ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର

କେନ୍ଦ୍ରାପଡ଼ା ଅଫିସ,୮ା୯:   କେନ୍ଦ୍ରାପଡ଼ା ବ୍ଲକ୍‌ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ପାଇଁ ସେ ପଦକ୍ଷେପ ଗ୍ରହଣ କରିଛନ୍ତି । କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟର ବହୁ ଦୁର୍ଗତ ପରିବାର ସଦସ୍ୟ ତାଙ୍କ ଦ୍ୱାରା ନ୍ୟାୟ ପାଇ ଉପକୃତ ହୋଇଛନ୍ତି । ଗତ ୩ ବର୍ଷରେ ତାଙ୍କ ପକ୍ଷରୁ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ୮୬୯ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ସେ ୭୨ଟି ମାମଲାରେ ସଫଳତା ପାଇଛନ୍ତି। ଫଳରେ ପ୍ରତି ମାସରେ ପୀଡ଼ିତଙ୍କ ନିକଟରେ ୪୦ରୁ ୫୦ ଲକ୍ଷ ଟଙ୍କା ପହଞ୍ଚତ୍ ପାରୁଛି । ଗତ ଅଗଷ୍ଟ ମାସରେ ଏପରି ୯ ମାମଲାର ବିଚାର କରାଯାଇ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୨୧ ଜାନୁୟାରୀ ୯ରେ ପୁଣେ ସିଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମାନବାଧିକାର କମିଶନରଙ୍କ ନିକଟରେ ସେ ଅଭିଯୋଗ (କେସ୍‌ ନଂ. ୧୫୪୪/୨୧) କରିବା ପରେ ପ୍ରତି ପରିବାରଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୨୨ ଏପ୍ରିଲ ୧୧ରେ ଗୁଜରାଟ ରାଜ୍ୟ ଭରୁଚ ଜିଲାରେ ଏକ କେମିକାଲ ଫ୍ୟାକ୍‌ଟ୍ରିରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ମାମଲା (ନଂ. ୫୬୪/୨୨)ରେ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ପ୍ରତ୍ୟେକଙ୍କ ପରିବାରକୁ ୨ ଲକ୍ଷ ଓ କମ୍ପାନୀ ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଢେଙ୍କାନାଳ ଜିଲା ସାରଙ୍ଗୀ ଫରେଷ୍ଟ ରେଞ୍ଜ ନିକଟରେ ଗତ ଏପ୍ରିଲରେ ହାତୀ ଆକ୍ରମଣରେ (କେସ୍‌ ନଂ. ୯୩୪/୨୨) ମୃତ ରାଜେନ୍ଦ୍ର ମଲ୍ଲିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିହାର ରାଜ୍ୟ ମୁଜାଫର ଜିଲାର ଏକ ନୁଡୁଲ ଫ୍ୟାକ୍‌ଟ୍ରିରେ ୨୦୨୧ ଡିସେମ୍ବରରେ ବିସ୍ଫୋରଣରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମାମଲା (ନଂ.୫୩୫୬/୨୧)ରେ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ସହିତ କ୍ଷତିପୂରଣ ପାଇଁ ମାମଲା ଜାରି ରହିଛି ।

ୟୁପି ହାଥରସର ବହୁଚର୍ଚ୍ଚିତ ୪ ବର୍ଷର ନାବାଳିକାଙ୍କୁ ବଳାତ୍କାର ସହିତ ହତ୍ୟା କରାଯାଇଥିଲା । ଏଥିରେ ଉତ୍ତରପ୍ରଦେଶ ସରକାର ପୀଡ଼ିତା ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ ସହିତ ମାମଲାଭୁକ୍ତ ଅଭିଯୁକ୍ତମାନେ ବିଚାରାଧୀନ କଏଦୀ ଅଛନ୍ତି । ଏଥିସହିତ ସୁନ୍ଦରଗଡ଼ ଜିଲା ବଣାଇସ୍ଥିତ ସ୍ପଞ୍ଜ ଫ୍ୟାକ୍‌ଟ୍ରିରେ ମୃତ ଅଜିତ ମହନ୍ତଙ୍କ ପରିବାର (କେସ୍‌ ନଂ. ୧୫୫୧/୨୨)କୁ ୮ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପାଇଁ ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ନଭେମ୍ବର ମାସରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା । ଏହି ମାମଲା (ନଂ. ୩୮୩/୨୨)ରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାମଲା ଏବେ ଚାଲୁ ରହିଛି । ସେହିପରି ଛତିଶଗଡ଼ ରାଜ୍ୟ ରଜନଗଁାଓ ଜିଲାର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କୁ ଜଣେ ଶିକ୍ଷକ ୨୦୨୧ ଜୁନ ମାସରେ ଅସଦାଚରଣ କରିଥିଲେ । ମାମଲା (କେସ୍‌ ନଂ. ୭୭୨/୨୧)ର ଶୁଣାଣି ପରେ ପ୍ରାଥମିକ ପର୍ଯ୍ୟାୟରେ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ ସହ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଚଳିତ ଅଗଷ୍ଟ ମାସରେ ସାଗରଙ୍କ ଜାତୀୟ ମାନବ ଅଧିକାର କମିଶନରଙ୍କ ନିକଟରେ ହୋଇଥିବା ମାମଲା (୨୮୨୮/୨୦)ର ଶୁଣାଣି ହୋଇଛି । ବିହାର ରାଜ୍ୟ ତୈମୁର ଜିଲାର ବଳାତ୍କାର ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଭିଯୁକ୍ତମାନେ ଜେଲରେ ଅଛନ୍ତି ।

ଦିନଥିଲା ସାଗର ମାଟ୍ରିକ ଛାତ୍ରୀଛାତ୍ରଙ୍କୁ ଗଣିତ ଓ ବିଜ୍ଞାନ ବିଷୟ ଟ୍ୟୁଶନ କରୁଥିଲେ। ନିୟମିତ ଧରିତ୍ରୀ ସହିତ ଅନ୍ୟାନ୍ୟ ଖବରକାଗଜ ପଢ଼ିବା ବି ତାଙ୍କର ଅଭ୍ୟାସ । ଖବରକାଗଜରେ ପ୍ରକାଶ ପାଉଥିବା ବିଭିନ୍ନ ଦୁର୍ଗତଙ୍କ ସମ୍ପର୍କରେ ଅବଗତ ପରେ ସେ ମାନବ ଅଧିକାର କମିଶନରଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ନ୍ୟାୟ ମାଗୁଛନ୍ତି। ମାନବ ଅଧିକାର କ୍ଷୁଣ୍ଣ କରୁଥିବା ଅଭିଯୁକ୍ତ ଓ କ୍ଷତିପୂରଣ ପ୍ରଦାନରେ ଅବହେଳା କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସେ କାଠଗଡ଼ାକୁ ଟାଣି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଏବେ ସଙ୍କଳ୍ପ ନେଇଛନ୍ତି । ତାଙ୍କ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ, ପ୍ରତାପ କୁମାର ପାଢ଼ୀ, ସୁନିଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, ପାଠ ପଢ଼ିବା ଓ ପଢ଼ାଇବା ରୁଚି ସହିତ ବହୁ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରି ଏବେ ଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ ପାଲଟିଛନ୍ତି ସାଗର । ଏ ସମ୍ପର୍କରେ ସାଗର କୁହନ୍ତି, ୨୦୧୯ରେ ସୁନ୍ଦରଗଡ଼ ଜିଲାର ଜଣେ ଆଦିବାସୀ ନାବାଳିକା ବଳାତ୍କାର ଘଟଣା ଘଟିଥିଲା । ତାଙ୍କୁ ନ୍ୟାୟ ଦେବା ପାଇଁ ମୁଁ ପ୍ରଥମ ଥର ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲି । ପୀଡ଼ିତାଙ୍କ ପରିବାର ଉପକୃତ ପରେ ସେମାନଙ୍କ ଫୋନ୍‌ କଲ ମୋତେ ଖୁସି ଆଣିଦିଏ ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri