲେଶ୍ୱର ସହରର ପୂରାତନ ଓଭର ବ୍ରିଜ ମରାମତି ସମୟରେ ପୋଲ ତଳୁ ସମସ୍ତ ଦୋକାନୀଙ୍କୁ ଗତ ୨୦୨୧ ଡିସେମ୍ବର ମାସରେ ଉଚ୍ଛେଦ କରାଯାଇଥିଲା। ତେବେ ଓଭରବ୍ରିଜ ମରାମତି ପରେ ସେଠାରେ ଦୋକାନ ଖୋଲିବା ପାଇଁ କୌଣସି ବ୍ୟବସାୟୀଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ସମସ୍ତ ଦୋକାନୀ ଅନ୍ୟତ୍ର ନିଜ ନିଜର ବ୍ୟବସ୍ଥା କରିଥିଲେ ମଧ୍ୟ ଫଳ ଦୋକାନୀମାନେ ଧିରେ ଧିରେ ନିଜର ପସରା ମେଲାଇଥିଲେ। ଗୋଟିଏ ପରେ ଗୋଟିଏ ଦୋକାନ ଖୋଲି ବ୍ୟବସାୟ ଚଳାଇବା ସହ ରାସ୍ତା ଅବରୋଧ କରୁଥିଲେ। ଯାତାୟତରେ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ଫାଣ୍ଡିଛକରେ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଉଚ୍ଛେଦ ଦୋକାନୀଙ୍କୁ ଅନ୍ୟତ୍ର ଭେଣ୍ଡିଂ ଜୋନ୍‌ ମାଧ୍ୟମରେ ଥଇଥାନ କରାଯିବ। ସେହିପରି ଆଗାମୀ ଦିନରେ ଏକ ସ୍କ୍ବାଡ୍‌ ଗଠନ ସହ ଫାଣ୍ଡି ଛକ ସମେତ ସହରର ଅନ୍ୟାନ୍ୟ ଅଞ୍ଚଳକୁ ଅବରୋଧ ମୁକ୍ତ ରଖିବା ପାଇଁ ଅଭିଯାନ ଆରମ୍ଭ ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ତଦସିଲଦାର ପ୍ରଧାନ ସୂଚନା ଦେଇଥିଲେ। ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ତେବେ ଉଚ୍ଛେଦ ବେଳେ ବିରୋଧ ନ କରି ଦୋକାନୀମାନେ ସେମାନଙ୍କ ସାମଗ୍ରୀ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri