‘ସତ୍‌ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ’

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
ସତସଙ୍ଗ ବିହାର ଠାରେ ପ୍ରାତଃ କାଳରୁ ବେଦ ମାଙ୍ଗଳିକ, ବିନତୀ ପ୍ରାର୍ଥନା, ସତ୍ଗ୍ରନ୍ଥ ପାଠ କରାଯାଇଥିଲା। ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁରଙ୍କର ବିଗ୍ରହ ରଖାଯାଇ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରିଥିଲା। ସହିଦ ନଗର ଦୁର୍ଗାପୂଜା ପଡିଆରେ ଆୟୋଜିତ ଉତ୍ସବସ୍ଥଳ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଏହା ପରେ ପ୍ରଫେସର ହୃଷିକେଶ ସେନାପତିଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସତ୍ସଙ୍ଗର ସହ ସମ୍ପାଦକ ନୃସିଂହ ଚରଣ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତି ଋତିକ ପ୍ରତାପ ଚନ୍ଦ୍ର ଦାସ, ଅଭୟ କୁମାର ପରିଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭାଜପା ଉପସଭାପତି ଭୃଗୁ ବକ୍ସିପାତ୍ର, କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ସମେତ କୃପାନିଧି ବିଶ୍ୱାଳ, ଜନାର୍ଦ୍ଦନ ବନ୍ଦୋପାଧ୍ୟାୟ, ତର୍ପଣ ସମ୍ପାଦକ ଧ୍ରୁତିକାମ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଡା. ରବିନ୍ଦ୍ରନାଥ ଆଚାର୍ଯ୍ୟ, ଈଶ୍ୱରଚନ୍ଦ୍ର ଶତପଥୀ,  ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ ଉପଲକ୍ଷେ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶରେ ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନ ଶତବାର୍ଷିକ ପୂର୍ତ୍ତିର ସ୍ବତନ୍ତ୍ର ସଂଖ୍ୟା ଭାବେ ପ୍ରସ୍ତୁତ ସ୍ମରଣିକା ‘ତର୍ପଣ’ ଉନ୍ମୋଚିତ ହୋଇଥିଲା। ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଏକ ଚିକିତ୍ସକ ସମ୍ମିଳନୀ, ଚିକିତ୍ସା ଶିବିର, ଡିପିୱାର୍କସ ଅନୁଷ୍ଠିତ ହୋଇଥିଲା। ଏହି ଭକ୍ତିମୟ ସମାରୋହରେ ହଜାର ହଜାର ଶିଷ୍ୟ, ଅନୁରାଗୀ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri