ସୁଭଦ୍ରା ଯୋଜନା ଆବେଦନ ପାଇଁ …

ଖଜୁରୀପଡ଼ା, ୫ା୯( ବିଦୁର ବେହେରା): ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର କ୍ୟାଶ୍‌ ଭାଉଚର୍‌ ଦେବା ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆବେଦନ ପାଇଁ ସରକାରୀ ପୋର୍ଟାଲ ଖୋଲା ରହିଥିବାରୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କର୍ମୀଠାରୁ ଆବେଦନ ଫର୍ମ ଆଣି ଜନସେବା କେନ୍ଦ୍ର ସାମ୍ନାରେ ଖରା ବର୍ଷା ସହି ଲମ୍ବା ଲାଇନ ଲଗେଇ ଛିଡା ହୋଇ ରହୁଛନ୍ତି । ଏହାର ପ୍ରଭାବ ସାରା ଜିଲାରେ ପଡିଥିବା ବେଳେ ଖଜୁରୀପଡ଼ା ବ୍ଲକରେ ମଧ୍ୟ ଏହାର ପ୍ରଭାବ ଗୁରୁବାର ଦିନ ଦେଖିବାକୁ ମିଳିଛି।

ସୁଭଦ୍ରା ଯୋଜନାରେ ମହିଳାମାନେ ଯେପରି ସୁଚାରୁ ଭାବେ ଆବେଦନ କରିପାରିବେ ସେଥି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୨୪ଟା କମନ ସର୍ଭିସିଂ ସେଣ୍ଟର୍‌ ଖୋଲା ଯିବା ସହିତ ୧୬ ଗୋଟି ଜନସେବା କେନ୍ଦ୍ରକୁ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ଓଡ଼ିଶା ଜୀବିକା ମିଶନ ଅଧିକାରୀ ସନାତନ ମଲ୍ଲିକ ସୂଚନା ଦେଇଛନ୍ତି। କିନ୍ତୁ ବାସ୍ତବିକରେ ସରୋବର ଡାଉନ ଯୋଗୁଁ ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା ବିଳମ୍ବ ହେଉଛି। ସକାଳୁ ସା, ରାତି ପର୍ଯ୍ୟନ୍ତ ମହିଳାମାନେ ହଇରାଣ ହରକତ ହୋଇ ଜନ ସେବା କେନ୍ଦ୍ର ସାମ୍ନାରେ ଛିଡା ହୋଇ ରହୁଛନ୍ତି। ଅନ୍ୟପକ୍ଷେ ଆଧାର ସହିତ ମୋବାଇଲ ନମ୍ବର ସଂଯୁକ୍ତ ହୋଇଥିବା ଜରୁରୀ ରହୁଛି ବୋଲି ମହିଳାମାନେ କୁହନ୍ତି । ତେଣୁ ଯାହାର ମୋବାଇଲ ସହିତ ଆଧାର ସଂଯୋଗୀକରଣ ହୋଇ ନାହିଁ ସେମାନେ ଆଧାର ସହିତ ମୋବାଇଲ ସଂଯୋଗ କରିବା ପାଇଁ ଆଧାର କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ ଲଗେଇ ଛିଡାହୋଇ ଥିବା ଦେଖିବାକୁ ମିଳିଛି। ତେଣୁ ସରକାର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମହିଳାମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri