ଚଳିତ ବର୍ଷ ବୃଦ୍ଧି ପାଇବ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୨୧।୮: ଚଳିତ ବର୍ଷ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ପୂର୍ବ ବର୍ଷଠାରୁ ରେକର୍ଡ ପରିମାଣରେ ବୃଦ୍ଧି ପାଇବ ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ସାଙ୍ଗକୁ ଘରୋଇ ବଜାରରେ ମଧ୍ୟ ଏହାର ଚାହିଦା ବଢ଼ିିବ। ଫଳରେ ଦେଶର ମୁଦ୍ରାସ୍ଫୀତି କିଛି ପରିମାଣରେ ସୁଧାର ସାଙ୍ଗକୁ ଅର୍ଥନୈତିକ କାରବାରରେ ମଧ୍ୟ ଭଲ ଫଳାଫଳ ପ୍ରଦାନ କରିବ। ସରକାରୀ ରିପୋର୍ଟ ଅନୁସାରେ ୨୦୨୧-୨୨ ରେ ଚାଉଳ, ଗହମ ଏବଂ ଡାଲି ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୫.୭ ନିୟୁତ ଟନ୍‌ ଛୁଇଁବ। ସେହିପରି ୨୦୨୦-୨୧ ତୁଳନାରେ ଏହା ୪.୯୮ ନିୟୁତ ଟନ୍‌ ଅଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଖାଦ୍ୟ ଏବଂ କୃଷି ସଂସ୍ଥାନ (ଏଫ୍‌ଏଓ)ର ଖାଦ୍ୟ ଦର ସୂଚକାଙ୍କ ୨୦୨୨ରେ ୧୩.୮%କୁ ବୃଦ୍ଧି ପାଇଛି। ଘରୋଇ ବଜାରରେ ଯୋଗାଣ ଅଭାବ ସ୍ଥିତି ଉପୁଜିଥିଲା। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ରପ୍ତାନି ଉପରେ ମଧ୍ୟ କଟକଣା ଲାଗୁ କରିଥିଲେ। ତେବେ ରପ୍ତାନି କଟକଣା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ-ଏପ୍ରିଲରେ ଦେଶର ହାରାହାରି ଗହମ ରପ୍ତାନି ପରିମାଣ ୯୦୩,୬୯୦ ଟନ୍‌ ଥିଲା, ଯାହାକି ୨୦୨୧ ତୁଳନାରେ ଅନେକ ମାତ୍ରାରେ ଅଧିକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୨୧ରେ ଦେଶରୁ ମୋଟ ୫୧୫,୨୬୭ ଟନ୍‌ ଗହମ ରପ୍ତାନି ହୋଇଥିଲା। ଟଙ୍କାର ବିନିମୟ ମୂଲ୍ୟ ଖସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ବର୍ଦ୍ଧିତ ଦର ଆମଦାନୀ ବିଲ୍‌ ବଢ଼ାଇଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ପଡ଼ିଥିବା ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ୨୦୨୧-୨୨ରେ ଉତ୍ପାଦନ ହେବାକୁ ଥିବା ୩୧୫.୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ ବର୍ଷରେ ଦେଶର ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୫ ନିୟୁତ ଟନ୍‌ ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଲୋଚ୍ୟ ଆର୍ଥିକ ବର୍ଷରେ ରେକର୍ଡ ୧୩୦.୨୯ ନିୟୁତ ଟନ୍‌ ଚାଉଳ ଏବଂ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ଗତ ୫ ବର୍ଷର ହାରାହାରି ବାର୍ଷିକ ଉତ୍ପାଦନ ତୁଳନାରେ ଏହା ୩.୮୭ ନିୟୁତ ଟନ୍‌ ଅଧିକ ରହିବ। ନରେନ୍ଦ୍ର ମୋଦି ସରକାରଙ୍କ ଚାଷୀ ଅନୁକୂଳ ନୀତି, କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆସାମ, କର୍ନାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣା ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟରେ କମ୍‌ ବିହନ ବୁଣାଯାଇଛି। ଏଥିମଧ୍ୟରୁ ଅଧିକାଂଶ ରାଜ୍ୟରେ ଏ ବର୍ଷ ଅଭାବୀ ବର୍ଷା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri