Categories: ଖେଳ

ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଘଟିଲା ଏପରି

ମୁମ୍ବାଇ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଲାଗି ନିରାଶାଜନକ ଥିଲା। ଲଗାତାର ଭାବେ ୮ ଥର ପରାଜିତ ହେବା ପରେ ଦଳ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ଜିତି ଟୁର୍ନାମେଣ୍ଟରେ ଯାତ୍ରା ଶେଷ କରିଛି। ମୋଟ ୧୪ ମ୍ୟାଚ୍‌ରୁ ୪ଟିରେ ଜିତି ଦଳ ଅଙ୍କ ତାଲିକାର ୧୦ମ ସ୍ଥାନରେ ରହିଛି। ଆଇପିଏଲ୍‌ର ଦୀର୍ଘ ୧୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ମୁମ୍ବାଇ ତାଲିକା ଶେଷରେ ଥିବା ଦେଖାଯାଇଛି। ଟୁର୍ନାମେଣ୍ଟରେ ଏହା ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ସେହିଭଳି ହିଟ୍‌ମ୍ୟାନ୍‌ଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଦଳ ଲଗାତାର ୨ ସିଜନରେ ଟାଇଟଲ ହାସଲ କରିବାରେ ବିଫଳ ହୋଇଛି। ଆଇପିଏଲ୍‌ ୨୦୨୧ରେ ମୁମ୍ବାଇ ୫ମ ସ୍ଥାନରେ ରହିଥିଲା। ଏହିଭଳି ଦଳ ଦ୍ୱିତୀୟ ଥର ଲାଗି ପ୍ଲେଅଫ୍‌ରେ ପହଞ୍ଚି ପାରି ନାହିଁ।

Share