କୁକୁର ଛାତିରୁ ବାହାରିଲା ୪ କିଲୋ ଓଜନର ଟ୍ୟୁମର

ପୁଣେ,୨୯।୮: ପୁଣେର ଏକ କୁକୁର ଛାତିରୁ ୪ କିଲୋଗ୍ରାମ ଓଜନର ଏକ ଟ୍ୟୁମର ଅପରେଶନ ମାଧ୍ୟମରେ ବାହାର କରାଯାଇଛି। ଏହି ଟ୍ୟୁମର ଏକ ଫୁଟବଲ ପରି ବଡ ଥିଲା। ପ୍ରାଣୀ ଚିକିତ୍ସିକ ଡା. ନରେନ୍ଦ୍ର ପରଦେଶୀଙ୍କ ନେତୃତ୍ୱରେ ଏକ ଟିମ୍‌ ଦ୍ୱାରା କୁକୁରର ଅପରେଶନ କରାଯାଇ ଟ୍ୟୁମର କଢାଯାଇଥିଲା। ଏହି କୁକୁରର ନାମ ହେଉଛି ‘ମିଲୋ’। ମିଲୋର ବୟସ ୧୨.୫ ବର୍ଷ। ୩ ବର୍ଷ ପୂର୍ବେ କୁକୁର ପେଟରେ ଟ୍ୟୁମର ଚିହ୍ନଟ ହୋଇଥିଲା, କିନ୍ତୁ ସେହି ସମୟରେ ଆକାର ବହୁତ ଛୋଟ ଥିଲା। କିନ୍ତୁ ଗତ ବର୍ଷ ବାୟୋପସିରେ ଏହାର ଆକାର ବହୁତ ବଡ ଥିବା ଦେଖାଯାଇଥିଲା। ଏହି କାରଣରୁ ମିଲୋ ଗତ କିଛି ଦିନ ଧରି ଚାଲିବାରେ ସକ୍ଷମ ହୋଇ ନ ଥିଲା। ଡାକ୍ତରୀ ଟିମ୍‌ ଅପରେଶନ ମାଧ୍ୟମରେ କୁକୁର ଛାତିରୁ ଟ୍ୟୁମର କାଢିବାରେ ସଫଳ ହୋଇଥିଲେ। ମିଲୋ ଅସ୍ତ୍ରୋପଚାର ପରେ ସୁସ୍ଥ ଅଛି। ମିଲୋର ମାଲିକ ମଧ୍ୟ ଏନେଇ ଖୁସି ଅଛନ୍ତି।

Share