Categories: ଜାତୀୟ

ୟୁପିଏସ୍‌ସି ପ୍ରିଲିମ୍‌ ପାଇଁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ, ୬ା୨: କୋଭିଡ୍‌ ଯୋଗୁ ଅକ୍ଟୋବର ୨୦୨୦ରେ ଅନୁଷ୍ଠିତ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ପ୍ରିଲିମ୍‌ ପରୀକ୍ଷାରୁ ବଞ୍ଚିତ ହୋଇ ଶେଷ ସୁଯୋଗ ହରାଇଥିବା ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ଏ ନେଇ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କରୋନା ଯୋଗୁ ପରୀକ୍ଷାରୁୁ ବଞ୍ଚିତ ହୋଇଥିବା ଜଣେ ଛାତ୍ରୀ ରଚନା ସିଂ ଆଉ ଏକ ସୁଯୋଗ ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଜଷ୍ଟିସ ଏ. ଏମ୍‌. ଖାନଓ୍ବଲକର ଏହାର ଶୁଣାଣି କରି ଆଉ ଏକ ସୁଯୋଗ ଦେବାକୁ କେନ୍ଦ୍ରକୁ କହିଥିଲେ। ମେ ୨୦୨୦ରେ ପ୍ରଥମେ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ମହାମାରୀ ଯୋଗୁ ଏହାକୁ ଅକ୍ଟୋବର ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Share