୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ ଶହଙ୍କ ଜୀବନ ମଧ୍ୟ ଯାଉଛି। ଇତିମଧ୍ୟରେ ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ କୁହାଯାଉଥିବା ମହାରାଷ୍ଟ୍ରରେ ଗତ ୩ମାସର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଏଠାରେ ୭୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପାଖାପାଖି ୪ଲକ୍ଷରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨୨୭ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଗତ କିଛିଦିନ ହେଲା ରାଜଧାନୀ ମୁମ୍ବାଇରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ସୋମବାର ମୁମ୍ବାଇରେ ପ୍ରାୟ ୮,୭୭୬ ନମୁନା ପରୀକ୍ଷଣ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୭୦୦ଟି ନମୁନା ପଜିଟିଭ୍‌ ଆସିଥିଲା। ଯାହାକି ଗତ ୩ ମାସ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି। ଏନେଇ ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୩,୭୨୩ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୧୪,୭,୫୯୨ ଚିକିତ୍ସାଧିନ ଓ ମୃତ୍ୟୁ ସଂଖ୍ୟା ୧୩,୮୮୩କୁ ବୃଦ୍ଧି ପାଇଛି।

Share