ଭୋଗିବାକୁ ବାଧ୍ୟ

ଅନ୍ତର୍ଜାତୀୟ ନିୟମ-ଆଧାରିତ ବ୍ୟବସ୍ଥା ହେଉଛି ବାସ୍ତବରେ ଜଙ୍ଗଲୀ ଶାସନ ପାଇଁ ବ୍ୟବହୃତ ଏକ ବକ୍ରୋକ୍ତି ଏବଂ ଏହା ହିଁ ବୈଶ୍ୱିକ କ୍ଷମତା ରାଜନୀତିର ସଂଜ୍ଞା ନିରୂପଣକରେ। ପ୍ରାୟ ୨୪୦୦ ବର୍ଷ ପୂର୍ବେ ଲିଖିତ ଏକ ପ୍ରସିଦ୍ଧ ଇତିହାସ ବହି ଥିଲା ଅନ୍ତର୍ଜାତୀୟ ସମ୍ପର୍କ ସିଦ୍ଧାନ୍ତର ମୂଳଦୁଆ। ଏଥିରେ ଉଲ୍ଲେଖ ଅଛି ‘ଶକ୍ତିଶାଳୀମାନେ ଯାହା କରିପାରିବେ ତାହା ହିଁ କରନ୍ତି ଏବଂ ଦୁର୍ବଳମାନେ ସେସବୁ କିଛି ସହ୍ୟ କରନ୍ତି, ଯାହା ସେମାନେ ଭୋଗିବାକୁ ବାଧ୍ୟ।’ ମିଳିତ ଜାତିସଂଘ ଏବଂ ଏହାର ସୁରକ୍ଷା ପରିଷଦ ସମେତ ଅଗଣିତ ସଂସ୍ଥା ଥିବା ସତ୍ତ୍ୱେ ଆଜି ମଧ୍ୟ ଏହା ପ୍ରମାଣିତ ହେଉଛି। ଉଦାହରଣ ସ୍ବରୂପ, ପାଲେଷ୍ଟିନୀୟ କିମ୍ବା ଲେବାନୀୟମାନଙ୍କୁ କହିବା ଦରକାର ଯେ ଏକ ଅନ୍ତର୍ଜାତୀୟ ବ୍ୟବସ୍ଥା ଥିବା ସତ୍ତ୍ୱେ ଏକପାଖିଆ ଯୁଦ୍ଧରେ ସେମାନଙ୍କର ପିଲାମାନଙ୍କୁ ହତ୍ୟା କରାଯାଉଛି। ୟୁକ୍ରେନୀୟ, ଇରାନୀୟ, କ୍ୟୁବାନ୍‌, ଭିଏଟ୍‌ନାମ ଏବଂ ଆଫଗାନଙ୍କୁ ମଧ୍ୟ ସମାନ କଥା କୁହାଯିବା ଆବଶ୍ୟକ। ବାସ୍ତବତାକୁ ଦେଖିଲେ ଅନ୍ତର୍ଜାତୀୟ ବ୍ୟାପାର କ୍ଷେତ୍ରରେ ସ୍ବଳ୍ପ କିମ୍ବା ଅଧିକାଂଶ ଦେଶ ନିଜ ସ୍ବାଥର୍ର୍ ପାଇଁ କାମ କରିବା ସ୍ବାଭାବିକ, ଯାହା ଏବେ ଘଟୁଛି। ଭାରତ ବନ୍ଧୁ ବୋଲି କୁହାଯାଉଥିବା ଅନ୍ୟ ଦେଶର ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶଦେଇ ଏହି ବ୍ୟବସ୍ଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବାସ୍ତବତା ହେଉଛି ଯଦି ଭାରତ ଅନୁଭବ କରିବ ଯେ, ଅନ୍ୟ ଦେଶରୁ ବିପଦ ସୃଷ୍ଟି ହେଉଛି ଏବଂ ହୃଦ୍‌ବୋଧ କରିବ ଯେ ଏହାକୁ ଦୂରେଇଦେବା ପାଇଁ ନିଜେ ସୁଦୃଢ଼ , ସେତେବେଳେ ପଦକ୍ଷେପ ନେବା ଦରକାର। ତେବେ ଏହାକୁ ନେଇ ଉଠୁଥିବା ଅନେକ ପ୍ରଶ୍ନରୁ ଆସନ୍ତୁ ଗୋଟିଏ ଅନୁଧ୍ୟାନ କରିବା। ଏହି ବିପଦ କ’ଣ ଯାହା ବିରୋଧରେ ଆମେ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ଏବଂ ଏହା କେତେ ଭୟଙ୍କର? ଏ କ୍ଷେତ୍ରରେ ମୃତ୍ୟୁ ସମ୍ପର୍କିତ ତଥ୍ୟ ଆମକୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସୂଚିତକରେ। ଦକ୍ଷିଣ ଏସିଆ ଉଗ୍ରବାଦ ପୋର୍ଟାଲ ଦର୍ଶାଏ , ୧୯୮୪ରେ ଆରମ୍ଭ ହୋଇଥିବା ପଞ୍ଜାବ ହିଂସାରେ ସେତେବେଳେ ୪୫୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହି ବର୍ଷ ଅପରେଶନ ବ୍ଲୁ ଷ୍ଟାର୍‌ ପରେ ଜଣେ ପ୍ରଧାନମନ୍ତ୍ରୀ ହତ୍ୟାର ଶିକାର ହୋଇଥିଲେ। ୧୯୯୧ରେ ମୃତ୍ୟୁ ସଂଖ୍ୟା ବଢ଼ି ୫୦୦୦ରେ ପହଞ୍ଚିଥିଲା । ପରବର୍ତ୍ତୀ ବର୍ଷ ଏହା ଥିଲା ପ୍ରାୟ ୪୦୦୦ ଓ ପରେ ପୂରା କମିଗଲା। ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ପାଖାପାଖି ୧୨ ବର୍ଷରେ ବାର୍ଷିକ ମୃତ୍ୟୁ ସଂଖ୍ୟା ଶୂନ୍ୟ ଥିଲା। ବିଗତ ୬ ବର୍ଷ ମଧ୍ୟରେ ଏହା ଏକକ ସଂଖ୍ୟାରେ ସୀମିତ ଏବଂ କୌଣସି ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିନାହିଁ। ସରକାର ଏବଂ ସୁରକ୍ଷା ପ୍ରତିଷ୍ଠାନ ଭାବୁଛନ୍ତି ଯେ ଉଗ୍ରବାଦ ଏବେ ବି ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ଓ ଏଥିପାଇଁ ଅନ୍ୟ ଉପରେ ଅଭିଯୋଗ ଲଦି ଦିଆଯାଉଛି। ଘୃଣା ଅର୍ଥ ନୁହେଁ ଯେ, ସେମାନଙ୍କଠାରୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଅଛି। ତେବେ ଜାତୀୟ ସୁରକ୍ଷା ପ୍ରତି ବିପଦ ସମ୍ପର୍କରେ ଆମ ସରକାର କ’ଣ କହୁଛନ୍ତି ତାହାର ଉତ୍ତର କୌଣସି ସ୍ଥାନରେ ନ ଥିବା ଜଣାପଡ଼େ। ଜାନୁୟାରୀ ୨୦୨୧ରେ ଏକ ଥିଙ୍କ୍‌ ଟ୍ୟାଙ୍କ୍‌ ଜଣେ ଅବସରପ୍ରାପ୍ତ ଜେନେରାଲଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରକାଶ କରିଥିଲା। ସେଥିରେ ସେ ଲେଖିଥିଲେ, ସୈନ୍ୟବାହିନୀରେ ପ୍ରବର୍ତ୍ତିତ ପରିବର୍ତ୍ତନଗୁଡିକ ଅଗ୍ରଣୀ ଅଧିକାରୀଙ୍କୁ (ସେତେବେଳେ ଜେନେରାଲ ବିପିନ ରାୱତ) ନିଜର ରଣନୈତିକ ତଥା ସାମରିକ ବିଚକ୍ଷଣତା ପ୍ରଦର୍ଶନ କରିବାକୁ ଏକ ସୁଯୋଗ ଦେଇଥିଲା। ଦୁର୍ଭାଗ୍ୟବଶତଃ, ରିପୋର୍ଟ ସିଦ୍ଧାନ୍ତରେ ଦର୍ଶାଯାଇଛି ଯେ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏ ପର୍ଯ୍ୟନ୍ତ ପ୍ରତିରକ୍ଷା ରଣନୀତି ପ୍ରସ୍ତୁତ କରିନାହାନ୍ତି। ସମ୍ଭବତଃ ଏହା ପଛର ଏକ କାରଣ ହେଲା ବାସ୍ତବରେ ସମସ୍ୟାର ବିଶେଷତା କ’ଣ ତାହା ସରକାର ଏ ପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି।
୬ ବର୍ଷ ପୂର୍ବେ ୨୦୧୮ରେ ପ୍ରତିରକ୍ଷା ଯୋଜନା କମିଟି ସୃଷ୍ଟି ହୋଇଥିଲା । ଏହି କମିଟିର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଧ୍ୟକ୍ଷ ଥିବା ସହ ଏଥିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ସିଡିଏସ୍‌, ୩ ସେନା ମୁଖ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟର ସଚିବମାନେ ଥିଲେ। ମନୋହର ପାରିକର ଇନ୍‌ଷ୍ଟିଚ୍ୟୁଟ ଫର୍‌ ଡିଫେନ୍ସ ଷ୍ଟଡିଜ ଏବଂ ଆନାଲିସିସ୍‌ ଅନୁଯାୟୀ ଏହା ଉପରେ ପ୍ରତିରକ୍ଷା ସମ୍ପର୍କିତ ଅନେକ ଦାୟିତ୍ୱ ରହିଥିଲା। କିନ୍ତୁ ୩ ମେ ୨୦୧୮ ରେ କେବଳ ଥରେ ଏହାର ବୈଠକ ବସିଥିଲା ଏବଂ ପରେ ଏହା ଆଉ ହୋଇନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଗୋଟିଏ ସରକାର ଏବଂ ଏକ ଦଳ ଜାତୀୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହୁଛନ୍ତି। ଏହି ପ୍ରସଙ୍ଗରେ ଚଳିତ ବର୍ଷ ମେ’ ମାସରେ ପ୍ରକାଶିତ ରିପୋର୍ଟର ଶୀର୍ଷକ ଥିଲା ,‘ଲିଖିତ ଜାତୀୟ ସୁରକ୍ଷା ରଣନୀତି ନ ଥିବା ମାନେ ନୁହେଁ ଯେ ଭାରତରେ ଏକ ସିଡିଏସ୍‌ ନାହିଁ। ଏଥିରେ ପୂର୍ବତନ ଜେନେରାଲ ପ୍ରକାଶ ମେନନ୍‌ ଉଲ୍ଲେଖ କରିଥିଲେ ଯେ, ଅନେକ ଦଶନ୍ଧି ଧରି ସାମରିକ କ୍ଷେତ୍ରକୁ ଭାରତ ଯେଉଁ ରାଜନୈତିକ ମାର୍ଗଦର୍ଶନ କରିଆସିଛି ସେଥିରେ ପାକିସ୍ତାନକୁ ବଡ଼ ବିପଦ ଭାବେ ଦର୍ଶାଯାଇଛି। ଏବେ ଆମ ସାମ୍ନାରେ ଚାଇନା ବିପଦ ବୋଲି କୁହାଯାଉଛି । ବାସ୍ତବରେ ଏଭଳି ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ୨୦୦୯ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନିଙ୍କ ଦ୍ୱାରା ଲିଖିତ ‘ରକ୍ଷାମନ୍ତ୍ରୀଙ୍କ ଅପରେଶନାଲ ଡିରେକ୍ଟିଭ’ରେ ଜେନେରାଲ ମେନନ୍‌ଙ୍କ ମତ ଥିଲା ଯେ, ଏକ ସମନ୍ବିତ ଜାତୀୟ ସୁରକ୍ଷା ରଣନୀତି ନ ଥିବାରୁ ସଫଳତା ମିଳିପାରୁ ନାହଁ। ୨ ବର୍ଷ ପୂର୍ବେ ଏନ୍‌ଏସ୍‌ଏ ଦ୍ୱାରା ପରିଚାଳିତ ପ୍ରତିରକ୍ଷା ଯୋଜନା କମିଟିକୁ ଏହି କାର୍ଯ୍ୟ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ଏଥିରେ କିଛି ବି ଅଗ୍ରଗତି ହୋଇନାହିଁ। ଶୀର୍ଷରେ ଥାଇ କୌଣସିଥିରେ ଆଗ୍ରହ ରଖୁ ନ ଥିବା ଜଟିଳ ସଂସ୍ଥାଗୁଡ଼ିକରେ ଏହା ଘଟୁଛି । ମହାଶକ୍ତି ହେବାକୁ ଆଶା କରୁଥିବା ଏକ ଦେଶର ଲିଖିତ ଜାତୀୟ ସୁରକ୍ଷା ରଣନୀତି ନ ଥିବାର କାରଣ ହେଉଛି କାର୍ଯ୍ୟର ବୌଦ୍ଧିକ ଦିଗଗୁଡ଼ିକ ଉପରେ କୌଣସି ନିୟନ୍ତ୍ରଣ କିମ୍ବା କଠିନ ଦାୟିତ୍ୱ ପ୍ରତି ଆଗ୍ରହ ନାହିଁ ଏବଂ ଅର୍ଥହୀନ ତଥା ରାଜନୈତିକ ତାମସା ଉପରେ ଅଧିକ ଗୁରୁତ୍ୱ ଦିଆଯିବା। ସମାନ ବିଷୟରେ ଆମେରିକା ଏବଂ କାନାଡା ପ୍ରତି ଆମର ବିପରୀତ ପ୍ରତିକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ତାହା ହେଉଛି ଅନ୍ତର୍ଜାତୀୟ ବ୍ୟବସ୍ଥାର ସ୍ବରୂପ ଯେଉଁଥିରେ ଶକ୍ତିଶାଳୀମାନଙ୍କ କାର୍ଯ୍ୟକୁ ଦୁର୍ବଳମାନେ ଭୋଗିବାକୁ ବାଧ୍ୟ ହେଉଛନ୍ତି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି।

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri