Categories: ଜାତୀୟ

‘ସ୍ତ୍ରୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ’

ମୁମ୍ବାଇ,୧୩।୮: ବିବାହ ପରେ ସ୍ତ୍ରୀଙ୍କ ସହ ସ୍ବାମୀ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି ମୁମ୍ବାଇ ଆଡିସନାଲ ସେସନ ଜଜ୍ଜ ସଜ୍ଞାଶ୍ରୀ ଜେ ଘରାଟ କହିଛନ୍ତି। ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜଣେ ମହିଳା ସ୍ବାମୀ ନାଁରେ ଅଭିଯୋଗ ଆଣିଥିଲେ ଏହାର ଶୁଣାଣି କରି ଜଜ୍‌ ସଂଜ୍ଞାଶ୍ରୀ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ବାମୀ ହୋଇଥିବାରୁ ସେ ଶାରୀରିକ ସମ୍ପର୍କ ରଖି କୌଣସି ବେଆଇନ କାମ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ। ଏହାସହ ଅଭିଯୁକ୍ତ ସ୍ବାମୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୦ ନଭେମ୍ବର, ୨୨ରେ ସେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କ ଉପରେ ଅନେକ କଟକଣା ଲଗାଇଥିଲେ। ତାଙ୍କୁ ମାଡ଼ ମାରିବା ସହ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ। ବିବାହର ମାସକ ପରେ ସ୍ବାମୀ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଜାନୁଆରୀ ୨ ତାରିଖରେ ଦମ୍ପତି ମୁମ୍ବାଇ ନିକଟ ମହାବଳେଶ୍ୱର ଯାଇଥିଲେ। ଏଠାରେ ମଧ୍ୟ ସ୍ବାମୀ ଜଣଙ୍କ ବଳପୂର୍ବକ ତାଙ୍କ ସହ ସେକ୍ସ କରିଥିଲେ। ଏହି ଘଟଣା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡି ସହ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ମହିଳାଙ୍କର ଅଣ୍ଟା ତଳ ଅଂଶ ପାରାଲିସିସି ହୋଇଯାଇଥିବା କହିଥିଲେ। ଏହାପରେ ମୁମ୍ବାଇ ପୋଲିସ ମହିଳା ଜଣଙ୍କ ତାଙ୍କ ସୱାମୀ ଓ ଶାଶୂ ଘର ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବାରୁ ସୱାମୀ ଓ ଶାଶୂ ଘର ଲୋକ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share