ପାର୍ଟି ଗୀତ ପାଇଁ

ରଣବୀର କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଲୁଭ୍‌ ରଞ୍ଜନଙ୍କ ନିର୍ମାଣାଧୀନ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଏକ ପାର୍ଟି ଗୀତ ସଂଯୋଜିତ ହୋଇଛି। ନିକଟରେ ଏହାର ଶୁଟିଂ ମଧ୍ୟ ଦ୍ୱୀପରେ ଶେଷ ହୋଇଛି। ହେଲେ ତା’ ପୂର୍ବରୁ ଏହି ଗୀତର ରିହରସାଲ ସମୟରେ ରଣବୀର ଲଗାତର ଛଅ ଘଣ୍ଟା ଅଭ୍ୟାସ କରିଥିଲେ। ଖାସ୍‌ କଥା ହେଲା କୋଭିଡ୍‌ ପରେ ପାଖାପାଖି ୫୦୦ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରଙ୍କୁ ନେଇ ଏହାର ପିକ୍ଚରାଇଜେଶନ କରାଯାଇଛି। ଏ ନେଇ ରଣବୀର କହନ୍ତି, ‘ଏହାର ପ୍ରାକ୍ଟିସ ସମୟରେ ମୋତେ ବେଶ୍‌ ଝାଳ ବୁହାଇବାକୁ ପଡ଼ିଥିଲା। ଲଗାତର ଛଅ ଘଣ୍ଟା ଏହାର ରିହରସାଲ ଚାଲିଥିଲା। ଅବଶ୍ୟ ତା’ ଭିତରେ କେବଳ ଡ୍ରିଙ୍କ୍‌ସ ପାଇଁ ଅଳ୍ପ ସମୟ ମିଳୁଥିଲା। ବୋସ୍କୋ ମାର୍ଟିସଙ୍କ ଦ୍ୱାରା କୋରିଓଗ୍ରାଫି ହୋଇଥିବା ଏହି ଗୀତଟିର ଦୃଶ୍ୟାୟନ ମଧ୍ୟ ଯୋଜନା ମୁତାବକ ହୋଇଛି।’ ଉକ୍ତ ସିନେମାରେ ରଣବୀରଙ୍କ ଅପୋଜିଟ୍‌ରେ ଅଛନ୍ତି ଶ୍ରଦ୍ଧା କପୁର।

Share