ସୁସ୍ଥତା ପାଇଁ…

କର୍ମଜୀବୀ ମହିଳାମାନେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ।
ପଶ୍ଚିମୋତାଶନ
ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍‌ ପକାଇ ଗୋଡ଼ ଦୁଇଟିକୁ ଆଗକୁ କରି ବସନ୍ତୁ। ଧ୍ୟାନ ରଖିବେ ଯେପରି ଗୋଡ଼ ଦୁଇଟି ଓ ଗୋଇଠି ପରସ୍ପର ସହିତ ଲାଗି କରି ରହିବ।
ପିଠି ତଥା ବେକକୁ ସିଧା କରି ବସନ୍ତୁ। ଏହାପରେ ଦୁଇ ହାତକୁ ଉପରକୁ ଉଠାଇ ନଶ୍ୱାସ ଛାଡ଼ିବା ଅବସ୍ଥାରେ ଧିରେ ଧିରେ ଆଗକୁ ମୁଣ୍ଡ ନୁଆଁଇ ଗୋଡ଼ରେ ଲଗାନ୍ତୁ। ଏହି ସମୟରେ ଗୋଡ଼ ଆଙ୍ଗୁଠିକୁ ହାତରେ ଧରିବା ପାଇଁ ଚେଷ୍ଟା କରନ୍ତୁ।
ଆଗକୁ ନଇଁବା ସମୟରେ ମୁଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ। କିଛି ସମୟ ଏପରି ଅବସ୍ଥାରେ ରହି ସାଧାରଣ ଭାବଲେ ନିଶ୍ୱାସ ନିଅନ୍ତୁ।
ଶେଷରେ ଜୋରରେ ନିଶ୍ୱାସ ନେଇ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ସାବଧାନତା
ପ୍ରଥମେ ପ୍ରଥମେ କରୁଥିଲେ କମ୍‌ ସମୟ କରି ଅଭ୍ୟାସ କରି ଧିରେ ଧିରେ ସମୟ ବଢ଼ାନ୍ତୁ।
ଯୋଗାସନ ସମୟରେ ନିଶ୍ୱାସ ନେବା ଏବଂ ଛାଡ଼ିବାର ପ୍ରକ୍ରିୟାକୁ ଭଲ ଭାବେ ବୁଝି ଯୋଗ କରନ୍ତୁ।
ଗର୍ଭବତୀ ମହିଳାମାନେ ଏହି ଯୋଗ କରନ୍ତୁ ନାହିଁ। ଆଜ୍‌ମା, ଅଲସର ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀ ଏହି ଯୋଗ କରନ୍ତୁ ନାହିଁ।
ଫାଇଦା
ଏହି ଆସନ କରିବା ଫଳରେ ପାଚନତନ୍ତ୍ରକୁ ଠିକ୍‌ ରହେ ଓ ସ୍ପାଇନାଲ୍‌ କମ୍ପ୍ରେସନରୁ ମୁକ୍ତି ମିଳିଥାଏ।
ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ, ପେଟର ଚର୍ବି କମେ, ମନ ଶାନ୍ତ ରହେ ଏବଂ ଭୋକ ବୃଦ୍ଧି ହୋଇଥାଏ।