Categories: ଫୁରସତ

ରେଷ୍ଟୁରାଣ୍ଟ୍‌ରେ ମିଳୁଛି ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ…

ରାୟପୁର,୧୭।୧: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ରେଷ୍ଟୁରାଣ୍ଟ୍‌ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ରେଷ୍ଟୁରାଣ୍ଟ୍‌ରେ ଘର ଭଳି ଖାଦ୍ୟ ମିଳୁଥିବା ସାଇନ୍‌ ବୋର୍ଡରେ ଲେଖା ହୋଇଥାଏ। ମାତ୍ର ଏହି ରେଷ୍ଟୁରାଣ୍ଟ୍‌ରେ ଶ୍ୱଶୁରଘର ଭଳି ଜ୍ୱାଇଁ ଭୋଜନ ମିଳୁଥିବା ନେଇ ଗ୍ଲୋ ସାଇନ୍‌ ବୋର୍ଡରେ ଲେଖାଯାଇଛି॥ ଛତିଶଗଡ଼ ରାୟପୁରରେ ଏହି ରେଷ୍ଟୁରାଣ୍ଟ୍‌ ରହିଛି। ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ଥାଳି ଉପଲବ୍ଧ ହେଉଛି। ରେଷ୍ଟୁରାଣ୍ଟ୍‌ର ଖାଦ୍ୟ ପରଷା ଶୈଳୀ ସମ୍ପୂର୍ଣ୍ଣ ଭାବେ ଶ୍ୱଶୁରଘରେ ଜ୍ୱାଇଁଙ୍କୁ ମିଳୁଥିବା ସମ୍ମାନ ଭଳି। ଶ୍ରୀ ସୁରୁଚି ନାମକ ଏହି ରେଷ୍ଟୁରାଣ୍ଟ୍‌ର ଏଭଳି ପ୍ରଚାର ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। କେତେକ କହିଛନ୍ତି ଯେ, ଏହା ଦ୍ୱାରା ଅବିବାହିତ ଯୁବକମାନେ ହଇରାଣ ହେବେ। ସେମାନଙ୍କ ପ୍ରତି ରେଷ୍ଟୁରାଣ୍ଟ୍‌ ମାଲିକ ଅନ୍ୟାୟ କରିଛନ୍ତି ବୋଲି କେତେକ ୟୁଜର ମଜାଳିଆ କମେଣ୍ଟ ଦେଇଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋକୁ ପ୍ରିୟଙ୍କା ଜେ ଶୁକ୍ଳାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶୁକ୍ରବାର ଅପଲୋଡ୍‌ କରାଯାଇଛି।

Share