Posted inଖେଳ

ନେକ୍ରୋପୋଲ ଏକୁମେନ୍ସିଆରେ ପେଲେଙ୍କ ଶେଷକୃତ୍ୟ

ସାଣ୍ଟୋସ, ୪।୧(ପି.ଟି.): ବିଶ୍ୱ ଫୁଟବଲର ଯାଦୁକର ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମଙ୍ଗଳବାର ସମ୍ପନ୍ନ ହୋଇଛି। ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିବା ବେଳେ ବ୍ରାଜିଲରେ ଲାଗିରହିଥିଲା ଶୋକରଛାୟା। ଲକ୍ଷାଧିକ ପ୍ରଶଂସକଙ୍କ ଭିଡ ମଧ୍ୟରେ ପେଲେଙ୍କ ମରଶରୀର ଭିଲା ବେଲ୍‌ମିରୋ ଷ୍ଟାଡିୟମରୁ ନେକ୍ରୋପୋଲ ଏକୁମେନ୍ସିଆ କବର ସ୍ଥାନକୁ ନିଆଯାଇଥିଲା। ଏକ ଅଗ୍ନିଶମ ବାହିନୀ ଗାଡି ଉପରେ ପେଲେଙ୍କ କଫିନ୍‌କୁ ରଖାଯାଇ ଶୋଭାଯାତ୍ରା ବାହାରିଥିଲା। ସହର ମଧ୍ୟରେ ଭାବବିହ୍ବଳ ପ୍ରଶଂସକ ନିଜ ପ୍ରିୟ ତାରକାଙ୍କୁ ଶେଷ ଥର ପାଇଁ ଦେଖିବାର ସୁଯୋଗ ପାଇଥିଲେ। ପେଲେଙ୍କ ୧୦୦ ବର୍ଷୀୟ ମା’ ସେଲେଷ୍ଟେ ଆରାଣ୍ଟେସ ରହୁଥିବା ଘର ଦେଇ ବିଶ୍ୱର ଉଚ୍ଚତମ କବର ସ୍ଥାନରେ ପହଞ୍ଚିଥିଲା ପେଲେଙ୍କ ପାର୍ଥିବ ଶରୀର। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କୁ କବର ଦିଆଯାଇଥିଲା। ପେଲେଙ୍କ ଅନ୍ତିମ ଇଚ୍ଛା ଅନୁଯାୟୀ ଏହି କବର ସ୍ଥାନର ନବମ ମହଲାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ସାଣ୍ଟୋସର ଷ୍ଟାଡିୟମ ଯେଉଁଠି ପେଲେ ନିଜର ଫୁଟବଲ ଜୀବନ ଆରମ୍ଭ କରିଥିଲେ ସେଠାରେ ପେଲେଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ସୁପ୍ରିମକୋର୍ଟ ବିଚାରପତି ଓ ଫିଫାର ସଭାପତି ପହଞ୍ଚିଥିଲେ। କ୍ୟାନ୍ସର ସହିତ ଲଢେଇ କରୁଥିବା ବେଳେ ଗୁରୁବାର ପେଲେଙ୍କ ପରଲୋକ ହୋଇଥିଲା। ତାଙ୍କ ମରଶରୀରକୁ ବ୍ରାଜିଲର ଜାତୀୟ ପତାକା ଓ ସାଣ୍ଟୋସ୍‌ କ୍ଲବର ପତାକାରେ ଘୋଡାଯାଇ ଅନ୍ତିମ ଦର୍ଶନ ପାଇଁ ଭିଲା ବେଲ୍‌ମିରୋ ଷ୍ଟାଡିୟମର ମିଡ୍‌ଫିଲ୍ଡ ଅଞ୍ଚଳରେ ରଖାଯାଇଥିଲା। ସାଓପାଓଲୋ ବାହାରେ ରହିଥିବା ଏହି ଷ୍ଟାଡିୟମ ପେଲେଙ୍କ ପାଇଁ ଦ୍ୱିତୀୟ ଘର ସଦୃଶ ଥିଲା। ୧୬ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭିତର ଓ ବାହାର ପେଲେଙ୍କ ସମର୍ଥକଙ୍କ ଦ୍ୱାରା ଭରି ଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ଭିଡ଼ ଏତେ ରହିଥିଲା ଯେ କିଛି ପ୍ରଶଂସକଙ୍କୁ ୩ ଘଣ୍ଟା ଖରାରେ ଛିଡା ହେବାକୁ ପଡିଥିଲା। ପେଲେଙ୍କ ମରଶରୀର ଷ୍ଟାଡିୟମ ବାହାରକୁ ଯିବା ପୂର୍ବରୁ ରାଷ୍ଟ୍ରପତି ଲୁଇଜ୍‌ ଇନାକିଓ ଲୁଲା ଡା ସିଲ୍‌ଭା ତାଙ୍କର ଅନ୍ତିମ ଦର୍ଶନ ପାଇଁ ଆସିଥିଲେ। ୬୦ ଓ ୭୦ ଦଶକରେ ପେଲେ ବିଶ୍ୱର ସର୍ବଶ୍ରେଷ୍ଠ ଆଥ୍‌ଲେଟ ରହିଥିଲେ। ତାଙ୍କୁ ରାଷ୍ଟ୍ରପତି ଓ ମହାରାଣୀମାନେ ଭେଟୁଥିଲେ। ଏପରି କି ତାଙ୍କ ଖେଳ ଦେଖିବା ପାଇଁ ନାଇଜେରିଆନ୍‌ ଗୃହ ଯୁଦ୍ଧ ମଧ୍ୟ ୪୮ ଘଣ୍ଟା ବନ୍ଦ ରହିଥିଲା। ବେଲ୍‌ମିରୋ ଷ୍ଟାଡିୟମର କିଛି ଷ୍ଟାଣ୍ଡ କେବଳ ୧୦ ନମ୍ବର ଜର୍ସିରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ କିଛି ଷ୍ଟାଣ୍ଡ ଶୋକସନ୍ତପ୍ତ ଲୋକଙ୍କ ଫୁଲତୋଡାରେ ଭର୍ତ୍ତି ହୋଇଥିଲା। ଏହା ମଧ୍ୟରେ ନେମାର ଓ ରୋନାଲ୍ଡୋଙ୍କ ପରି ଖେଳାଳି ସାମିଲ ଥିଲେ। ଏହି ଅନ୍ତିମ ଦର୍ଶନରେ ୨୩ ରାଷ୍ଟ୍ରର ୧୨୦୦ ସାମ୍ବାଦିକ ସାମିଲ ହୋଇଥିଲେ।
ଏହି ଅନ୍ତିମ ଯାତ୍ରାରେ ପେଲେଙ୍କ ବନ୍ଧୁ ତଥା ସାଣ୍ଟୋସର ପୂର୍ବତନ ଖେଳାଳି ମାନୋଏଲ୍‌ ମାରିଆ ମଧ୍ୟ ସାମିଲ ଥିଲେ। ମାରିଆ ସାଣ୍ଟୋସରେ ପେଲେଙ୍କ ସହିତ ଏକାଠି ଖେଳିଥିବା ବେଳେ ପେଲେଙ୍କ ଋଣ ଶୁଝିବାରେ ଅସମର୍ଥ ବୋଲି କହିଥିଲେ। ମୋ ପାଇଁ ଓ ମୋ ପରିବାର ପାଇଁ ସେ ଯାହା ବି କରିଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ସେ କେବଳ ଜଣେ ଭଲ ଖେଳାଳି ନ ଥିଲେ ବରଂ ଜଣେ ଭଲ ମଣିଷ ଥିଲେ ବୋଲି ମାରିଆ କହିଛନ୍ତି। ଫିଫା ସଭାପତି ଜିଆନ୍ନି ଇନ୍‌ଫାଣ୍ଟିନୋ, ବ୍ରାଜିଲ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଗିଲମାର ମେଣ୍ଡେସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri