କୋମଳ ତ୍ୱଚା ପାଇଁ…

ତ୍ୱଚାର ଯତ୍ନ ପ୍ରତି ଅନେକେ ସଚେତନ ନ ଥାନ୍ତି। କେତେଜଣ ଅଛନ୍ତି ତ୍ୱଚାର ଯତ୍ନ ତ ନେଇ ନ ଥାନ୍ତି ବରଂ ଅଜାଣତରେ ଏଭଳି କିଛି ଭୁଲ୍‌ କାମ କରିଥାନ୍ତି, ଯାହା ସେମାନଙ୍କ ତ୍ୱଚା ଉପରେ ବିପରୀତ ପ୍ରଭାବ ପକାଇଥାଏ। ତେଣୁ ତ୍ୱଚାର ଯତ୍ନ ସମ୍ବନ୍ଧୀୟ ଭୁଲ୍‌ ଆଦୌ କରନ୍ତୁ ନାହିଁ..

ଡିହାଇଡ୍ରେସନ୍‌:ଡିହାଇଡ୍ରେସନ୍‌ର ସିଧାସଳଖ ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଗ୍ଲୋଇଂ ସ୍କିନ୍‌ ପାଇବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ। ସୁସ୍ଥ ତ୍ୱଚା ପାଇଁ ଅତି କମରେ ୮ ରୁ ୧୦ ଗ୍ଲାସ ପାଣି ପିଅନ୍ତୁ।
ସନ୍‌ସ୍କିନ୍‌ ଲୋସନ୍‌ : କେତେଜଣ ଅଛନ୍ତି ନିୟମିତ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରି ନ ଥାନ୍ତି। ଏପରି କରିବା ଆଦୌ ଠିକ୍‌ ନୁହେଁ। ବାହାରକୁ ବାହାରିବା ପୂର୍ବରୁ ସନ୍‌ସ୍କିନ୍‌ ଲୋସନ୍‌ ଓ କ୍ରିମ୍‌ ଆଦି ନିଶ୍ଚୟ ଲଗାନ୍ତୁ। ଫଳରେ ତ୍ୱଚାରେ କୁଞ୍ଚନ, ଶୁଷ୍କତା, ଦାଗ ଭଳି ସମସ୍ୟା ଦେଖା ଦେବ ନାହିଁ।
ଓଭର କ୍ଲିଜିଂ: କ୍ଲିଜିଂ କରିବା ତ୍ୱଚା ନିମନ୍ତେ ଆବଶ୍ୟକ କିନ୍ତୁ ଆବଶ୍ୟକତାଠାରୁ ଅଧିକ ଥର କ୍ଲିଜିଂ କରିବା ଫଳରେ ତ୍ୱଚାରେ ଥିବା କୋମଳତା ନଷ୍ଟ ହୋଇଯାଏ ଓ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ତେଣୁ ସ୍କିନ୍‌କେୟାର ରୁଟିନ୍‌ ଅନୁସାରେ କ୍ଲିଜିଂ କରନ୍ତୁ ଏବଂ ସବୁବେଳେ ସଫ୍ଟ କ୍ଲିଜିଂ ବ୍ୟବହାର କରନ୍ତୁ।
ଅନିଦ୍ରା: ତ୍ୱଚାର ସୁନ୍ଦରତା ନିମନ୍ତେ ଠିକ୍‌ ପରିମାଣର ନିଦ ନିହାତି ଆବଶ୍ୟକ। ଶରୀରର ଅନ୍ୟ ସମସ୍ତ ଅଂଶ ପାଇଁ ନିଦ ଯେଉଁଭଳି ଆବଶ୍ୟକ ସେହି ଅନୁରୂପ ତ୍ୱଚା ପାଇଁ ମଧ୍ୟ ଆବଶ୍ୟକ। ତ୍ୱଚାରେ ବ୍ରଣ ଓ କୁଞ୍ଚନ ଭଳି ସମସ୍ୟାରୁ ମୁକ୍ତି ନିମନ୍ତେ ଠିକ୍‌ ପରିମାଣର ଶୁଅନ୍ତୁ।
ଫୋନ୍‌ କମ୍ପ୍ୟୁଟର ସ୍କ୍ରିନ୍‌ : ଆଜିକାଲି ଲାଇଫ୍‌ଷ୍ଟାଇଲ୍‌ରେ କେତେଜଣଙ୍କୁ ସାରାଦିନ ଫୋନ୍‌ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌ ଆଗରେ ବସି ରହିବାକୁ ପଡୁଛି। ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ିଥାଏ ଓ ତ୍ୱଚା ମଧ୍ୟ ଖରାପ ହୋଇଥାଏ। ତେଣୁ ସ୍କିନ୍‌ ଏଜିଂ ସମସ୍ୟାରୁ ଦୂରେଇବାକୁ ଚାହୁଁଥିଲେ ଯଥାସମ୍ଭବ କମ୍‌ ସମୟ ଏସବୁ ବ୍ୟବହାର କରନ୍ତୁ।