ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ନିଶ୍ଚୟ ମାନନ୍ତୁ ଏସବୁ ନିୟମ, ସୁଖମୟ ହେବ ଜୀବନ

ଘରେ ସୁଖ-ସମୃଦ୍ଧି ବୃଦ୍ଧି ସହ ଶାନ୍ତି ବଜାୟ ରଖିବା ପାଇଁ ବାସ୍ତୁଶାସ୍ତ୍ରର କିଛିଟା ନିୟମ ମାନିବା ଜରୁରୀ। ଯେମିତି କି:
* ପ୍ରତିଦିନ ସକାଳେ ତୁଳସୀ ଚଉରା ମୂଳରେ ଜଳ ଅର୍ପଣ କରିବା ସହ ସନ୍ଧ୍ୟା ସମୟରେ ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଯେଉଁ ବ୍ୟକ୍ତି ଏହିସବୁ କାମ କରିଥାନ୍ତି ତାଙ୍କ ପାଖରେ ଧନର ଅଭାବ କେବେ ବି ଦେଖାଯାଏ ନାହିଁ। ଆଉ ତାଙ୍କ ଜୀବନ ସୁଖମୟ ହୋଇଥାଏ।

* ଘରର ଉତ୍ତର-ପୂର୍ବ କୋଣରେ କୁବେର ଯନ୍ତ୍ର ସ୍ଥାପନା କରିବା ଖୁବ୍‌ ମଙ୍ଗଳକାରୀ ହୋଇଥାଏ। ବାସ୍ତୁଶାସ୍ତ୍ର ମତରେ, ଘରେ କୁବେର ଯନ୍ତ୍ର ରହିଲେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଘରକୁ ସକାରାତ୍ମକ ଊର୍ଜା ଆସିଥାଏ। ତେବେ ବାସ୍ତୁର ଏହି ନିୟମ ମାନିବା ସହ ଟଙ୍କାପଇସା ଖର୍ଚ୍ଚ ପ୍ରତି ଟିକେ ଯତ୍ନବାନ ହେବା ବି ଜରୁରୀ।

* ଘରର ଦରିଦ୍ରତା ଦୂର କରିବା ପାଇଁ ପ୍ରତିଦିନ ଘରର ଉତ୍ତର-ପୂର୍ବ କୋଣରେ ଗଙ୍ଗାଜଳ ଛିଞ୍ଚତ୍ବା ଶୁଭ ହୋଇଥାଏ। ମାନ୍ୟତା ରହିଛି ଯେ, ଏପରି କଲେ ଘରେ ସକାରାତ୍ମକ ଊର୍ଜା ବଢିବା ସହିତ ଆର୍ଥିକ ସ୍ଥିତି ବି ଦୃଢ ହୁଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଆଲମାରି ହେଉ ଅବା ଟ୍ରେଜେରି ରଖିଲେ ଧନ-ସମ୍ପତ୍ତି ବଢ଼ିବା ସହ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ସୁଖୀ ଓ ସମ୍ପନ୍ନ ହୋଇଥାନ୍ତି।

*ଘରର ଉତ୍ତର-ପୂର୍ବ ଦିଗରେ କୌଣସି ଓଜନଦାର୍‌ ଫର୍ନିଚର କିମ୍ବା ଜୋତା, ଚପଲ ର଼୍ୟାକ୍‌ ରଖିବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକ ଊର୍ଜା ବଢ଼ିଥାଏ