Posted inଖେଳ

ଫୁଟବଲପ୍ରେମୀଙ୍କ ବିଜୟ: ଅନୁରାଗ

ଜୁରିକ୍‌/ନୂଆଦିଲ୍ଲୀ,୨୮ା୮:ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ) ଉପରୁ ଫିଫାର ବାସନ୍ଦାଦେଶ ଉଠିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ଏହା ଫୁଟବଲ ଫ୍ୟାନ୍‌ମାନଙ୍କର ବିଜୟ ବୋଲି ଠାକୁର ଅଭିହିତ କରିଛନ୍ତି। ତୃତୀୟ ପକ୍ଷ ହସ୍ତକ୍ଷେପ ଅଭିଯୋଗ କରି ଫିଫା ପକ୍ଷରୁ ଅଗଷ୍ଟ ୧୫ ତାରିଖରେ ଭାରତକୁ ନିଲମ୍ବନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା କରାଯାଇଥିବା ବେଳେ ସୁପ୍ରିମକୋର୍ଟ କମିଟି ଅଫ୍‌ ଆଡମିନିଷ୍ଟ୍ରେଶନ୍‌(ସିଓଏ)ର ଉଚ୍ଛେଦ କରିଥିଲେ। ଫିଫା ବାସନ୍ଦାଦେଶ ହଟିବା ପରେ ଭାରତରେ ୧୭ ବର୍ଷ କମ ମହିଳା ବିଶ୍ୱକପ ଆୟୋଜନ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତା ଅକ୍ଟୋବର ୧୧-୩୦ ମଧ୍ୟରେ ଭାରତରେ ଫୁଟବଲ ବିଶ୍ୱକପ ଆୟୋଜନ ହେବ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଏଆଇଏଫ୍‌ଏଫ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଇଚୁଙ୍ଗ ଭୂତିଆ ଓ କଲ୍ୟାଣ ଚୌବେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଫିଫାର ବାସନ୍ଦାଦେଶ ପରେ ଭାରତରେ ବିଶ୍ୱକପ ଆୟୋଜନ ଉପରେ ସଙ୍କଟର କଳାବାଦଲ ଛାଇ ଯାଇଥିଲା। ମାତ୍ର ସିଓଏ ଏବଂ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା ପରେ ବିଶ୍ୱକପ ଆୟୋଜନ ସ୍ପଷ୍ଟ ହୋଇଯାଇଛି। ସିଓଏ ଉଚ୍ଛେଦ ହୋଇଥିବା ନେଇ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫାକୁ ସ୍ପଷ୍ଟୀକରଣ ଦିଆଯିବା ପରେ ଭାରତକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏସିଆନ ଫୁଟବଲ ସଂଘ(ଏଏଫ୍‌ସି) ପକ୍ଷରୁ ଏଆଇଏଫ୍‌ଏଫ୍‌ ନିର୍ବାଚନକୁ ମନିଟର କରାଯିବା ସହିତ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପ୍ରଦାନ କରାଯିବା ନେଇ ଫିଫା ସ୍ପଷ୍ଟ କରିଛି। ଏହା ସହିତ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ କାର୍ଯ୍ୟକୁ ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର ପରିଚାଳନା କରିବେ।

ଫିଫାର ଏହି ନିଷ୍ପତ୍ତିକୁ ପୂର୍ବତନ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ସ୍ବାଗତ କରିଛନ୍ତି। ଏହାବ୍ୟତୀତ ପୂର୍ବତନ ମିଡ୍‌ଫିଲ୍ଡର ରେନେଡି ସିଂ ଓ ପୂର୍ବତନ କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଫିଫା ବାସନ୍ଦାଦେଶକୁ ନେଇ ଗୋକୁଳମ କେରଳ କ୍ଷତି ସହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଷ୍ଟ୍ରାଇକର ସବିର ଅଲୀ। ଭାରତୀୟ ଫୁଟବଲ ଇତିହାସରେ ଏହି ୧୧ ଦିନ ବ୍ୟାପୀ କଳାଦିବସର ଅବସାନ ଘଟିଥିବା ବେଳେ ଫିଫାର ଦାବିକୁ ଭାରତ ମାନି ନେଇଛି। ଏଆଇଏଫ୍‌ଏଫ୍‌ ନିର୍ବାଚନ ଆଗୁଆ କରିଥିଲେ ଏଭଳି ପରସ୍ଥିତିର ସାମ୍ନା କରିବାକୁ ପଡିନଥାନ୍ତା। ଗୋକୁଳମ୍‌ କେରଳର ଖେଳାଳିମାନେ ତାସକେଣ୍ଟରେ ଦୀର୍ଘ ଏକ ସପ୍ତାହ ଧରି ଅଟକି ରହିଥିଲେ। ଏଭଳି ପରିସ୍ଥିତିର ସାମ୍ନା କରିଥିବା ଦଳକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସବିର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ...

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

ଦ୍ୱିତୀୟ ଦିନିକିଆରେ ବଦଳିବ ଟିମ ଇଣ୍ଡିଆର ଚିତ୍ର! ନୂଆ ଚେହେରାଙ୍କୁ ମିଳିବ ସୁଯୋଗ, ଏମିତି ରହିବ ସାମ୍ଭାବ୍ୟ ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧: ବୁଧବାର ରାଜକୋଟରେ ଖେଳାଯିବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରଥମ ମ୍ୟାଚ ଜିତିବା ପରେ...

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ...

T20 World Cup 2026: ବଦଳିବ ନାହିଁ ବାଂଲାଦେଶର ମ୍ୟାଚ ଭେନ୍ୟୁ, ଭାରତକୁ କ୍ଲିନ ଚିଟ ଦେଲା ICC

ନୂଆଦିଲ୍ଲୀ,୧୩।୧: ସୁରକ୍ଷା କାରଣରୁ ବାଂଲାଦେଶ ପୁରୁଷ ଦଳର ଟି-୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

T 20 ଓ୍ବାର୍ଲଡ କପ ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି କ୍ୟାପଟେନ, ଭାରତ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ,୧୩।୧: ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲି ମଙ୍ଗଳବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଆଗାମୀ ବହୁ-ଫର୍ମାଟ ସିରିଜ ପରେ ହିଲି ଅନ୍ତର୍ଜାତୀୟ କ୍ରିକେଟରୁ...

ଟି-୨୦ ବିଶ୍ୱକପ ବିଷୟରେ ବାଂଲାଦେଶ ମିଛର ପର୍ଦ୍ଦାଫାଶ କଲା ICC! ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୧୩।୧: ୨୦୨୬ ଟି୨୦ ବିଶ୍ୱକପ ସମ୍ବନ୍ଧୀୟ ବିବାଦ ସମ୍ପର୍କରେ ବାଂଲାଦେଶର ମିଛର ପର୍ଦ୍ଦାଫାଶ ହୋଇଥିବା ପରି ମନେ ହେଉଛି। ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ତାର...

ପୁରୁଷ ହକି ଇଣ୍ଡିଆ ଲିଗ୍‌: ମାଗଣାରେ ମିଳିବ ଟିକେଟ୍‌

ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ମ୍ୟାଚ୍‌ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri