ଫାଣ୍ଡି ଛକରୁ ଜବରଦଖଲ ଉଚ୍ଛେଦ

ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସହରର ବ୍ୟସ୍ତବହୁଳ ଫାଣ୍ଡିଛକ ଅଞ୍ଚଳରେ ରାସ୍ତା ଅବରୋଧ ସହ ବ୍ୟବସାୟ ଚଳାଇଥିବା ଦୋକାନୀଙ୍କୁ ଉଚ୍ଛେଦ ଲାଗି ପୌରପାଳିକା ପଦକ୍ଷେପ ଗ୍ରହଣ କରିଛି। ବିଶେଷ ଭାବେ ସେହି ଅଞ୍ଚଳରେ ଯାତାୟତରେ ସର୍ବଦା ବାଧକ ସାଜୁଥିବା ଫଳ ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏ ନେଇ ୧୫ଦିନ ପୂର୍ବେ ଅନ୍ୟତ୍ର ଉଠି ଯିବାକୁ ନୋଟିସ୍‌ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ବ୍ୟବସାୟ ଜାରି ରଖିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସମଗ୍ର ଫାଣ୍ଡି ଛକ ଅଞ୍ଚଳରୁ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି।
ବାଲେଶ୍ୱର ସହରର ପୂରାତନ ଓଭର ବ୍ରିଜ ମରାମତି ସମୟରେ ପୋଲ ତଳୁ ସମସ୍ତ ଦୋକାନୀଙ୍କୁ ଗତ ୨୦୨୧ ଡିସେମ୍ବର ମାସରେ ଉଚ୍ଛେଦ କରାଯାଇଥିଲା। ତେବେ ଓଭରବ୍ରିଜ ମରାମତି ପରେ ସେଠାରେ ଦୋକାନ ଖୋଲିବା ପାଇଁ କୌଣସି ବ୍ୟବସାୟୀଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ସମସ୍ତ ଦୋକାନୀ ଅନ୍ୟତ୍ର ନିଜ ନିଜର ବ୍ୟବସ୍ଥା କରିଥିଲେ ମଧ୍ୟ ଫଳ ଦୋକାନୀମାନେ ଧିରେ ଧିରେ ନିଜର ପସରା ମେଲାଇଥିଲେ। ଗୋଟିଏ ପରେ ଗୋଟିଏ ଦୋକାନ ଖୋଲି ବ୍ୟବସାୟ ଚଳାଇବା ସହ ରାସ୍ତା ଅବରୋଧ କରୁଥିଲେ। ଯାତାୟତରେ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ଫାଣ୍ଡିଛକରେ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଉଚ୍ଛେଦ ଦୋକାନୀଙ୍କୁ ଅନ୍ୟତ୍ର ଭେଣ୍ଡିଂ ଜୋନ୍‌ ମାଧ୍ୟମରେ ଥଇଥାନ କରାଯିବ। ସେହିପରି ଆଗାମୀ ଦିନରେ ଏକ ସ୍କ୍ବାଡ୍‌ ଗଠନ ସହ ଫାଣ୍ଡି ଛକ ସମେତ ସହରର ଅନ୍ୟାନ୍ୟ ଅଞ୍ଚଳକୁ ଅବରୋଧ ମୁକ୍ତ ରଖିବା ପାଇଁ ଅଭିଯାନ ଆରମ୍ଭ ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଅତିରିକ୍ତ ତଦସିଲଦାର ପ୍ରଧାନ ସୂଚନା ଦେଇଥିଲେ। ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ତେବେ ଉଚ୍ଛେଦ ବେଳେ ବିରୋଧ ନ କରି ଦୋକାନୀମାନେ ସେମାନଙ୍କ ସାମଗ୍ରୀ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri