ଖାଦ୍ୟ ଉତ୍ପାଦନ ଓ ଆମ ପରିବେଶ

ଅରୁଣ କୁମାର ତ୍ରିପାଠୀ

 

ବିଶ୍ୱର ଭବିଷ୍ୟତକୁ ଆଖି ଆଗରେ ରଖି ୧୯୮୭ ମସିହାରେ ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା ପରିବେଶ ଓ ବିକାଶ ଆୟୋଗ ତରଫରୁ ଏକ ଜ୍ଞାନ ଯଜ୍ଞ ଆହୂତ କରାଯାଇଥିଲା। ବଡ଼ ବଡ଼ ଯଜ୍ଞ ନିମନ୍ତେ ପୂର୍ବ ପ୍ରସ୍ତୁତି କରାଗଲା ଭଳି ଏଥିନିମନ୍ତେ ବହୁ ପୂର୍ବରୁ ପ୍ରୟାସ ଜାରି କରାଯାଇଥିଲା। ଯଜ୍ଞ ଶେଷରେ ଚରୁ ଉତ୍ପାଦନ ଭଳି ଏଥିରୁ ଏକ ସଂଜ୍ଞା ବାହାରିଥିଲା, ଯାହା ଆଜି ବି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅୟମାରମ୍ଭ ସମୟରେ ଆଖି ଆଗରେ ରଖିବାକୁ ହୁଏ। ସେହି ସଂଜ୍ଞାଟି ହେଉଛି, ”ବର୍ତ୍ତମାନ ପିଢ଼ିର ଆବଶ୍ୟକତାଗୁଡ଼ିକୁ ନ୍ୟାୟ ପ୍ରଦାନ କରିବା ସହ ଭବିଷ୍ୟତ ପିଢ଼ିର ସମ୍ଭାବନାକୁ ସଙ୍କୁଚିତ କରିବା ନାହିଁ।“ ଇଂଲିଶରେ ଏହାକୁ ସଷ୍ଟନେବଲ ଡେଭଲପମେଣ୍ଟ କହନ୍ତି।
ଆମ ଭବିଷ୍ୟତର ପିଢ଼ିଙ୍କୁ ଏକ ଉନ୍ନତ ପୃଥିବୀ ଯୋଗାଇବା, ପରିବେଶ ସୁରକ୍ଷା ଅବା ପ୍ରାକୃତିକ ସମ୍ପଦ କ୍ଷୟ ନ କରି ଅର୍ଥନୈତିକ ବିକାଶ କରିବା। ତେବେ ପ୍ରଶ୍ନ ଉଠେ କାହିଁକି ଏହି ସବୁ ପ୍ରୟାସ। ପରିବାରର ମାଆ ସମସ୍ତ ଅଳି ଅର୍ଦ୍ଦଳି ସହିଯା’ନ୍ତି, ସଦସ୍ୟଙ୍କ କଠୋର ବ୍ୟବହାରକୁ ମଧ୍ୟ ସେ ଭ୍ରୂକ୍ଷେପ ନ କରି କେବଳ ସ୍ନେହ ବିତରଣ କରନ୍ତି। କିନ୍ତୁ ଥରେ ତାଙ୍କ ଦେହ ଖରାପ ହୋଇଗଲେ ପରିବାର ସଦସ୍ୟ ସମସ୍ତେ ହଇରାଣ ହୁଅନ୍ତି। ସେହିଭଳି ଆମ ଧରଣୀ ରାଣୀ ସମସ୍ତ ଦେଶରେ ରହୁଥିବା ଜନସାଧାରଣଙ୍କ ସମସ୍ତ କୁକର୍ମକୁ ସହିଯା’ନ୍ତି। ପୃଥିବୀ ଯଦି ନିଜର ଦୁଃଖ କଥାରେ ପରିପ୍ରକାଶ କରିପାରନ୍ତା, ତେବେ ସେତେଟା ଅସୁବିଧା ହୁଅନ୍ତା ନାହିଁ। ଯେମିତି ଆମେ ଜଗନ୍ନାଥଙ୍କୁ ନିଜକୁ ନିଜେ ଘଣ୍ଟ ଘୋଡ଼େଇ ରଖ ବୋଲି ଅଣସର ସମୟରେ ଦୁଇ ହାତ ଟେକି ନିବେଦନ କରୁ, ସେହିଭଳି ପୃଥିବୀ ନିଜର ଅସୁବିଧାମାନ ପରିସଂସ୍ଥାରେ ପରିବର୍ତ୍ତନ କରି ସଙ୍କେତ ମାଧ୍ୟମରେ ଦର୍ଶାଏ। ଛୋଟିଆ କ୍ଷତଟିକୁ ଅଣଦେଖା କଲେ, ତାହା ଭବିଷ୍ୟତରେ ପ୍ରାଣଘାତୀ କର୍କଟ ଯେ ନ ସାଜିବ ତାହା କେହି କହିପାରିବେ ନାହିଁ। ପୂର୍ବ ପାଠ୍ୟଖସଡ଼ାର ନବମ ଶ୍ରେଣୀ ସାହିତ୍ୟ ବହିରେ ଥିବା ପାଠ ‘ପୃଥିବୀକୁ ଜ୍ୱର ଆସୁଛି’କୁ ନିରିଖେଇ ଦେଖିଲେ, ଭବିଷ୍ୟତରେ ଆସୁଥିବା ସମସ୍ୟାଗୁଡ଼ିକୁ ଆଡ଼େଇ ଦିଆଯାଇ ନ ପାରେ।
ପୃଥିବୀର ୨୯% ସ୍ଥଳ ଏବଂ ୭୧% ଜଳ। ଏହି ଅଣତିରିଶ ପ୍ରତିଶତକୁ ଯଦି ୧୦୦ ବୋଲି ଧରିନେବା, ତେବେ ଏଥିରୁ ୧୦% ଗ୍ଲେସିୟର, ୧୪% ସ୍ରବ୍ସ ବା ଲଟାବୁଦା, ଏବଂ ୩୮%ଜଙ୍ଗଲ ଭୂମି। ଯେଉଁ ବଳକା ୪୬% ରହୁଅଛି ତାହାକୁ ଯଦି ୧୦୦ ବୋଲି ଧରିବା ସେଥିରୁ ୭୭% ପଶୁପାଳନରେ ବ୍ୟବହୃତ ହେଉଛି ତଥା କେବଳ ୨୩% ଚାଷଜମି ରହିଅଛି।
ଭାରତର ସ୍ବାଧୀନତା ପରେ ଅନେକ ପଞ୍ଚବାର୍ଷିକ ଯୋଜନା ହୋଇଅଛି। ପ୍ରଥମେ ନିର୍ଦ୍ଦେଶ ସହକାରେ ଏହି ଯୋଜନା ମାନ ରାସାୟନିକ ସାର ପ୍ରୟୋଗ କରି ଅଧିକ ପରିମାଣରେ ଖାଦ୍ୟଶସ୍ୟ ଉତ୍ପାଦନ ସହ ଭାରତକୁ ସ୍ବାବଲମ୍ବୀ କରିପାରିଥିଲା, ବିଦେଶକୁ ରପ୍ତାନି କରିବା ନିମିତ୍ତ ବଳକା ଶସ୍ୟ ମଧ୍ୟ ଯୋଗାଡ଼ କରିଦେଇଥିଲେ। ଯଦିଓ ଅମଳ ବର୍ଷାର ପରିମାଣ, ସୂର୍ଯ୍ୟାଲୋକ, ମେଘ, ଦୁଇଟି ଚାଷ ମଧ୍ୟରେ ବିରାମ, ଘାସ ବଛା, ପୋଷକ ପରିଚାଳନା ତଥା ରୋଗପୋକ ଦମନ ଉପରେ ନିର୍ଭର କରେ, କିନ୍ତୁ ଏବେ ରାସାୟନିକ ସାର ତଥା ଉନ୍ନତ ଅମଳକ୍ଷମ ବିହନ ପ୍ରୟୋଗ କରି ଆଖିଦୃଶିଆ ଉତ୍ପାଦନ କରାଯାଉଅଛି। ଯେମିତି ଅଧିକ ଛୁଆ ଜନ୍ମ କଲେ ମାଆ ରୋଗିଣା ହୁଏ, ଷ୍ଟେରଏଡ୍‌ ବ୍ୟବହାର ଯଦିଓ ସାମୟିକ ଶକ୍ତି ପ୍ରଦାନ କରେ, କିନ୍ତୁ ତାହା ନପୁଂସକତା ଏବଂ ହୃଦ୍‌ଘାତକୁ ଆମନ୍ତ୍ରଣ କରିବା ଭଳି ଆମ ଚାଷ ଜମି ଆସ୍ତେ ଆସ୍ତେ ନିଜସ୍ବ ଗୁଣ ହରାଉଛି। କିଛି ପରିସଂଖ୍ୟାନ ମାଧ୍ୟମରେ ଆମେ ଯୁକ୍ତିକୁ ପୁଷ୍ଟ କରିପାରିବା। ଚାଇନାରେ ପୃଥିବୀରେ ଉତ୍ପାଦିତ ଧାନର ୨୮.୧୪ ପ୍ରତିଶତ ହେଉଥିବାବେଳେ ଭାରତରେ ପ୍ରାୟତଃ ୨୧ ପ୍ରତିଶତ ଅମଳ ହୁଏ। ଭାରତୀୟ ରାଜ୍ୟଗୁଡ଼ିକର ତୁଳନା ଯଦି କରିବା ତେବେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ମିଳିତ ଭାବେ ୩୬ ପ୍ରତିଶତ ଧାନ ଉତ୍ପାଦନ ଦିଅନ୍ତି। ଏହି ରାଜ୍ୟଗୁଡ଼ିକରେ ଯଦି ଏକର ପିଛା ଧାନ ଆଦାୟକୁ ଦେଖିବା ତେବେ ଉତ୍ତରପ୍ରଦେଶରେ ୩୦ କୁଇଣ୍ଟାଲ, ପଞ୍ଜାବରେ ୨୬ କୁଇଣ୍ଟାଲ ତଥା ପଶ୍ଚିମବଙ୍ଗରେ ପଞ୍ଜାବ ପାଖାପାଖି ନ ହେଲେ ମଧ୍ୟ ସାମଗ୍ରିକ ଭାବେ ଅଧିକ ଧାନ ଆଦାୟ ହୁଏ। ଏହି ରାଜ୍ୟଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟକୁ ଯଦି ତଉଲିବା ସେଠି ଏକର ପିଛା ଅମଳ ୧୫ରୁ ୧୮ କୁଇଣ୍ଟାଲ ହେଉଅଛି। ଅର୍ଥନୀତିରେ ପଢ଼ା ହେଉଥିବା ରିକାର୍ଡୋଙ୍କ ଅଧିଶେଷ ତତ୍ତ୍ୱ ଯଦି ଦେଖିବା, କ୍ରମାନ୍ବୟରେ ଚାଷ କରିଚାଲିଲେ ଜମିର ଉତ୍ପାଦିକତା ଶକ୍ତି ଆସ୍ତେ ଆସ୍ତେ ହ୍ରାସ ପାଏ। ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଚାଷର ଉନ୍ନତି କରିବା ମନା ନାହିଁ, କିନ୍ତୁ ଦୀର୍ଘକାଳ ବା ଲଙ୍ଗ୍‌ରନରେ ଏହାର ଭୟାବହତା ସମସ୍ତ ରାଜ୍ୟଗୁଡ଼ିକ ଭାଗବାଣ୍ଟି ନେବେ, କାରଣ ଗୋଟିଏ ସ୍ଥାନରେ ଅଣବିକଶିତ ଅବସ୍ଥା ଅନ୍ୟସ୍ଥାନରେ ବିକାଶକୁ ପ୍ରଭାବିତ କରେ। ଏହାକୁ ଆଖିଆଗରେ ରଖି ବର୍ତ୍ତମାନ ଜୈବିକ ସାରର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଅଛି। ଟିକିଏ ଅଧିକ ଦାମ୍‌ ପଡ଼ିଲେ ମଧ୍ୟ ସଚେତନ ନାଗରିକ ତାହାର ବ୍ୟବହାର ଅଧିକ କରୁଛନ୍ତି। ଭବିଷ୍ୟତରେ ଡାକ୍ତରଙ୍କୁ ପୋଷିବା ଅପେକ୍ଷା ବର୍ତ୍ତମାନର ଦିନଚର୍ଯ୍ୟାକୁ ଉପଯୁକ୍ତ ନିୟନ୍ତ୍ରିତ କରିପାରିଲେ, ଜୀବନ ସୁଖମୟ ହେବ।
ଯଦି ଆମେ ନିରନ୍ତର ଖାଦ୍ୟ ଉତ୍ପାଦନ ଅବାରିତ ରଖିବାକୁ ଚାହୁଁଛେ, ତେବେ ଆମ୍ଭଙ୍କୁ ପରିବେଶ ସନ୍ତୁଳନ ରଖିବା ସହ ଚାଷ ଜମିର ସୁରକ୍ଷା ଏବଂ ଏହାର ଗୁଣବତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଯେଉଁଭଳି ସହରୀକରଣ ଦ୍ୱାରା ଚାଷଜମି ଲୋପପାଉଛି, ଆମ୍ଭେ କିଛି ପ୍ରୟାସ ମାଧ୍ୟମରେ ଭୂଭାଗ ଅଞ୍ଚଳଗୁଡ଼ିକୁ ଚାଷଜମିରେ ପରିବର୍ତ୍ତନ କରିପାରିବା। ସମାଜର ଭବିଷ୍ୟତ କେବେ ମଧ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦେଖାଯାଇ ନ ପାରେ। ତାହାକୁ ଯଦି ସମ୍ଭାଳିବାର ଅଛି ତେବେ ସମଗ୍ର ଦେଶରେ ଗୋଟିଏ ନିୟମ କଡ଼ାକଡ଼ି ଭାବେ ପ୍ରଣୟନ ଏବଂ ଅନୁପାଳନ ବିଧେୟ। ସମସ୍ତେ ଚାଷଜମିର ହ୍ରାସ ପାଉଥିବା ପରିସଂଖ୍ୟାନକୁ ଆଖିଆଗରେ ରଖି ନାଗରିକ ନିଜର କର୍ତ୍ତବ୍ୟ ସାଧନ କରିବା ସମୟର ଆହ୍ବାନ। ସମସ୍ତଙ୍କ ମିଳିତ ପ୍ରୟାସରେ ବସୁଧା ପୁଣି ବୈଭବଶାଳୀ, ସମ୍ପଦ ବର୍ଦ୍ଧନୀ, ସମୃଦ୍ଧିବନ୍ତ ହେଉ। ସମସ୍ତ ସ୍ଥାନରୁ ଉନ୍ନତ ଚିନ୍ତାଧାରା ମାନ ଆମ୍ଭ ନିକଟକୁ ଆସୁ।

ଜୟପୁର, ମୋ- ୯୦୭୮୮୩୮୬୨୭


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri