Categories: ଖେଳ

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨ ଖେଳାଳି କେବଳ ଭଲ ଖେଳନ୍ତି ତାହା ନୁହେଁ ଏମାନେ ବିଶ୍ୱର ସବୁଠାରୁ ଦାମୀ ଖେଳାଳି ମଧ୍ୟ। ଫୋବ୍‌ସ ରିପୋର୍ଟ ଅନୁଯାୟୀ, ଏହି ତାଲିକାର ଶୀର୍ଷରେ ରହିଛନ୍ତି ମେସି। ସେହିପରି ରୋନାଲଡୋ ୧୧.୭ କୋଟି ଡଲାର ଆୟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋନାଲଡୋଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଲମ୍ବା। ଖେଳ ସାଙ୍ଗକୁ ତାଙ୍କର ଜୀବନଶୈଳୀ ପ୍ରତି ମଧ୍ୟ ଲୋକେ ବେଶ୍‌ ପ୍ରଭାବିତ। ସେ କ’ଣ ଖାଆନ୍ତି, କ’ଣ ପିଇଥାନ୍ତି, କେଉଁ ଗାଡିରେ ଯାଆନ୍ତି ଆଦି ସବୁକିଛି ଜାଣିବାକୁ ପ୍ରଶଂସକ ଆଗ୍ରହ ପ୍ରକାଶ କରନ୍ତି। ରୋନାଲଡୋଙ୍କ କାର୍‌ ପ୍ରେମ କାହାକୁ ଅଛପା ନାହିଁ। ସବୁବେଳେ ସେ ଟପ୍‌ କ୍ଲାସ ଗାଡି ଚଲାଇଥାନ୍ତି। ତାଙ୍କ ପାଖରେ ୧୦-୨୦ ନୁହେଁ ବରଂ ୭୫ କୋଟି ଟଙ୍କାର ଗାଡି ରହିଛି।
ନୂଆ ବର୍ଷରେ ରୋନାଲଡୋଙ୍କର ମହଙ୍ଗ ଗାଡି ତାଲିକାରେ ଆଉ ଏକ ଗାଡି ଶାମିଲ ହେବାକୁ ଯାଉଛନ୍ତି। ଏହା ହେଉଛି ବିଶ୍ୱର ସବୁଠାରୁ ଦାମି କାର। ସେ ବୁଗାଟି କମ୍ପାନୀର ଲା ଭଏଚର ନୋରେ କାର କିଣିଛନ୍ତି। ବୁଗାଟିର ଏହି କାରର ମୂଲ୍ୟ ୭୫ କୋଟି ଟଙ୍କା। ନୂଆବର୍ଷ ଅର୍ଥାତ୍‌ ୨୦୨୧ ବେଳକୁ ଏହି କାର ତାଙ୍କ ପାଖରେ ପହଞ୍ଚିଯିବ।
ପୂର୍ବରୁ ମଧ୍ୟ ରୋନାଲଡୋଙ୍କ ପାଖରେ ବୁଗାଟିର ସୁପରକାର ଶିରନ ରହିଛି। ୧୯ କୋଟିର ଏହି କାର ୪୨ ସେକେଣ୍ଡରେ ୨୬୧ କିମି ପ୍ରତି ଘଣ୍ଟା ବେଗରେ ଯାଇଥାଏ। ଏହି କାର କିଣିବା ପରେ ରୋନାଲଡୋ ପୁଅ ସହ ଗାଡିର କକ ଫଟୋ ଉଠାଇ ଶୋସିଆଲ ମିଡିଆରେ ଶେୟାର କରିଥିଲେ। ଖାଲି ସେତିକି ନୁହେଁ ତାଙ୍କ ପାଖରେ ଲମ୍ବୋର୍ଗିନୀ, ରୋଲ୍ସ ରୟସ, ଏଷ୍ଟନ ମାର୍ଟିନ ଡିବି ୯, ପୋର୍ଶ ଏବଂ ବୁଗାଟି ଶିରନ ରହିଛି।

 

Share