ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ ଫୁଡ୍‌ ପ୍ୟାକେଜିଂ ଫୋରମ ଫାଉଣ୍ଡେଶନ ନାମକ ଏକ ଏନ୍‌ଜିଓ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନର ତଥ୍ୟ ଗୁରୁବାର ‘ଜର୍ନାଲ ଅଫ୍‌ ଏକ୍ସପୋଜର ସାଇନ୍ସ ଆଣ୍ଡ ଏନ୍‌ଭରମେଣ୍ଟାଲ ଏପିଡେମିଓଲୋଜି’ରେ ପ୍ରକାଶ ପାଇଛି। ତେବେ ମଣିଷ ଶରୀରରୁ ମିଳିଥିବା ୩,୬୦୦ କେମିକାଲ ମଧ୍ୟରୁ ୧୦୦ କେମିକାଲ ସ୍ବାସ୍ଥ୍ୟ ପ୍ରତି ଚିନ୍ତାଜନକ ହୋଇଥିବା ନେଇ ଏହି ଅଧ୍ୟୟନର ମୁଖ୍ୟ ଗବେଷକ ବିର୍‌ଗିଟ ଗ୍ୟୁକେ କହିଛନ୍ତି। ଉକ୍ତ ୧୦୦ କ୍ଷତିକାରକ କେମିକାଲ ମଧ୍ୟରୁ କେତେକଙ୍କୁ ନେଇ ପୂର୍ବରୁ ମଧ୍ୟ ଅଧ୍ୟୟନ ହୋଇଛି।

 

ଖାସ୍‌କରି ‘ପର୍‌ ଆଣ୍ଡ୍‌ ପଲିଫ୍ୟୁରୋକିଲ୍‌ ସବ୍‌ଷ୍ଟାନ୍ସେସ (ପିଏଫ୍‌ଏସ୍‌)’ ଏବଂ ‘ବିସ୍ଫେନଲ ଏ(ବିପିଏ)’ ପରି କେତେକ ରାସାୟନିକ ପଦାର୍ଥ ମଣିଷ ଶରୀର ପ୍ରତି କ୍ଷତିକାରକ ହୋଇଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଉଭୟ କେମିକାଲ ଉପରେ ନିଷେଧାଦେଶ ଲଗାଇବା ପାଇଁ ବହୁ ଦେଶ ସ୍ଥିର କରିଥିବା ନେଇ ଗ୍ୟୁକେ କହିଛନ୍ତି। ତେବେ ଅନ୍ୟ ସମସ୍ତ କେମିକାଲଗୁଡ଼ିକର ସ୍ବାସ୍ଥ୍ୟ ଉପରେ ପ୍ରଭାବ ନେଇ ବିଶେଷ ତଥ୍ୟ ଉପଲବ୍ଧ ନାହିଁ। ତେବେ ଅଧ୍ୟୟନରୁ ମିଳିଥିବା ୧୦୦ କ୍ଷତିକାରକ କେମିକାଲକୁ ଛାଡ଼ି ଅନ୍ୟ ସମସ୍ତ କେମିକାଲଗୁଡ଼ିକ ମଣିଷ ଶରୀର ଉପରେ କେଉଁ ପ୍ରଭାବ ପକାଉଛି, ସେନେଇ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ରହିଛି। ମଣିଷ ଶରୀରରେ ମିଳିଥିବା ସମସ୍ତ କେମିକାଲ କେବଳ ଖାଦ୍ୟ ପ୍ୟାକେଜିଂ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଛି କିମ୍ବା ଏହାର ଅନ୍ୟାନ୍ୟ ଉତ୍ସ ରହିଛି ତାହା ଉକ୍ତ ଅଧ୍ୟୟନରୁ ସ୍ପଷ୍ଟ ହୋଇନାହିଁ। ତେଣୁ ଏନେଇ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ଗ୍ୟୁକେ କହିଛନ୍ତି।

ତେବେ ପୂର୍ବରୁ ମଧ୍ୟ ଗବେଷକମାନେ ମଣିଷ ଶରୀରରୁ ଖାଦ୍ୟ ପ୍ୟାକେଜିଂ ଜରିଆରେ ଆସୁଥିବା ୧୪ ହଜାର କେମିକାଲ ଚିହ୍ନଟ କରିଥିଲେ। ଉକ୍ତ ସମସ୍ତ ରସାୟନିକ ପଦାର୍ଥ ପ୍ଲାଷ୍ଟିକ, ଧାତୁ, କାଗଜ କିମ୍ବା କାଚ ଆଦିରେ ପ୍ରସ୍ତୁତ ପ୍ୟାକେଜିଂ ସାମଗ୍ରୀ ମାଧ୍ୟମରେ ଖାଦ୍ୟରେ ପ୍ରବେଶ କରିଥାଏ ବୋଲି ଅନୁମାନ କରାଯାଇଥିଲା। ସେହିପରି ଉକ୍ତ କେମିକାଲଗୁଡ଼ିକ ଖାଦ୍ୟ ପ୍ରସ୍ତୁତି ସମୟରେ ରୋଷେଇ ଘରର ବାସନକୁସନ କିମ୍ବା ଫ୍ୟାକ୍ଟ୍ରିରେ ଖାଦ୍ୟ ସାମଗ୍ରୀର ପରିବହନ ପାଇଁ ବ୍ୟବହୃତ ହେଉଥିବା କନ୍‌ଭେନର୍‌ ବେଲ୍ଟ ଆଦି ମାଧ୍ୟମରେ ଖାଦ୍ୟରେ ମିଶିଥାଏ ବୋଲି ବୈଜ୍ଞାନିକମାନେ ଅନୁମାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri