କୋଣାର୍କରେ ପ୍ରଥମଥର ୪ ପଜିଟିଭ୍‌

କୋଣାର୍କ,୨୫ା୬(ଡି.ଏନ୍‌.ଏ): କୋଣାର୍କରେ ପ୍ରଥମଥର ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। କୋଣାର୍କ ଏନଏସିରେ ୩ଜଣ ଓ ଏହି ଥାନା ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ମାଙ୍କରଗୋରଡି ଗ୍ରାମର ୧ଜଣ ପ୍ରବାସୀ ବୋଲି ଜଣାପଡ଼ିଛି। ୧୩ନଂ ୱାର୍ଡ ବେରୁହଁ ଗ୍ରାମର ୨ଜଣ ଏବଂ ଅନ୍ୟ ଜଣେ ୨୬ବର୍ଷର ଯୁବକ(ସିକ୍ୟୁରିଟ ଗାର୍ଡ)ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲ ପଠାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ କହିଛନ୍ତି। ନିକଟରେ ମହାରାଷ୍ଟ୍ରରୁ ବେରୁହଁ ଗ୍ରାମର ବାପା, ମା ଓ ଦୁଇ ବର୍ଷର ଝିଅ ଫେରି ୧୭ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସ୍ବାବ ଟେଷ୍ଟ ପରେ ବାପା ଓ ଝିଅର ପଜିଟିଭ ରିପୋର୍ଟ ଆସିଥିଲା। ସେହିଭଳି ମୁମ୍ବାଇରୁ ଆସିଥିବା ଯୁବକ ରିଂରୋଡରେ ଏକ ଘରୋଇ ଲଜ୍‌ରେ ପେଡ କ୍ୱାରାଣ୍ଟାଇନରେ ରହିଥିଲେ ା ଯୁବକ ଜଣକ ଆଇଓଏଫର ସିକ୍ୟୁରିଟ ଗାର୍ଡ ଭାବେ କାଯର୍‌ୟରତ ଥିବା ଜଣାପଡିଛି। ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏହି ଯୁବକଙ୍କ ସଂସ୍ପର୍ଶରେ ଆଇଓଏଫ୍‌ର କର୍ମଚାରୀ ଓ ଲଜର କର୍ମଚାରୀ ଅଛନ୍ତି କି ନାହଁି ତାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପଜିଟିଭ ଚିହ୍ନଟଙ୍କୁ ଭୁବନେଶ୍ୱର ପଠାଯିବା ପରେ ତୁରନ୍ତ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଘରୋଇ ଲଜ ପରିସର ସାନିଟାଇଜ କରାଯାଇଛି।