ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା

ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ ମହିଳା ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେତେଜଣ ମହିଳା ସମାଜରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି। ସେଭଳି ଜଣେ ମହିଳା ହେଲେ ଜଗତ୍‌ସିଂହପୁର ଜିଲା ପାରାଦୀପ ନୂଆବଜାରସ୍ଥିତ ପ୍ରେମଲତା ବାରିକ(୫୮)। କୁଜଙ୍ଗ ବ୍ଲକର ମହିଳା ସ୍ବାସ୍ଥ୍ୟ ପରିଦର୍ଶିକାଭାବେ କାର୍ଯ୍ୟରତ ଏହି ମହିଳା ଜଣକ ଗୃହିଣୀ ହେବା ସହ ସାମାଜିକ କର୍ମୀ ଓ କବୟିତ୍ରୀ ଭାବେ ସ୍ବତନ୍ତ୍ର ପରିଚୟ ହାସଲ କରିିଛନ୍ତି। ଜାତିବାଦ ଓ ଅନ୍ଧବିଶ୍ୱାସ ବିରୋଧରେ ଅନବରତ ପ୍ରୟାସ ଜାରି ରଖିଛନ୍ତି। ଏବେ ସୁଦ୍ଧା ତାଙ୍କୁ ୫୦ରୁ ଊଦ୍ଧର୍‌ବ ସରକାରୀ ଓ ବେସରକାରୀ ପୁରସ୍କାର ମିଳିଛି। ଆସନ୍ତା ମେ ମାସରେ ତାଙ୍କୁ ସର୍ବଶ୍ରେଷ୍ଠ ସେବିକା ‘ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ୨୦୨୦’ ଆଓ୍ବାର୍ଡ ରାଷ୍ଟ୍ରପତିଙ୍କଠାରୁ ମିଳିବ। ଏନେଇ ସରକାରୀ ଚିଠି ତାଙ୍କୁ ମିଳିଛି। ପୂର୍ବରୁ ମିଳିଥିବା ପୁରସ୍କାର ମଧ୍ୟରେ ୧୯୯୭ରେ ‘ମଦର ଟେରେସା ଓ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଆଓ୍ବାର୍ଡ ଆଦି ଅନ୍ତର୍ଭୁକ୍ତ। ପ୍ରେମଲତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଦେଉଳିସାହିରେ। ସେ ଧର୍ମାନନ୍ଦ ବାରିକ ଓ ହେନାମଣିଙ୍କ ଝିଅ ହୋଇଥିବାବେଳେ ୧୯୮୦ରେ ମାଟ୍ରିକ ପାସ୍‌ କରିଥିଲେ। ସ୍ବାମୀ ଧ୍ରୁବଚରଣ ସାହୁ ଓ ୨ ସନ୍ତାନଙ୍କୁ ନେଇ ତାଙ୍କ ସଂସାର। ଚାକିରି ବ୍ୟତୀତ ଜଣେ କବୟିତ୍ରୀ ଭାବେ ବେଶ୍‌ ଜଣାଶୁଣା। ତାଙ୍କ ପ୍ରଥମ ବହି ଭକ୍ତି ପ୍ରେମାଞ୍ଜଳି ୧୯୯୨ରେ ପ୍ରକାଶ ପାଇଥିଲା। ଏବେ ସୁଦ୍ଧା ତାଙ୍କ ଦ୍ୱାରା ଲିଖିତ ୬ ଖଣ୍ଡ ବହି ପ୍ରକାଶ ପାଇସାରିଛି। ପ୍ରେମଲତା କୁହନ୍ତି, ସେ ପିଲାଦିନୁ ଜାତିପ୍ରଥା ସମ୍ପର୍କରେ କଠୋର ଥିଲେ। ଥରେ ଘରେ ୨ ଛୋଟ ପିଲାଙ୍କୁ ଛାଡି ଡ୍ୟୁଟିକୁ ଯାଇଥିଲା ବେଳେ ପୁଅର ଦୁର୍ଘଟଣା ଘଟିଥିଲା। ପଡ଼ୋଶୀ ଘରର ଜଣେ ଦଳିତ ମହିଳା ତାଙ୍କୁ ଉଦ୍ଧାର କରି ସେବା କରିଥିଲେ। ଆଉଥରେ ସେମିତି ପୁଅ ଦେହ ଖରାପ ହୋଇ କୋମାକୁ ଚାଲିଯାଇଥିଲା। ସେତେବେଳେ ମଧ୍ୟ ସମ୍ପୃକ୍ତ ମହିଳା ଜଣକ ବହୁ ସେବା କରିଥିଲେ। ଏହାପରଠାରୁ ଛୋଟ ଜାତି ପ୍ରତି ଥିବା ଖରାପ ଭାବନା ତାଙ୍କ ମନରୁ ଦୂରେଇ ଯାଇଥିଲା। ସେବେଠାରୁ ଜାତି, ଧର୍ମ ଭଳି କୁସଂସ୍କାର ବିରୋଧରେ ଲେଖା ଲେଖିବା ସହ ସମାଜସେବା ପାଇଁ ବ୍ରତୀ ହୋଇଥିଲେ। ମହାବାତ୍ୟା ସମୟରେ ବାଲିଝରା ବସ୍ତିର ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ସେଠାରେ ଆଲୁଅ ନଥିବା ବେଳେ ଡିବିରି ଆଲୁଅରେ ସମ୍ପୃକ୍ତ ମହିଳାଙ୍କ ଡେଲିଭରି କରିବା ଘଟଣା ଏକ ବଡ଼ ଉପଲବ୍ଧି ବୋଲି ପ୍ରେମଲତା କୁହନ୍ତି। ମହିଳା ଦିବସ ବାର୍ତ୍ତା ପ୍ରସଙ୍ଗରେ କୁହନ୍ତି, ପ୍ରାୟତଃ ବୈବାହିକ ଜୀବନରେ ଅନେକେ ଅନ୍ଧବିଶ୍ୱାସ ପ୍ରଥା ଆପଣାଉଛନ୍ତି। ସେସବୁରୁ ଦୂରେଇ ରହି ଆଗକୁ ବଢ଼ିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri