Categories: ଫୁରସତ

ପୁଷ୍ପା ଷ୍ଟାଇଲ୍‌କୁ କରୁଥିଲେ ଫଲୋ, ଘଟିଲା ଏମିତି…

କିଛି ଲୋକ ସେମାନଙ୍କର ଅହଂକାର ଏବଂ ଜିଦ୍‌ ପାଇଁ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କିଛି କରିବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ଏହି ଅଜବ ଚେଷ୍ଟା ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଠିକ୍‌ ସେମିତି ଏକ ଘଟଣା ଜଣେ ବ୍ୟକ୍ତିଙ୍କ ସହ ହୋଇଛି। ଯିଏ ଅନ୍ୟମାନଙ୍କ ପରି ଆଗକୁ ବଢ଼ିବାକୁ ମୁଣ୍ଡ ନୁଆଁଇବାକୁ କରିବାକୁ ପସନ୍ଦ କରୁ ନ ଥିଲେ। ଶେଷରେ ତାଙ୍କ ସହ ଏପରି ଘଟିଲା ଯେ, ଉପସ୍ଥିତ ଲୋକେ ଦେଖି ହସିହସି ଗଡ଼ିଗଲେ।

@ TheFigen ଟୁଇଟର ପେଜ୍‌ରେ ବହୁ ମଜାଳିଆ ଭିଡିଓ ଶେୟାର ହୋଇଥାଏ। ଏବେ ଏଥିରେ ସେମିତି ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଡଙ୍ଗାରେ ଅନେକ ଲୋକ ବସିଥିବାର ନଜର ଆସିଛନ୍ତି। କିନ୍ତୁ ମୁଣ୍ଡରେ ବାଜୁଥିବା ଏକ ସଟର ଆଗକୁ ଆସିବାରୁ ସମସ୍ତେ ମୁଣ୍ଡ ନୁଆଁଇ ଦେଉଛନ୍ତି। କିନ୍ତୁ ଏଥିରେ ବସିଥିବା ଜଣେ ବ୍ୟକ୍ତି ମୁଣ୍ଡ ନୁଆଁଇବାକୁ ପସନ୍ଦ କଲେ ନାହିଁ। ଫଳରେ ତାଙ୍କ ମୁଣ୍ଡ ଏଥିରେ ବାଜି ସିଧା ପାଣିକୁ ଖସି ପଡ଼ିଥିଲେ।

ଭିଡିଓ ଦେଖିବା ପରେ ସମସ୍ତେ ହସିବାକୁ ଲାଗିଲେ। କାରଣ ଜଣେ ବ୍ୟକ୍ତିର ଅତ୍ୟଧିକ ସୃଜନଶୀଳତା ଏବଂ ବୁଝାମଣା ତାଙ୍କୁ ଓଲଟପାଲଟ କରିଦେଲା। ଭିଡିଓରେ ଲୋକମାନେ ଏକ ଡଙ୍ଗାରେ ବସି ଉପଭୋଗ କରୁଥିଲେ। ତା’ପରେ ଏକ ଲୁହାର ଗେଟ୍‌ ପଡ଼ିଲା। ସମସ୍ତ ମୁଣ୍ଡ ନୁଆଁଇ ଦେଇଥିଲେ। କିନ୍ତୁ ଜଣେ ବ୍ୟକ୍ତି ବୁଦ୍ଧି ଦେଖାଇ ନିଜକୁ ଅଲଗା କରିବା ପାଇଁ ଜିଦ୍‌ ଧରିଥିଲେ। ତେଣୁ ସେ ଅନ୍ୟ ଏକ କୌଶଳ ବ୍ୟବହାର କରିଥିଲେ ଯେ, ସେ ମୁଣ୍ଡ ନ ନୁଆଁଇ ଡଙ୍ଗା ସହିତ ପାର୍‌ ହେବାକୁ ଭାବିଥିଲେ। କିନ୍ତୁ କୁହାଯାଏ, ସବୁବେଳେ ଅଧିକ ସ୍ମାର୍ଟ ଭଲ ନୁହେଁ। ତେଣୁ ଏମିତି ହେଲା ଯେ, ସିଧା ଯାଇ ସେ ପାଣିରେ ପଡ଼ିଲେ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୦ କୋଟି ଲୋକ ଦେଖିସାରିଲେଣି। ୨.୫ ଲକ୍ଷରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ୩୫ ହଜାର ଲୋକ ରିଟୁଇଟ୍‌ କରିଛନ୍ତି।

Share