ଭାରତୀୟ ପରମ୍ପରାରେ ଖାଦ୍ୟାଭ୍ୟାସ

ଅନେକ ତୀର୍ଥସ୍ଥଳକୁ ଶାକାହାର କ୍ଷେତ୍ରରେ ପରିଣତ କରାଯାଉଛି। ପ୍ରଥମେ ଜୈନ ତୀର୍ଥସ୍ଥଳୀକୁ ଏଭଳି କରାଯିବା ପରେ ଏବେ ଏହା ହିନ୍ଦୁ ତୀର୍ଥସ୍ଥଳୀରେ କରାଯାଉଛି। ଆମର ଧାରଣା ରହିଛି ଯେ, ଶାକାହାର ଖାଦ୍ୟ ଅହିଂସକ (ଏହା ପ୍ରକୃତରେ ନୁହେଁ) ଏବଂ ଅଣ୍ଡା, ମାଛ ଓ ମାଂସ ଅଶୁଦ୍ଧ ଓ ଦୂଷିତ (ବାସ୍ତବରେ ତାହା ନୁହେଁ)। ଆମର ଆଉ ମଧ୍ୟ ଧାରଣା ଅଛି ଯେ, ଶାକାହାର ଖାଦ୍ୟକୁ ଈଶ୍ୱର ପସନ୍ଦ କରନ୍ତି (କେବେଠାରୁ କାହାକୁ ଜଣାନାହିଁ) । ଦେଖିବାକୁ ଗଲେ ବିଶ୍ୱାସ ଯୁକ୍ତିଯୁକ୍ତ କିମ୍ବା ବିଜ୍ଞାନସମ୍ମତ ନୁହେଁ। ବିଶ୍ୱାସ ହେଉଛି ସେହି ସିଦ୍ଧାନ୍ତ ଯାହା ସମାଜରେ ଲୋକଙ୍କୁ ବାନ୍ଧି ରଖେ। ସମାଜରେ ଏବେ ସୁଦ୍ଧା ବିଶ୍ୱାସ ରହିଛି , ବ୍ରାହ୍ମଣ ଖାଦ୍ୟାଭ୍ୟାସ ହେଉଛି ‘ଠିକ୍‌’ ହିନ୍ଦୁଙ୍କ ଖାଦ୍ୟାଭ୍ୟାସ। ଏହା ହେଉଛି ପୂରା ମିଛ, ଯାହାକୁ ଏକ ହିନ୍ଦୁ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଲାଗି ରାଜନୈତିକ ଗୋଷ୍ଠୀଙ୍କ ଦ୍ୱାରା ପ୍ରଚାର କରାଯାଉଛି । ଭାରତକୁ ଏକାଠି କରିବାକୁ ଚାହଁୁଥିବା ଅନେକ ରାଜନୈତିକ ଗୋଷ୍ଠୀ ପାର୍ଟି ମୁଖ୍ୟାଳୟ, ସରକାରୀ ସ୍କୁଲ, କଲେଜ, କାର୍ଯ୍ୟାଳୟ ଏବଂ ଜେଲଗୁଡ଼ିକରେ ଶାକାହାର କ୍ୟାଣ୍ଟିନ ପାଇଁ ଜୋର୍‌ ଦେଉଛନ୍ତି। କିନ୍ତୁ ଭାରତରେ ୮୦ ପ୍ରତିଶତ ଲୋକ ମାଂସ ଖାଆନ୍ତି ବୋଲି ସେମାନେ କେବେ ବି ଚିନ୍ତା କରୁନାହାନ୍ତି । କଶ୍ମୀର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ମାଂସ ଖାଇଥାନ୍ତି। ହେଲେ ମାଂସ ଖାଉଥିବା ଦେବତାଙ୍କ ବାସ୍ତବତାକୁ ଅସ୍ବୀକାର କରାଯାଉଛି। ଆମ ପାର୍ଲାମେଣ୍ଟ କ୍ୟାଣ୍ଟିନରେ କେବେବି ଆଦିବାସୀ ଖାଦ୍ୟ ଦିବସ ପାଳନ ହୁଏ ନାହିଁ। ଏପରିକି ମ୍ୟୁଜିୟମରେ ଥିବା ହରପ୍ପା ସଭ୍ୟତାର ଖାଦ୍ୟ ସଂସ୍କୃତିର ଛବିରେ ମାଂସ ଭକ୍ଷଣ ପରମ୍ପରା ଦେଖିବାକୁ ମିଳେ ନାହିଁ।
ଭାରତରେ ଅନେକ ସମ୍ପ୍ରଦାୟର ଲୋକ ଦୀର୍ଘ ଶତାବ୍ଦୀ ଧରି ଗାଁରେ ହେଉଥିବା ଉତ୍ସବରେ ବଳୁଥିବା ଖାଦ୍ୟ ଖାଇ ଆସିଛନ୍ତି ଏବଂ ମଲାପଶୁଙ୍କ ମାଂସ ମଧ୍ୟ ଖାଇ ଆସିଛନ୍ତି। ଏହା କେବେ ବି ସେମାନଙ୍କ ପସନ୍ଦ ନ ଥିଲା। ଏହାକୁ ବ୍ରାହ୍ମଣମାନେ ଜନ୍ମ ନିର୍ଦ୍ଧାରିତ ସ୍ବଧର୍ମ ବୋଲି କହନ୍ତି। କିନ୍ତୁ ଏବେ ଏକ ଜାତି ବିହୀନ ସମାଜ ଗଠନ କରିବା ପାଇଁ ଏହିସବୁ ସମ୍ପ୍ରଦାୟଗୁଡ଼ିକୁ କୁହାଯାଉଛି ଯେ, ଭାରତର ଧନୀ ବ୍ୟବସାୟୀ ଗୋଷ୍ଠୀଙ୍କ ଶାକାହାର ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ଉତ୍‌ଥାନ ସହଜରେ ହୋଇପାରିବ। ଏହି ଧନିକ ବଣିକ ଗୋଷ୍ଠୀ ଭାରତରେ ଅଧିକାଂଶ ସଂସାଧନ ନିୟନ୍ତ୍ରଣ କରିବା ସହ ରାଜନୈତିକ ଦଳଗୁଡ଼ିକ ପାଇଁ ପ୍ରମୁଖ ପାଣ୍ଠି ଯୋଗାଡ଼ିଆ ପାଲଟିଛନ୍ତି। ତେବେ ପବିତ୍ରତାର ମଡେଲ ଶିଖ ସମ୍ପ୍ରଦାୟର ସମ୍ପୂର୍ଣ୍ଣ ଶାକାହାର ରୋଷଘରେ ଦେଖିବାକୁ ମିଳେ। ଶିଖ ସମ୍ପ୍ରଦାୟର ନେତାମାନଙ୍କ ଅନୁଯାୟୀ, ଏଥିରେ ଜାତିର କୌଣସି ସମ୍ପର୍କ ନାହିଁ। ଏବେ ମାଝାବି ଶିଖ( ଯେଉଁମାନେ ପରିମଳ କାର୍ଯ୍ୟରେ ଜଡ଼ିତ)ଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଶିଖ ନେତାମାନେ ବିପଦରେ ପଡ଼ିଛନ୍ତି। କାରଣ ମାଝାବି ଶିଖମାନେ କୌଣସି କଟକଣା ନ ଥିବା ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟଧର୍ମ ପ୍ରତି ଆକର୍ଷିତ ହେଉଛନ୍ତି।
ରଣଭୂମିରେ ଏକ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ସମ୍ପର୍କିତ ଉପଦେଶ ଦିଆଯାଇଥିବା ଦେଖାଯାଏ। ମହାଭାରତ ଯୁଦ୍ଧରେ ଅଧିକାର ଛଡ଼ାଇନେଇଥିବା ସମ୍ପର୍କୀୟ ଭାଇମାନଙ୍କ ବିରୋଧରେ ଅସ୍ତ୍ର ଧରିବାକୁ ଅର୍ଜୁନଙ୍କୁ କୃଷ୍ଣ ବୁଝାଇଥିଲେ। ଏହି ସମୟରେ କୃଷ୍ଣ ବିଭିନ୍ନ ଭାଗରେ ବିଭକ୍ତ ଖାଦ୍ୟ ଯଥା ସାତ୍ତ୍ୱିକ, ରାଜସିକ ଓ ତାମସିକ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିଥିଲେ। ଖାଦ୍ୟ ଜାତି ଗଢ଼ିଛି। ତିନି ପ୍ରକାର ଖାଦ୍ୟ ଚାରି ପ୍ରକାରର ଜାତିକୁ ଜନ୍ମ ଦେଇଛି ଏବଂ ପ୍ରତ୍ୟେକ ଜାତିର କର୍ତ୍ତବ୍ୟ ରହିଛି। ତେବେ ମହାଭାରତର ଖାଦ୍ୟ ବର୍ଗୀକରଣ ପରଠାରୁ ବଡ଼ ପରିବର୍ତ୍ତନ ହୋଇଥିବା ଜଣାପଡ଼େ। ଗୃହପାଳିତ ଏବଂ ବନ୍ୟପ୍ରାଣୀ ମାଂସ ରାଜା ଓ ସେମାନଙ୍କ ପୂଜକମାନେ ଅତ୍ୟଧିକ ଖାଇବା ଦେଖାଯାଏ। ରନ୍ତିଦେବଙ୍କ ରୋଷଘରେ ଅତ୍ୟଧିକ ମାଂସ ପରଷାଯାଉଥିବା ବେଶ୍‌ ଜଣାଶୁଣା। ପ୍ରସିଦ୍ଧ ରାଜ ରୋଷେୟା ଭାବେ ନଳ ରୋଷେଇ ସମ୍ପର୍କରେ ‘ପାକଦର୍ଶନ’ ନାମକ ଏକ ବହି ଲେଖିଥିବା କୁହାଯାଏ। ଅନ୍ନ ଓ ମାଂସରେ ପ୍ରସ୍ତୁତ ବିରିଆନୀ ଭଳି ଖାଦ୍ୟ ‘ମନସୋଦନ’ ସମ୍ପର୍କରେ ସେଥିରେ ବର୍ଣ୍ଣନା ରହିଛି। କିନ୍ତୁ ମହାଭାରତ ମହାକାବ୍ୟକୁ ହିନ୍ଦୀରେ ଅନୁବାଦ କରିବା ପରେ ସେଥିରେ ମାଂସ ପରିବର୍ତ୍ତେ କଖାରୁ ଓ ଲାଉ ଉଲ୍ଲେଖ କରାଯାଇଛି। ଅନେକ ସଂସ୍କୃତ ବିଦ୍ୱାନ ଯୁକ୍ତି ଦର୍ଶାନ୍ତି ଯେ, ସଂସ୍କୃତରେ ମାଂସ ଶବ୍ଦକୁ ଫଳର ରସାଳ ଅଂଶ ତଥା ପଶୁର ମାଂସ ଭାବେ ଲେଖାଯାଇପାରିବ। ଏଭଳି ଯୁକ୍ତିକୁ ଦେଖିଲେ ବୈଦିକ ବୀରମାନଙ୍କୁ ଶାକାହାରୀ କିମ୍ବା ମାଂସାହାରୀ ଭାବେ ବିଚାର କରାଯାଇପାରେ।
କୃଷ୍ଣଙ୍କ ତଥାକଥିତ ଖାଦ୍ୟ ସମ୍ପର୍କିତ ଉପଦେଶକୁ ଆଧାରକରି ତାଙ୍କର ଅନେକ ଅନୁଗାମୀ ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନରେ ଅଣ୍ଡା ଦେବାକୁ ମନା କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଭଳି କରିବାକୁ କହିଥାନ୍ତି। ବୈଷ୍ଣବ ବ୍ରାହ୍ମଣମାନଙ୍କ ମତରେ ସାତ୍ତ୍ୱିକ ଖାଦ୍ୟ ହେଉଛି ଏକ ବିଜ୍ଞାନସମ୍ମତ ସନ୍ତୁଳିତ ଖାଦ୍ୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବୈଷ୍ଣବ ବ୍ରାହ୍ମଣଙ୍କ ଖାଦ୍ୟାଭ୍ୟାସ ସହ ଜୈନ ପ୍ରତିଷ୍ଠାତା ଏକମତ ଥିବା ଦେଖାଯାଏ। ଜୈନ କାହାଣୀଗୁଡ଼ିକରେ ବର୍ଣ୍ଣନା ଅଛି ଯେ, ବାହାଘର ଭୋଜି ପାଇଁ ହତ୍ୟା କରାଯିବା ଲାଗି ଏକାଠି କରାଯାଇଥିବା ପଶୁମାନଙ୍କ ବିକଳ ରଡ଼ି ଶୁଣି ନେମିନାଥ ଶାକାହାରୀ ହୋଇଯାଇଥିଲେ। ଭାରତର ଅଧିକାଂଶ ବ୍ୟବସାୟୀ ଗୋଷ୍ଠୀ ଖାଦ୍ୟ ବିଷୟରେ ଅହିଂସାକୁ ଗ୍ରହଣ କରନ୍ତି ନାହିଁ। ବିଶେଷକରି ବଡ଼ ବଡ଼ ଉତ୍ସବ କିମ୍ବା ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମରେ ଅହଂସା ବା ପଶୁହତ୍ୟାକୁ ଗ୍ରହଣ କରାଯାଉଛି।
କଶ୍ମୀର ପଣ୍ଡିତମାନେ ହେରଥ (ହର-ରାତି, ଶିବ-ରାତି) ପର୍ବରେ ଶିବ ଓ ଶକ୍ତିଙ୍କ ଉପାସନାରେ ମାଂସ ଅର୍ପଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମହାରାଷ୍ଟ୍ରରେ କୈବର୍ତ୍ତମାନେ ଗୌରୀଙ୍କୁ ମାଛ ଅର୍ପଣ କରିଥାନ୍ତି। ଏହି ସମୟରେ ତାଙ୍କୁ ଭୋଗ ଆକାରରେ ଦିଆଯାଇଥିବା ମାଛ ଯେଭଳି ତାଙ୍କ ପୁତ୍ର ଗଣେଶଙ୍କୁ ଅସନ୍ତୁଷ୍ଟ ନ କରେ ସେଥିପାଇଁ ଏକ ପରଦା ଢାଙ୍କି ଦିଆଯାଏ। ଅବଶ୍ୟ ଗଣେଶ ହେଉଛନ୍ତି ସମ୍ପୂର୍ଣ୍ଣ ଶାକାହାରୀ। ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିରରେ, ବିିରାଟକାୟ ରୋଷଘରେ ଶାକାହାର ପ୍ରସ୍ତୁତ କରାଯାଏ। କିନ୍ତୁ ମା’ ବିମଳାଙ୍କୁ ରାତିରେ ଗୁପ୍ତରେ ଛାଗବଳି ଦିଆଯିବା କଥା ଆଲୋଚନା ହୁଏ। ଗୋଦାବରୀ ଅବବାହିକାର ବିଭିନ୍ନ ଅଞ୍ଚଳରେ ମାଟିର ଉର୍ବରତା ବଢ଼ାଇବା ପାଇଁ ଗ୍ରାମଦେବତୀଙ୍କୁ ମଇଁଷି ବଳି ଦିଆଯାଏ। ତାମିଲର ପେରିୟା ପୁରାଣମ୍‌ରେ ବର୍ଣ୍ଣନା ରହିଛି ଯେ, ଆଦିବାସୀମାନେ ଶ୍ରଦ୍ଧାରେ ଅର୍ପଣ କରୁଥିବା ମାଂସକୁ ଶିବ ଗ୍ରହଣ କରନ୍ତି। ଭାରତରେ ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ବ ଦେବଦେବୀ ରହିଛନ୍ତି। ସେମାନଙ୍କର ମଧ୍ୟ ନିଜସ୍ବ କାହାଣୀ , ପ୍ରତୀକ, ପରମ୍ପରା ଓ ରୀତିନୀତି ଅଛି। ଭାରତକୁ ଏକାଠି କରିବା ପାଇଁ ଅନେକେ ଗୋଟିଏ ଭାଷା, ଗୋଟିଏ ରଙ୍ଗ ଏବଂ ଅଧିକୋତ୍ତର ଭାବେ ଗୋଟିଏ ଖାଦ୍ୟକୁ ଉତ୍ସାହିତ କରୁଥିବା ମନେହେଉଛି। ବିବିଧତାକୁ ବିଭାଜନ ଭାବେ ଉପସ୍ଥାପନ କରାଯାଉଛି। ଏଭଳି ରଣନୀତି ନାସ୍ତିକ ରୋମାନ ସାମ୍ରାଜ୍ୟକୁ ଖ୍ରୀଷ୍ଟିଆନ ରୋମାନ ସାମ୍ରାଜ୍ୟରେ ପରିଣତ କରିଥିଲା। ଏହା କ’ଣ ଭାରତରେ ସଫଳ ହେବ?
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri