ସୁସ୍ଥତା ପାଇଁ…

କର୍ମଜୀବୀ ମହିଳାମାନେ ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ। ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ।
ପଶ୍ଚିମୋତାଶନ
ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍‌ ପକାଇ ଗୋଡ଼ ଦୁଇଟିକୁ ଆଗକୁ କରି ବସନ୍ତୁ। ଧ୍ୟାନ ରଖିବେ ଯେପରି ଗୋଡ଼ ଦୁଇଟି ଓ ଗୋଇଠି ପରସ୍ପର ସହିତ ଲାଗି କରି ରହିବ।
ପିଠି ତଥା ବେକକୁ ସିଧା କରି ବସନ୍ତୁ। ଏହାପରେ ଦୁଇ ହାତକୁ ଉପରକୁ ଉଠାଇ ନଶ୍ୱାସ ଛାଡ଼ିବା ଅବସ୍ଥାରେ ଧିରେ ଧିରେ ଆଗକୁ ମୁଣ୍ଡ ନୁଆଁଇ ଗୋଡ଼ରେ ଲଗାନ୍ତୁ। ଏହି ସମୟରେ ଗୋଡ଼ ଆଙ୍ଗୁଠିକୁ ହାତରେ ଧରିବା ପାଇଁ ଚେଷ୍ଟା କରନ୍ତୁ।
ଆଗକୁ ନଇଁବା ସମୟରେ ମୁଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ। କିଛି ସମୟ ଏପରି ଅବସ୍ଥାରେ ରହି ସାଧାରଣ ଭାବଲେ ନିଶ୍ୱାସ ନିଅନ୍ତୁ।
ଶେଷରେ ଜୋରରେ ନିଶ୍ୱାସ ନେଇ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ।
ସାବଧାନତା
ପ୍ରଥମେ ପ୍ରଥମେ କରୁଥିଲେ କମ୍‌ ସମୟ କରି ଅଭ୍ୟାସ କରି ଧିରେ ଧିରେ ସମୟ ବଢ଼ାନ୍ତୁ।
ଯୋଗାସନ ସମୟରେ ନିଶ୍ୱାସ ନେବା ଏବଂ ଛାଡ଼ିବାର ପ୍ରକ୍ରିୟାକୁ ଭଲ ଭାବେ ବୁଝି ଯୋଗ କରନ୍ତୁ।
ଗର୍ଭବତୀ ମହିଳାମାନେ ଏହି ଯୋଗ କରନ୍ତୁ ନାହିଁ। ଆଜ୍‌ମା, ଅଲସର ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀ ଏହି ଯୋଗ କରନ୍ତୁ ନାହିଁ।
ଫାଇଦା
ଏହି ଆସନ କରିବା ଫଳରେ ପାଚନତନ୍ତ୍ରକୁ ଠିକ୍‌ ରହେ ଓ ସ୍ପାଇନାଲ୍‌ କମ୍ପ୍ରେସନରୁ ମୁକ୍ତି ମିଳିଥାଏ।
ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ, ପେଟର ଚର୍ବି କମେ, ମନ ଶାନ୍ତ ରହେ ଏବଂ ଭୋକ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri