Posted inଜାତୀୟ

ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା

ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ  ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର ନୂତନ ଦିଗ ସୃଷ୍ଟି କରିବାକୁ ଆଲୋଚନା କରୁଥିବାବେଳେ ବିରୋଧୀ ତ୍ରୁଟି ଗଣନା କରି ସରକାରଙ୍କ ଉପରେ ଚାପ ପକାଇଥାନ୍ତି। କିନ୍ତୁ ଯଦି କୌଣସି ରାଜ୍ୟ ବିଧାନସଭାରେ ବିରେଧୀ ଦଳ ନେତା ନ ଥାନ୍ତି ତେବେ କ’ଣ ହେବ ଥରେ ଭାବନ୍ତୁ ତ। ଗୁଜରାଟ ବିଧାନସଭାରେ ସେଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ବର୍ତ୍ତମାନ ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଛି। ଶାସକ ଦଳ ସାମ୍ନାରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ବିରୋଧୀ ଭୂମିକାରେ ଅଛନ୍ତି। ହେଲେ ବିରୋଧୀ ଦଳର ନେତା ନାହାନ୍ତି। କାରଣ ବିରୋଧୀଦଳର ନେତା ହେବାକୁ ହେଲେ ଯେକୌଣସି ଦଳ ମୋଟ ଆସନର ୧୦ ପ୍ରତିଶତ ପାଇବା ଉଚିତ। କିନ୍ତୁ ଗୁଜରାଟର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ସେହି ସର୍ତ୍ତ ପୂରଣ କରିପାରୁନାହାନ୍ତି। ଫେବୃୟାରୀ ୨୩, ବଜେଟ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅମିତ ଚାଓ୍ବଡାଙ୍କୁ ବିରୋଧୀଦଳର ନେତା କରାଯାଉ ବୋଲି ବାଚସ୍ପତି ଶଙ୍କର ଲାଲ ଚୌଧୁରୀଙ୍କୁ ଅନୁରୋଧ କରିଥିଲା। ହେଲେ ସେଭଳି ନିୟମ ନ ଥିବା ଦର୍ଶାଇ ବାଚସ୍ପତି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବିରୋଧୀ ଦଳର ନେତା ହେବାର ନିୟମ:
ଗୁଜୁରାଟ ବିଧାନସଭାରେ ମୋଟ ୧୮୨ ଟି ଆସନ
ବିରୋଧୀଦଳର ନେତା ମାନ୍ୟତା ପାଇବାକୁ ୧୦ ପ୍ରତିଶତ ସିଟ ଆବଶ୍ୟକ
ଏହି ନିୟମ ଅନୁଯାୟୀ କଂଗ୍ରେସରେ ୧୮ ଜଣ ବିଧାୟକ ରହିବା ଉଚିତ। କିନ୍ତୁ କଂଗ୍ରେସ ମାତ୍ର ୧୭ ଟି ଆସନ ପାଇବାରେ ସଫଳ ହୋଇଛି।

୧୯୮୫ ରେ ଜନତା ପାର୍ଟି କଂଗ୍ରେସ ସମ୍ମୁଖରେ ବିରୋଧୀ ଦଳ ଭାବେ ଥିଲା। ଜନତା ପାର୍ଟି ନିକଟରେ ବିରୋଧୀଦଳର ନେତା ମାନ୍ୟତା ପାଇବାକୁ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟା ନଥିଲା। ସେତେବେଳେ ବିଧାନସଭା ବାଚସ୍ପତି ଜନତା ଦଳକୁ ନିରାଶ କରି ନ ଥିଲେ। ଏବେ କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ନେତା ମନୀଷ ଦୋଶି କହିଛନ୍ତି ଯେ ଭାଜପା ଏଭଳି ନିଷ୍ପତ୍ତି ନେଇପାରିଥାନ୍ତା। କିନ୍ତୁ ସେମାନେ ଆମର ଆବେଦନକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ତାଙ୍କ ଦଳ ବିରୋଧୀ ଦଳର ନେତା ପଦବୀ ପାଇନାହାନ୍ତି, ତଥାପି ପୂର୍ବ ଭଳି ଜନସାଧାରଣଙ୍କ ସ୍ବାର୍ଥର ପ୍ରସଙ୍ଗ ଉଠାଇବେ ବୋଲି ମନୀଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri