ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ। କିନ୍ତୁ ଆପଣ ଜାଣନ୍ତି କି ‘ଇଶ୍କ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଏକ ଛୋଟ କଥାକୁ ନେଇ ମତଭେଦ ହୋଇଥିଲା, ଯେଉଁଥିପାଇଁ ଦୁହେଁ ୬-୭ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ କଥା ହୋଇ ନ ଥିଲେ।
ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ରୁବରୁ ରୋଶନି’ର ପ୍ରମୋସନ ସମୟରେ ଅମିର ଖାନ ଏହି କାହାଣୀକୁ ମନେ ପକାଇଲେ। ସେ କହଥିଲେ ‘ଇଶ୍କର ଶୁଟିଂ ସମୟରେ ଆମେ ଏକ ଛୋଟ ପ୍ରସଙ୍ଗରେ ଝଗଡା କରିଥିଲୁ। ଏହା ଏକ ଛୋଟ ପ୍ରସଙ୍ଗ ଥିଲା, କିନ୍ତୁ ମୁଁ ଭାବୁଛି ମୁଁ ସେତେବେଳେ ଟିକିଏ ଅହଂକାରୀ ଥିଲି। ତେଣୁ ମୁଁ ସ୍ଥିର କଲି ଯେ ମୁଁ ତାଙ୍କ ସହିତ ଆଉ କଥାବାର୍ତ୍ତା କରିବି ନାହିଁ। ଶୁଟିଂ ସେଟ ଉପରେ ମଧ୍ୟ ମୁଁ ତାଙ୍କଠାରୁ ଦୂରତା ରଖୁଥିଲ। ମୁଁ ଜାଣେ ନାହିଁ ମୁଁ କାହିଁକି ଏହା କଲି। ଯେତେବେଳେ ସେ ଆସି ମୋ ସହିତ ବସନ୍ତି ସେତେବେଳେ ମୁଁ ବାହାରକୁ ଚାଲିଯାଏ। ମୁଁ ଯାଇ ତାଙ୍କଠାରୁ ଅତି କମରେ ୫୦ ଫୁଟ ଦୂରରେ ବସେ। ମୁଁ ତାଙ୍କୁ କେବେ ହେଲେ ନମସ୍କାର କହି ନଥିଲି, କେବଳ ସେହି ଦୃଶ୍ୟ ସମୟରେ ଆମେ ସେହି ପେସାଦାର କଥା କହୁଥିଲୁ ।
୨୦୦୨ରେ ରିନା ଦତ୍ତାଙ୍କ ସହିତ ଛାଡପତ୍ର ପରେ ଅମିର ଜୁହିଙ୍କ ସହ କଥା ହୋଇଥିଲେ। ଅମିର କହିଥିଲେ, ରିନାଙ୍କ ସହ ମୋର ଛାଡପତ୍ର ବିଷୟରେ ଜୁହି ଜାଣିବା ପରେ ସେ ମୋତେ ସାକ୍ଷାତ କରିବାକୁ ଡାକିଲେ। କାରଣ ସେ ଉଭୟ ରିନା ଏବଂ ମୋର ନିକଟତର ଥିଲେ ଏବଂ ସେ ଆମର ମତଭେଦ ସମାଧାନ କରିବାକୁ ଚାହୁଁଥିଲେ। ଜୁହି ବୋଧହୁଏ ଜାଣିଥିଲେ ଯେ ମୁଁ ତାଙ୍କ ଫୋନ ଉଠାଇବି ନାହିଁ, ତଥାପି ସେ ମୋତେ ଡାକିଲେ। ଏହି କଥା ମୋ ହୃଦୟକୁ ଛୁଇଁଲା। ସେବେଠାରୁ ମୁଁ ତାଙ୍କ ସହ କଥା ହୋଇଥିଲି ବୋଲି ଅମିର କହିଥିଲେ। ‘କୟାମତ ସେ କୟାମତ ତକ’ ଚଳଚ୍ଚିତ୍ର ପରେ ଉଭୟ ମିର ଏବଂ ଜୁହି ରାତାରାତି ଷ୍ଟାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri