ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଏହି ସମୟରେ ଜୁନାଗଡ଼ ହାଇସ୍କୁଲ ପଡିଆ ସମ୍ମୁଖରେ ସରକାରୀ ଜାଗା ଉପରେ ଥିବା ବେଙ୍ଗାଲୁରୁ ବେକେରି ଦୋକାନରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି। ଏହି ଦୋକାନରେ ବର୍ତ୍ତମାନ ସୁଦ୍ଧା ଫୁଡ଼ ଲାଇସେନ୍ସ ନବୀକରଣ କରା ଯାଇ ନ ଥିବା ଓ ହାଇଜିନ ନ ପିନ୍ଧି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ଲାଇସେନ୍ସ ନବୀକରଣ ନ ହେବା ଯାଏ ବେକେରିରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଠାରେ ପ୍ରସ୍ତୁତ ୨ ଖାଦ୍ୟ ସାମଗ୍ରୀର ନମୁନା ପରୀକ୍ଷଣ ପାଇଁ ବିଭାଗ ପକ୍ଷରୁ ନିଆଯାଇଛି।

ପ୍ରକାଶ ଯେ, ରବିବାର ଜୁନାଗଡ଼ ସହରର ଜଣେ ଗୃହିଣୀ ଏହି ଦୋକାନକୁ ବ୍ରେଡ୍‌ କିଣିବା ପାଇଁ ଯାଇଥିଲେ।
ଘରେ ପହଞ୍ଚି ସେ ଦେଖିବା ବେଳକୁ ବ୍ରେଡ୍‌ ଭିତରେ ପୋକ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୃହିଣୀଙ୍କ ପୁଅ ଦୋକାନକୁ ଯାଇ ଦୋକାନୀ ମାଲିକଙ୍କୁ ବ୍ରେଡ଼ ଦେଖେଇ ପଚାରିଲେ ପୋକ କେମିତି ଆସିଲା ବୋଲି। ଏହାର ଜବାବରେ ଦୋକାନୀ ମାଲିକ ରାଗିକି ଯୁବକଙ୍କୁ ଦବାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ ସାହସ କରି ତାଙ୍କୁ ଫୁଡ୍‌ ଲାଇସେନ୍ସ ଦେଖାଇବା ପାଇଁ କହିଥିଲେ। ତେବେ ଦୋକାନ ମାଲିକ ମୋ’ ପାଖରେ ନାହିଁ ସରକାରଙ୍କୁ ମାଗ ବୋଲି କହିଥିଲେ। ଏହି ଦୋକାନରେ ମିଳୁଥିବା ବ୍ରେଡ୍‌ରେ ପ୍ରସ୍ତୁତି ତାରିଖ, ଏକ୍ସପାଏରି ଡେଟ୍‌ କିମ୍ବା ଏମ୍‌ଆର୍‌ପି ସମ୍ପୂର୍ଣ୍ଣ ନ ଥିଲା। ଯାହାକୁ ନେଇ ଯୁବକ ଜଣକ ଖାଦ୍ୟ ନିରାପତ୍ତା ବିଭାଗରେ ଅଭିଯୋଗ କରିଥିଲେ। ଫଳରେ ଅଭିଯୋଗ ପାଇ ବିଭାଗ ପକ୍ଷରୁ ବୁଧବାର ଏହି ଦୋକାନରେ ଚଢ଼ାଉ କରାଯାଇଥିଲା।

ସେହିପରି ସହରର ଅନ୍ୟ କିଛି ଦୋକାନରେ ଚଢ଼ାଉ କରାଯାଇ ୧୧ ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ସମସ୍ତ ଦୋକାନୀଙ୍କୁ ଫୁଡ୍‌ ଲାଇସେନ୍ସ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶଜିତ ନାଏକଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ବିଭାଗର (ଏମ୍‌ଟିଏସ୍‌)ଗଜେନ୍ଦ୍ର କୈବର୍ତ୍ତ, ଜୁନାଗଡ଼ ପୋଲିସ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ଥିଲେ।

ଅନ୍ୟପକ୍ଷରେ ଖାଦ୍ୟ ନିରାପତ୍ତା ବିଭାଗର ଏହି ଚଢ଼ାଉକୁ ନେଇ ସ୍ଥାନୀୟ ବଣିକ ସଂଘର ସଭାପତି ମୁକେଶ ଅଗ୍ରଓ୍ବାଲ ସ୍ବାଗତ କରିବା ସହ ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନୀଙ୍କୁ ଫୁଡ୍‌ ଲାଇସେନ୍ସ କରିବାକୁ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Plane Crash: ଭୟଙ୍କର ବିମାନ ଦୁର୍ଘଟଣା, ୧୩ ମୃତ, ଦେଖନ୍ତୁ ଭୟଙ୍କର Video

ଲିମା,୨।୮: ଶନିବାର ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ବିମାନଟି…

ସକାଳୁ ସକାଳୁ ଥରିଲା ରାଜଧାନୀ, ଭୂକମ୍ପର ତୀବ୍ରତା ଥିଲା…

ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri