ବାଲିଯାତ୍ରାରେ ଫୁଡ୍‌ ଷ୍ଟଲ ସିଲ୍‌ :ଏମିତି ଭୁଲକଲେ ବାଲିଯାତ୍ରାରେ ମିଳିବନି ଷ୍ଟଲ 

କଟକ,୮।୧୧: କଟକ ବାଲିଯାତ୍ରା ପଡ଼ିଆରେ ଆକ୍ସନ ମୋଡରେ ପ୍ରଶାସନ। ଫୁଡ ସେଫ୍ଟିର ରେଡ ପରେ କଟକ ଅତିରିକ୍ତ ଜିଲାପାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାରମ୍ବାର ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ଷ୍ଟଲ ଉପରେ ଆକ୍ସନ ନିଆଯିବ। ବାରମ୍ବାର ଅପମିଶ୍ରଣ ଖାଦ୍ୟ ବିକ୍ରି ଧରାପଡ଼ିଲେ ଷ୍ଟଲ ପକାଇବାକୁ ଅନୁମତି ମିଳିବନି। ଆସନ୍ତା ବର୍ଷରୁ ଆଉ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ।
ଅନ୍ୟପକ୍ଷେ ଆଜି ୫୦ରୁ ଊଦ୍ଧର୍‌ବ ଷ୍ଟଲ ଯାଞ୍ଚ ସହ ଗୋଟିଏ ଫୁଡଷ୍ଟଲକୁ ସିଲ୍‌ କରାଯାଇଛି।
Dharitri – Odisha’s No.1 Odia Daily