ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୬ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ। ସେ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଦୀର୍ଘଦିନ ଧରି କିଭଳି ଭାବେ ମଣିଷ ଧନ ସଞ୍ଚୟ କରିପାରିବ ତାହା ଚାଣକ୍ୟ ବ୍ୟାଖ୍ୟା କରିଛନ୍ତି।

ବର୍ତ୍ତମାନ ସମୟରେ ଧନ ସୁଖମୟ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ କୁହନ୍ତି ଲୋକଙ୍କ କିଛି କୁଅଭ୍ୟାସ ପାଇଁ ଧନର ଦେବୀ ଲକ୍ଷ୍ମୀ ତାଙ୍କ ପାଖରେ ରୁହନ୍ତି ନାହିଁ। ଏଭଳି ଲୋକମାନେ ସାରା ଜୀବନ ଆର୍ଥିକ ଅନଟନର ଶିକାର ହୋଇଥାନ୍ତି।

ଟଙ୍କା ରୋଜଗାର ଏବଂ ସଞ୍ଚୟ କରିବା ଆବଶ୍ୟକ: ଚାଣକ୍ୟ କୁହନ୍ତି, ଟଙ୍କାର ଉଭୟ ରୋଜଗାର ଓ ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ। ଟଙ୍କା ରୋଜଗାର କରିବା ଅପେକ୍ଷା ଜଣେ ବ୍ୟକ୍ତି ଟଙ୍କା ସଞ୍ଜୟ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। ଯେଉଁମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କଳା ଥାଏ ସେମାନେ ଜୀବନରେ କେବେ ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ। ଯେତେବଡ଼ ବିପଦ ଆସୁ ତାହା ସହରରେ ପାର ହୋଇଯାଏ। ଅରପକ୍ଷେ ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ଅଜ୍ଞ ବୋଲି ଧରାଯାଏ। ତାକୁ ବିପଦ ସମୟରେ ଅନ୍ୟକୁ ପଚାରିବାକୁ ପଡେ।

ଚ୍ୟାଲେଞ୍ଜକୁ ସାମ୍ନା କରିବାକୁୁ ପଡିବ: ଚାଣକ୍ୟ କୁହନ୍ତି ଟଙ୍କା ରୋଜଗାର କରିବା ଲାଗି ଜଣଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡେ। ବିପଦକୁ ସାମ୍ନା କରିଥିବା ବ୍ୟକ୍ତି ହଁି ସଫଳ ହୋଇଥାଏ। ଏଣୁ ବ୍ୟକ୍ତିକୁ ରିସ୍କ ନେବା ପୂର୍ବରୁ ଭୟଭୀତ ହେବା ଉଚିତ ନୁହେଁ।

ଟଙ୍କାର ସଠିକ ବ୍ୟବହାର: ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ। ଚାଣକ୍ୟ କୁହନ୍ତି, ଯେଉଁଭଳି ଟଙ୍କାକୁ ରୋଜଗାର କରିବା ଜରୁରୀ, ଠିକ୍‌ ସେଭଳି ଭାବେ ସଠିକ ଉପାୟରେ ଖର୍ଚ୍ଚ କରିବା ମଧ୍ୟ ଉଚିତ। ମନ୍ଦ ଉଦ୍ଦେଶ୍ୟରେ ଟଙ୍କା ଖର୍ଚ୍ଚ କରିଲେ ବ୍ୟକ୍ତି କିଛି ଦିନ ପରେ ବରବାଦ ହୋଇଯାଏ।

ଅଧର୍ମ ରାସ୍ତାରୁ ଦୂରରେ ରୁହନ୍ତୁ: ଚାଣକ୍ୟ କୁହନ୍ତି ଯଦି ଜଣେ ବ୍ୟକ୍ତିକୁ ରୋଜଗାର କରିବା ଲାଗି ଅଧର୍ମ ରାସ୍ତାରେ ଯିବାକୁ, ଶତ୍ରୁଙ୍କ ସହ ହାତ ମିଶାଇବାକୁ ପଡେ ତେବେ ସେ ତାହା କରିବା ଉଚିତ ନୁହେଁ।

ଲକ୍ଷ୍ୟ ସ୍ଥିର ରହିବା ଆବଶ୍ୟକ: ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ସମ୍ପର୍କରେ ଜାଣିବା ଉଚିତ। ଯଦି ଲକ୍ଷ୍ୟ ସ୍ଥିର ନ ଥାଏ ତେବେ ସଫଳତା ହାସଲ କରିବା ମୁସ୍କିଲ। ଏହାଛଡ଼ା କେତେ ସମ୍ପତ୍ତି ଅଛି ସେନେଇ କୌଣସି ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। ଗୁପ୍ତ କଥା କହିବା ଦ୍ୱାରା କାମ ନଷ୍ଟ ହେବାର ସମ୍ଭାବନା ଥାଏ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଶିଖନ୍ତୁ: ଚାଣକ୍ୟ କହିଛନ୍ତି, ଅର୍ଥ ସଞ୍ଚୟ କରିବାର ସର୍ବୋତ୍ତମ ଉପାୟ ହେଉଛି ଖର୍ଚ୍ଚକୁ ନିୟନ୍ତ୍ରଣ କରିବା। ଗୋଟିଏ ପାତ୍ରରେ ଦୀର୍ଘଦିନ ଧରି ଜଳ ରଖିଥିଲେ ଯେଉଁଭଳି ତାହା ଶେଷ ହୋଇଯାଏ, ସେହିଭଳି ସଞ୍ଚିତ ଧନ ର ବ୍ୟବହାର ନ କରିବା ଦ୍ୱାରା ତାର ମୂଲ୍ୟ ରହି ନ ଥାଏ। ଏଣୁ ଏହି ଟଙ୍କାକୁ ଦାନ, ଧର୍ମ ଏବଂ ବ୍ୟବସାୟରେ ବିନିଯୋଗ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri