ବୋଲ୍ଡ ଶଟ୍‌ ପାଇଁ..

ନୁସରତ ଭରୁଚାଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। ନିକଟରେ ସେ ଅଭିନୟ କରୁଥିବା ସିନେମା ‘ଛୋଟେ ଛୋଟେ ପେଗ୍‌’ ଟାଇଟଲ ବିଶିଷ୍ଟ ଏକ ସିନେମାର ଶୁଟିଂ ସେଟ୍‌କୁ ନିଜ ପରିବାରକୁ ନେଇ ଯାଇଥିଲେ। କିନ୍ତୁ ଶୁଟିଂ ଅଧାରେ ତାଙ୍କ ପରିବାରକୁ ଘରକୁ ଫେରିବାକୁ ପଡ଼ିଥିଲା। ହେଲେ ତାହାର କାରଣ ଜାଣନ୍ତି ? କାରଣ ସେଦିନ ଲଞ୍ଚ୍‌ ସେସନ ପରେ ଏକ ବୋଲ୍ଡ ଶଟ୍‌ ଶୁଟିଂ ହେବାର ଥିଲା। ଯେଉଁଥିରେ ନୁସରତ ବୋଲ୍ଡ ଗେଟ୍‌ଅପ୍‌ରେ ଡ୍ୟାନ୍ସ କରିଥାଆନ୍ତେ। ତେଣୁ ଏପରି ଶଟ୍‌ ପାଇଁ ଶୁଟିଂ ଆରମ୍ଭ ହେବା ପୂର୍ବରୁ ସେ କିଛି କାରଣ ଦେଖାଇ ନିଜ ପରିବାରକୁ ଘରକୁ ପଠାଇ ଦେଇଥିଲେ। ଏହି ଫିଲ୍ମରେ ନୁସରତଙ୍କ ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନ ଏବଂ ସନ୍ନି ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share