ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଆପଣ ଚାହିଁଲେ କେତୋଟି ସହଜ ଉପାୟ ଆପଣେଇ ବେଦାଗ ଗୋରା ତ୍ୱଚା ପାଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ…

– ଓଟ୍ସ ପାଉଡର ଏକ ଚାମଚ ନେଇ ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ଏହ ପେଷ୍ଟକୁ ମୁହଁ, ବେକରେ ଭଲ ଭାବେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ପରେ ଏହାକୁ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।
– ଏକ ପାତ୍ରରେ ଏକ ଚାମଚ ଲିମ୍ବପତ୍ର ଗୁଣ୍ଡ, ଦୁଇ ଚାମଚ ଲେଖାଏ ଯଅ ଅଟା, ବୁଟ ଅଟା, ମୁଲତାନୀ ମାଟି, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ଧୀରେ ଧୀରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କଲେ ତ୍ୱଚାରେ ଥିବା ସମସ୍ତ ଦାଗ ଦୂର ହେବା ସହ ଗ୍ଲୋ ବଢିଥାଏ।
– ସ୍କିନ୍‌ ଡ୍ରାଏ ହୋଇଥିଲେ ବାଦାମ ଏବଂ ମହୁ ମିଶାଇ ପେଷ୍ଟ କରି ଲଗାନ୍ତୁ। କ୍ଷୀର ଏବଂ କେମୋମାଇଲ୍‌ ତେଲକୁ ମିଶାଇ ଲଗାଇଲେ ବି ସ୍କିନ୍‌ ମଶ୍ଚରାଇଜ୍‌ ହୋଇ ରହିବା ସହ ବେଦାଗ ହେବାରେ ସାହାଯ୍ୟ କରିଥାଏ।
– ଖଣ୍ଡ ହଳଦୀ, ସର ଏବଂ ଗୋଲାପଜଳକୁ ଏକାଠି ଗ୍ରାଇଣ୍ଡ କରି ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ। ମାତ୍ର କିଛିଦିନ ମଧ୍ୟରେ ଆପଣ ଫରକ ଜାଣିପାରିବେ। ତ୍ୱଚାର ରଙ୍ଗ ପୂର୍ବାପେକ୍ଷା ଅଧିକ ସଫା, ଚିକଣ ଏବଂ ବେଦାଗ ଲାଗିବ।