କେବଳ ଏହି ଗୋଟିଏ କାରଣ ପାଇଁ କ୍ୟାଟ୍ରିନାଙ୍କ ସହ ରୋମାନ୍ସ ସିନ୍‌ କରନ୍ତିନି ଅର୍ଜୁନ

ବଲିଉଡରେ ଏପରି ଅନେକ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ କେତେକ ତାରକାଙ୍କ ସହ ରୋମାନ୍ସ ସିନ୍‌ କରିବାକୁ ପସନ୍ଦ କରି ନ ଥାନ୍ତି। ସେମାନେ ଏହା କରିବାକୁ ସିଧା ସିଧା ମନା କରି ଦେଇଥାନ୍ତି। ତେଣୁ ସେମାନଙ୍କୁ କେତେକ ଫିଲ୍ମରେ ବିପକ୍ଷରେ ଦେଖିବାକୁ ମଧ୍ୟ ମିଳି ନ ଥାଏ। ତାଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ। ଏ ଦୁହିଁଙ୍କୁ ଏକାଠି ରୋମାନ୍ସ କରୁଥିବା କେବେ ନଜର ଆସି ନାହାନ୍ତି। ଯଦିଓ ଅର୍ଜୁନ ଏବଂ କ୍ୟାଟ୍ରିନା ଭାଇଭଉଣୀ ନୁହନ୍ତି, ଅର୍ଜୁନ କ୍ୟାଟ୍ରିନାଙ୍କୁ ତାଙ୍କ ଭଉଣୀ ପରି ଭାବନ୍ତି। କ୍ୟାଟ୍ରିନା ମଧ୍ୟ ତାଙ୍କୁ ରାଖି ପିନ୍ଧାନ୍ତି। ଏଭଳି ପରିସ୍ଥିତିରେ, କେବେ ଦୁହେଁ ଯଦି ଏକାଠି ନଜର ଆସିବେ ତେବେ ରୋମାଣ୍ଟିକ୍‌ ସିନ୍‌ କରିବେ ନାହିଁ।

Share