ସକାରାତ୍ମକ ମାନସିକତା ପାଇଁ…

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। କାରଣ ଏଗୁଡିକରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଯଦି ଏହାକୁ ଜଣେ ବ୍ୟକ୍ତି ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରନ୍ତି, ତେବେ ତାଙ୍କର ମାନସିକତା ପୂର୍ବାପେକ୍ଷା ସକାରାତ୍ମକ ରହିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ନିକଟରେ ଅଷ୍ଟ୍ରେଲିଆସ୍ଥିତ ସିଡନୀ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ‘ସକାରାତ୍ମକ ମାନସିକତା ଓ ଫଳମୂଳ’ ଶୀର୍ଷକ ବିଷୟକୁ ନେଇ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ନିୟମିତ ଖାଦ୍ୟ ତାଲିକାରେ ତଟକା ଫଳମୂଳକୁ ସାମିଲ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ମାନସିକତା ପୂର୍ବାପେକ୍ଷା ଅଧିକ ସକାରାତ୍ମକ ରହୁଥିବାର ଜଣାପଡିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।