Categories: ଫୁରସତ

ଏହି ଦେଶରେ ସାପ ମାଂସକୁ ପୁଷ୍ଟିକର ଖାଦ୍ୟ ଭାବେ ଖିଆଯାଏ, ଦୂର ହୋଇଥାଏ ଅନେକ ରୋଗ

ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକଙ୍କ ଖାଦ୍ୟପେୟ ଭିନ୍ନ ଭିନ୍ନ। କେତେକ ସ୍ଥାନରେ ଏପରି ଅଜବ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ଦେଶ ହେଉଛି ଭିଏତନାମା। ଏହି ଦେଶର ଲୋକମାନେ ସାପକୁ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରିଥାନ୍ତି। ଭିଏତନାମାରେ ସାପ ଖାଇବା ପରମ୍ପରା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଏଠାରେ ଉତ୍ତର ଭାଗ ଜଙ୍ଗଲରୁ ଧରାଯାଇଥିବା ସାପ ମାଂସ ମଣିଷ ଶରୀରର ଉଚ୍ଚ ତାପମାତ୍ରା ହ୍ରାସ କରିବା, ମୁଣ୍ଡବିନ୍ଧା ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇଁ ବ୍ୟବହୃତ ହୁଏ। ଏତଦ୍‌ବ୍ୟତୀତ ସାପରୁ ପ୍ରସ୍ତୁତ ଏକ ଖାଦ୍ୟ ବର୍ତ୍ତମାନ ଭିଏତନାମାର ରେଷ୍ଟୁରାଣ୍ଟରେ ଉପଲବ୍ଧ। ଏହି ରେଷ୍ଟୁରାଣ୍ଟରେ କାମ କରୁଥିବା ରୋଷେୟା କହିଛନ୍ତି, ସାପକୁ ଲେମର ଗ୍ରାସ ସହିତ ଫୁଟାଇ କିମ୍ବା ଭାଜି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ, ସାପରକ୍ତକୁ ମଦରେ ମିଶାଯାଇ ଭାତ ସହିତ ରେଷ୍ଟୁରାଣ୍ଟରେ ପରଷା ଯାଇଥାଏ।

Share