ଅଭିନୟ ପାଇଁ କମାଇଥିଲେ ଓଜନ…

ମୁମ୍ବାଇ,୯।୬: ବଲିଉଡ ନାୟିକା ସୋନମ କପୁରଙ୍କୁ ବୁଧବାର ୩୬ ବର୍ଷ ପୂରଣ ହୋଇଛି। ୧୯୮୫ ଜୁନ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ବ୍ଲାକ୍‌ରେ ୨୦୦୫ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ୨୦୦୭ରେ ସାବରିୟା ମାଧ୍ୟମରେ ସୋନମ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ ତାଙ୍କ ଓଜନ କମାଇବା ପାଇଁ ନିର୍ଦ୍ଦେଶକ ସଞ୍ଜୟଲୀଲା ଭସାଂଲୀ ପରାମର୍ଶ ଦେଇଥିଲେ। ସୋନମ ଫିଲ୍ମରେ ଅଭିନୟ କରିବା ଲାଗି ନିଜ ଓଜନ ୩୫ କିଗ୍ରା ପର୍ଯ୍ୟନ୍ତ କମାଇଥିଲେ। ଫିଲ୍ମରେ ଅଭିନୟ କରି ସେ ବଲିଉଡ୍‌ରେ ରାତାରାତି ସେ ଷ୍ଟାର୍‌ ଡମ ହାସଲ କରିଥିଲେ। ଏହାପରେ ୨୦୧୦ରେ ଆଇ ହେଟ୍‌ ଲଭ୍‌ ଷ୍ଟୋରିଜ୍‌, ଆଇଶା, ୨୦୧୩ରେ ରାଝଂନା, ଭାଗ୍‌ ମିଲ୍‌ଖା ଭାଗ୍‌, ୨୦୧୫ରେ ପ୍ରେମ ରତନ ଧନ ପାଓ, ୨୦୧୮ରେ ସଞ୍ଜୁ ଆଦିରେ ଅଭିନୟ କରି ବେଶ୍‌ ସଫଳତା ହାସଲ କରିଥିଲେ। ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ।

Share