ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ। କିନ୍ତୁ ଆପଣ ଜାଣନ୍ତି କି ‘ଇଶ୍କ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଏକ ଛୋଟ କଥାକୁ ନେଇ ମତଭେଦ ହୋଇଥିଲା, ଯେଉଁଥିପାଇଁ ଦୁହେଁ ୬-୭ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ କଥା ହୋଇ ନ ଥିଲେ।
ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ରୁବରୁ ରୋଶନି’ର ପ୍ରମୋସନ ସମୟରେ ଅମିର ଖାନ ଏହି କାହାଣୀକୁ ମନେ ପକାଇଲେ। ସେ କହଥିଲେ ‘ଇଶ୍କର ଶୁଟିଂ ସମୟରେ ଆମେ ଏକ ଛୋଟ ପ୍ରସଙ୍ଗରେ ଝଗଡା କରିଥିଲୁ। ଏହା ଏକ ଛୋଟ ପ୍ରସଙ୍ଗ ଥିଲା, କିନ୍ତୁ ମୁଁ ଭାବୁଛି ମୁଁ ସେତେବେଳେ ଟିକିଏ ଅହଂକାରୀ ଥିଲି। ତେଣୁ ମୁଁ ସ୍ଥିର କଲି ଯେ ମୁଁ ତାଙ୍କ ସହିତ ଆଉ କଥାବାର୍ତ୍ତା କରିବି ନାହିଁ। ଶୁଟିଂ ସେଟ ଉପରେ ମଧ୍ୟ ମୁଁ ତାଙ୍କଠାରୁ ଦୂରତା ରଖୁଥିଲ। ମୁଁ ଜାଣେ ନାହିଁ ମୁଁ କାହିଁକି ଏହା କଲି। ଯେତେବେଳେ ସେ ଆସି ମୋ ସହିତ ବସନ୍ତି ସେତେବେଳେ ମୁଁ ବାହାରକୁ ଚାଲିଯାଏ। ମୁଁ ଯାଇ ତାଙ୍କଠାରୁ ଅତି କମରେ ୫୦ ଫୁଟ ଦୂରରେ ବସେ। ମୁଁ ତାଙ୍କୁ କେବେ ହେଲେ ନମସ୍କାର କହି ନଥିଲି, କେବଳ ସେହି ଦୃଶ୍ୟ ସମୟରେ ଆମେ ସେହି ପେସାଦାର କଥା କହୁଥିଲୁ ।
୨୦୦୨ରେ ରିନା ଦତ୍ତାଙ୍କ ସହିତ ଛାଡପତ୍ର ପରେ ଅମିର ଜୁହିଙ୍କ ସହ କଥା ହୋଇଥିଲେ। ଅମିର କହିଥିଲେ, ରିନାଙ୍କ ସହ ମୋର ଛାଡପତ୍ର ବିଷୟରେ ଜୁହି ଜାଣିବା ପରେ ସେ ମୋତେ ସାକ୍ଷାତ କରିବାକୁ ଡାକିଲେ। କାରଣ ସେ ଉଭୟ ରିନା ଏବଂ ମୋର ନିକଟତର ଥିଲେ ଏବଂ ସେ ଆମର ମତଭେଦ ସମାଧାନ କରିବାକୁ ଚାହୁଁଥିଲେ। ଜୁହି ବୋଧହୁଏ ଜାଣିଥିଲେ ଯେ ମୁଁ ତାଙ୍କ ଫୋନ ଉଠାଇବି ନାହିଁ, ତଥାପି ସେ ମୋତେ ଡାକିଲେ। ଏହି କଥା ମୋ ହୃଦୟକୁ ଛୁଇଁଲା। ସେବେଠାରୁ ମୁଁ ତାଙ୍କ ସହ କଥା ହୋଇଥିଲି ବୋଲି ଅମିର କହିଥିଲେ। ‘କୟାମତ ସେ କୟାମତ ତକ’ ଚଳଚ୍ଚିତ୍ର ପରେ ଉଭୟ ମିର ଏବଂ ଜୁହି ରାତାରାତି ଷ୍ଟାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri