କୋର୍ଟଙ୍କ ନିର୍ଦ୍ଦେଶରେ ମାଟିରେ ମିଶିଲା ଜବରଦଖଲକାରୀଙ୍କ ଘର

ନିରାକାରପୁର,୧୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଜମି ଅବରୋଧ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଗୟାବନ୍ଧ ଗ୍ରାମର ମହେନ୍ଦ୍ର ଭୁଜବଳ ଗୟାବନ୍ଧ, ମୌଜା ଖାତା ନମ୍ବର -୩୩୮, ପ୍ଲଟ୍‌ ନମ୍ବର-୮୬୭, କିସମ -ପୁରାତନ ପତିତ, ଡିସିମିଲି ୩୦କୁ ଜବରଦଖଲ କରି ଘର ତୋଳି ରହୁଥିଲେ। ଏହାକୁ ଅବରୋଧ ମାମଲା ସଂଖ୍ୟା ୯୩ /୨0୨୨/୨୩ ତଫସିଲରେ ଉଲ୍ଲେଖ କରିଥିବା ସରକାରୀ ଜମି ବିନା ଅନୁମତିରେ ଦଖଲ କରାଯାଇଥିଲା। ତେଣୁ ପୂର୍ବରୁ ଫର୍ମ ‘ଖ’ ଅନୁସାରେ ଦଖଲରେ ଥିବା ସରକାରୀ ସ୍ଥାନ ଛାଡ଼ିବା ପାଇଁ ଆଦେଶ ଦିଆଯାଇଥିଲା। ସେହି ଅନୁସାରେ ଆଜି ଉକ୍ତ ସ୍ଥାନ ଜବରଦଖଲ ମୁକ୍ତ ହୋଇଥିବା ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ସୂଚନା ଦେଇଛନ୍ତି। ଜବରଦଖଲ ଉଚ୍ଛେଦ ବେଳେ ତହସିଲ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ଋ଼ତୁମ୍ଭରା କରଙ୍କ ନିର୍ଦ୍ଦେଶରେ ପୋଲିସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।