Categories: ଫୁରସତ

ଶୂନ ମାଧ୍ୟାକର୍ଷଣରେ ଫୁଟବଲ୍‌ ମ୍ୟାଚ

ଲିସ୍‌ବନ୍‌: ଜିରୋ ଗ୍ରାଭିଟି ବା ଶୂନ ମାଧ୍ୟାକର୍ଷଣରେ ଫୁଟ୍‌ବଲ ମ୍ୟାଚ୍‌। ଅନେକଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ନିକଟରେ ପର୍ତ୍ତୁଗିଜ୍‌ ଫୁଟବଲ୍‌ ଲିଜେଣ୍ଡ୍‌ ଲୁଇସ୍‌ ଫିଗୋଙ୍କ ସମେତ ଅନ୍ୟ ପ୍ରମୁଖ ଖେଳାଳି ପ୍ରାୟ ୨୦,୨୩୦ ଫୁଟ୍‌ ଉଚ୍ଚରେ ମ୍ୟାଚ୍‌ ଖେଳିଛନ୍ତି। ଏତେ ଉଚ୍ଚରେ ତଥା ଜିରୋ ଗ୍ରାଭିଟିରେ ଫୁଟବଲ୍‌ ଖେଳି ଅନ୍ତର୍ଜାତୀୟ ଖେଳାଳି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ ଏକ ସ୍ବତନ୍ତ୍ର ବିମାନରେ ଖେଳାଯାଇଥିଲା। ଏହାକୁ ବିଶେଷଭାବେ ସେଟ୍‌ଅପ୍‌ କରାଯାଇ ପ୍ଲେନ୍‌ ମଧ୍ୟରେ ଏକ ଫୁଟ୍‌ବଲ୍‌ ପଡ଼ିଆ ପ୍ରସ୍ତୁତ କରାଯାଇଥିଲା। ଶୂନ ମାଧ୍ୟାକର୍ଷଣ ପରିବେଶ ସୃଷ୍ଟି ପାଇଁ ପ୍ଲେନ୍‌କୁ ପାରବୋଲିକ୍‌ ପାଥ୍‌ରେ ନିଆଯାଇଥିଲା। ମଜାଦାର କଥା ହେଉଛି, ଫିଗୋ ଏହି ମ୍ୟାଚରେ ନିଜ ରେଡ୍‌ ଟିମ୍‌କୁ ବିଜୟୀ କରାଇଥିଲେ। ୟେଲୋ ଟିମ୍‌ ରେଡ୍‌ ଟିମ୍‌କୁ ଟକ୍କର ଦେଇଥିଲେ ହେଁ ୨-୧ ଗୋଲ୍‌ରେ ପରାଜିତ ହୋଇଥିଲା।

Share