Posted inଖେଳ

ଫୁଟ୍‌ବଲ କିମ୍ବଦନ୍ତୀ ଜାଗାଲୋଙ୍କ ଦେହାନ୍ତ

ରିଓ ଡି’ ଜେନିରୋ, ୭ା୧(ଏପି): ବ୍ରାଜିଲର ପୂର୍ବତନ ଫୁଟ୍‌ବଲ ଖେଳାଳି ତଥା କୋଚ୍‌ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି। ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଜଣେ ଖେଳାଳି ହିସାବରେ ସେ ଦୁଇଥର ବିଶ୍ୱକପ୍‌ ଜିତିଥିବା ବେଳେ ବ୍ରାଜିଲର କୋଚ୍‌ ଭାବେ ଥରେ ଏବଂ ସହକାରୀ କୋଚ୍‌ ଭାବେ ଆଉ ଥରେ ବିଶ୍ୱକପ୍‌ ଜିତିଛନ୍ତି। ସେ ଜଣେ ଖେଳାଳି ଓ କୋଚ୍‌ ହିସାବରେ ବିଶ୍ୱକପ୍‌ ଜିତିବାରେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। ବ୍ରାଜିଲ ଫୁଟ୍‌ବଲ ଇତିହାସରେ ଜାଗାଲୋଙ୍କୁ ଏକ ପ୍ରମୁଖ ଚରିତ୍ର ବିବେଚନା କରାଯାଏ। ୧୯୫୮ରେ ପ୍ରଥମ ବିଶ୍ୱକପ୍‌ ଟାଇଟଲଠାରୁ ଆରମ୍ଭ କରି ୨୦୧୪ରେ ଟୁର୍ନାମେଣ୍ଟର ଆୟୋଜନ ପର୍ଯ୍ୟନ୍ତ ସେ ବ୍ରାଜିଲ ଫୁଟ୍‌ବଲ ସହିତ ଅଙ୍ଗାଙ୍ଗି ଭାବେ ସମ୍ପୃକ୍ତ ଥିଲେ। ୨୦୧୮ ଏବଂ ୨୦୨୨ ବିଶ୍ୱକପ୍‌ ପାଇଁ ଦଳକୁ ନେଇ ଯିବା ପୂର୍ବରୁ କୋଚ୍‌ ଟିଟେ ତାଙ୍କଠାରୁ ପରାମର୍ଶ ନେଇଥିଲେ। ୧୯୫୮ରେ ସୁଇଡେନରେ ଏବଂ ୧୯୬୨ରେ ଚିଲିରେ ବିଶ୍ୱକପ୍‌ ଜିତିଥିବା ବ୍ରାଜିଲ ଦଳର ସେ ଫରଓ୍ବାର୍ଡ ଖେଳାଳି ଥିଲେ। ମିଡ୍‌ଫିଲ୍ଡର ଏବଂ ଷ୍ଟ୍ରାଇକର ମଧ୍ୟରେ ଫଲ୍ସ ଓ୍ବିଙ୍ଗର ଭାବେ ଖେଳିପାରୁଥିବା ସେ ଜଣେ ଅନ୍ୟତମ ଖେଳାଳି। ୧୯୬୫ରେ ଜାଗାଲୋ ପ୍ରଫେସନାଲ ଖେଳିବା ଛାଡ଼ି ଦେଇଥିଲେ। ଏହାର ବର୍ଷକ ପରେ ସେ ରିଓ ଡି ଜେନିରୋ କ୍ଲବ ବୋଟାଫୋଗୋ ସହିତ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ମେକ୍ସିକୋ ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ୧୯୭୦ରେ ଜାତୀୟ ଦଳର କୋଚ୍‌ ମନୋନୀତ କରାଯାଇଥିଲା। ଏହି ଦଳରେ ପେଲେ, ଜୈରଜିନ୍‌ହୋ, ଜେର୍ସନ, ରବର୍ଟ ରିଭେଲିନୋ ଓ ଟୋଷ୍ଟାଓଙ୍କ ଭଳି ଦକ୍ଷ ଖେଳାଳି ରହିଥିଲେ। ଫାଇନାଲରେ ଇଟାଲିକୁ ୪-୧ ଗୋଲ୍‌ରେ ପରାସ୍ତ କରି ୩ଥର ବିଶ୍ୱକପ୍‌ ଜିତିବାରେ ବ୍ରାଜିଲ ପ୍ରଥମ ଦଳ ବିବେଚିତ ହୋଇଥିଲା। ସେ ୧୯୭୪ରେ ମଧ୍ୟ ବ୍ରାଜିଲ ଦଳର କୋଚ୍‌ ରହିଥିଲେ। ସେ ଥର ପେଲେଙ୍କ ଅନୁପସ୍ଥିତିରେ ବ୍ରାଜିଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଜାଗାଲୋ ପରେ କାର୍ଲୋସ ଅଲବର୍ଟୋ ପେରିରାଙ୍କ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ରାଜିଲ ୧୯୯୪ରେ ଇଟାଲିକୁ ଫାଇନାଲରେ ପରାସ୍ତ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

ସୁପର-୮ରେ ଟିମ୍‌ ଇଣ୍ଡିଆକୁ ରହିବାକୁ ପଡ଼ିବ ସାବଧାନ! ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି କରିପାରନ୍ତି…

ନୂଆଦିଲ୍ଲୀ,୨୨।୨: ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୬ରେ ମୁହାଁମୁହିଁ ହେବେ। ସୁପର ୮ ରାଉଣ୍ଡରେ ଗ୍ରୁପ ୧ର ଏହା ପ୍ରଥମ ମ୍ୟାଚ, ଯାହା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri