ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସୁପ୍ରିୟା ସ୍ମାରକୀ ଜିଲା ଆନ୍ତଃ କ୍ଲବ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗର୍ଭନା ଦଳକୁ ହରାଇ କଦଳୀପାଲି ଦଳ ଚମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ କଦଳୀପାଲି ଦଳ ପକ୍ଷରୁ ଅଂଶ ଛତ୍ରିଆ, ଶ୍ରୀକାନ୍ତ ଭୋଇ ଓ ବୁଲୁ କାଳସା ଗୋଟିଏ ଲେଖାଏ ଗୋଲ ଦେଇଥିଲେ ।
ସୁନିଲ ବାଗ ଖେଳ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍ରେ ଶୁଭମ ପାତ୍ର, ସଚିନ ଭୁଏ ସହଯୋଗ କରିଥିଲେ। ଚତୁର୍ଥ ରେଫରି ଥିଲେ ଶୁଭମ୍ ପ୍ରଧାନ। ମ୍ୟାଚ କମିଶନର ଥିଲେ ସଚ୍ଚିଦାନନ୍ଦ ପଣ୍ଡା ।
ଜିଲା କ୍ରୀଡ଼ା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ତ୍ୱ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଟାଉନ ଥାନା ଅଧିକାରୀ ସୁରେନ୍ଦ୍ର ଛତ୍ରିଆ, ଇନ୍ସପେକ୍ଟର ମଙ୍ଗଳ କିସ୍କୋ, ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ପ୍ରାକ୍ତନ ସମ୍ପାଦକ ପ୍ରଭାତାଦିତ୍ୟ ମିଶ୍ର, ଫାଓ
ଉପ ସଭାପତି ରବି ପଣ୍ଡା, ଫୁଟବଲ ସମ୍ପାଦକ ସେକ ସବଦର, ପ୍ରାକ୍ତନ ଫୁଟବଲ ସମ୍ପାଦକ ଜ୍ଞାନ ରଞ୍ଜନ ପୂଜାରୀ ପ୍ରମୁଖ ଖେଳାଳି ଏବଂ ମ୍ୟାଚ ଅଫିସିଆଲଙ୍କୁ ପୁରସ୍କୃତ କରିଥିଲେ ।
ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ କଦଳୀପାଲି ଦଳର ଶ୍ରୀକାନ୍ତ ଭୋଇ, ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ସୋହେଲା ଦଳର ଶୁଭମ୍ ପାତ୍ର, ପ୍ରତିଯୋଗିତାର ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ କଦଳୀପାଲି ଦଳର ସିଦ୍ଧାନ୍ତ ପ୍ରଧାନ, ଶ୍ରେଷ୍ଠ ଡିଫେଣ୍ଡର ଭାବେ କଦଳୀପାଲି ଦଳର ସୋନୁ ସୁନା, ଶ୍ରେଷ୍ଠ ସ୍କୋରର ଭାବେ ଗର୍ଭଣା ଦଳର ନରେନ୍ଦ୍ର ପାତ୍ର ଓ କଦଳୀ ପାଲି ଦଳର ଶକ୍ତିମାନ ର୍ମିଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା।
ଶେଷରେ ମ୍ୟାଚ୍ ଅଫିସିଆଲ, ଷ୍ଟାଡିୟମ କର୍ମଚାରୀ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରତିଯୋଗିତା ଓ ଉଦ୍ଯାପନୀ ଉତ୍ସବ ପରିଚାଳନାରେ କୋଷାଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ମହାପାତ୍ର, ସମ୍ପାଦକ ସୁରେଶ ଦାଶ, ବାବଲୁ ଦାଶ, ବିକାଶ ବିଶାଳ ପ୍ରମୁଖ ସହଯୋଗ କରିଥିଲେ।


