ଲୋକାଦୃତ ହେଉଛି ଲୋକକଳା

ଢେଙ୍କାନାଳ ଅଫିସ, ୨୪।୧୦:ଓଡ଼ିଶାର ସମୃଦ୍ଧ ଲୋକକଳାକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ସ୍ବତନ୍ତ୍ର ଯୋଜନା। ଏହି ମହତ୍‌ ଅଭିଯାନର ନିଅଁ ପଡ଼ିଥିଲା ଢେଙ୍କାନାଳରୁ। ଏଥିରେ ପର୍ଯ୍ୟାୟକ୍ରମେ ଯୋଡ଼ି ହୋଇଥିଲା ଅନ୍ୟ ଜିଲା। କଳାକାରଙ୍କ ପଞ୍ଜୀକରଣ, ପ୍ରୋତ୍ସାହନ, ପ୍ରଗତି ପାଇଁ ପ୍ରସ୍ତୁତ ହୋଇଥିଲା ନୀଳନକ୍ସା, ଯାହାର ସୁଫଳ ମିଳିଛି। ଢେଙ୍କାନାଳରେ ମୃତପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ୧୪ ଲୋକକଳାକୁ ମିଳିଛି ନୂଆ ପରିଚୟ। କେବଳ ଏତିକି ନୁହେଁ, ଏହି କାରଣରୁ ୨୦୧୭ରୁ ୨୦୧୯ ଲଗାତର ୩ବର୍ଷ ଧରି ଲୋକକଳାର ବିକାଶରେ ଆଦର୍ଶ ସାଜି ପୁରସ୍କାର ହାତେଇଛି ଜିଲା ପ୍ରଶାସନ। ଏବେ ସରକାରୀ ଯୋଜନା ବିଷୟରେ ସଚେତନ କରିବା ହେଉ କି ସମାରୋହ, ପର୍ବପର୍ବାଣି କିମ୍ବା ସାମାଜିକ କାର୍ଯ୍ୟକ୍ରମ ସବୁଠି ଜିଲାର କଳାକାରମାନେ ପ୍ରତିଭା ପ୍ରଦର୍ଶନ କରି ସାଉଁଟୁଛନ୍ତି ପ୍ରଶଂସା। ଧୀରେ ଧୀରେ ଲୋକକଳା ଲୋକାଦୃତ ହେଉଥିବାବେଳେ ଡିଜିଟାଲ ଯୁଗରେ ପ୍ରାଚୀନ ସଂସ୍କୃତି, ପରମ୍ପରା, ପୌରାଣିକ ଗାଥା ସହ ଯୋଡ଼ିହେବାର ସୁଯୋଗ ପାଉଛନ୍ତି ଯୁବପିଢ଼ି।
ଢେଙ୍କାନାଳ ଜିଲାରେ ଲୋକକଳାର ୧୪ଟି ବିଭବ ମଧ୍ୟରେ ପାଲା, ଦାସକାଠିଆ, ଦଣ୍ଡ, ଘୁଡୁକି, ଘୁମୁରା, ଘୋଡ଼ାନାଚ, ଗୋପାଳ ଲଉଡ଼ି, ଖଞ୍ଜଣି, ଆଦିବାସୀ ନୃତ୍ୟ, କଣ୍ଢେଇନାଚ, ପାଇକ ଆଖଡ଼ା, ନାମସଂକୀର୍ତ୍ତନ, ରାମଲୀଳା, କେନ୍ଦେରା ଅନ୍ୟତମ। କାମାକ୍ଷାନଗର ବ୍ଲକର ଖଞ୍ଜଣି, ଘୁମୁରା, ହିନ୍ଦୋଳ ବ୍ଲକର ଦଣ୍ଡନୃତ୍ୟ, ପାଇକଆଖଡ଼ା, ଭୁବନ ବ୍ଲକର ଗୋପାଳ ଲଉଡ଼ି, ଘୋଡ଼ାନୃତ୍ୟ, କଙ୍କଡ଼ାହାଡ଼ ଓ ସଦର ବ୍ଲକର ଆଦିବାସୀ ନୃତ୍ୟ, କଣ୍ଢେଇନାଚ, ଦଣ୍ଡନୃତ୍ୟ, ଓଡ଼ାପଡ଼ା ବ୍ଲକର ପାଲା, ଦାସକାଠିଆ, ଗଁଦିଆ ବ୍ଲକର କେନ୍ଦେରା ବେଶ୍‌ ପ୍ରସିଦ୍ଧ। ବିଶେଷ କରି ସଦର ବ୍ଲକ ରାଇଡ଼ିହି ଗ୍ରାମର କଣ୍ଢେଇନାଚ ଜାତୀୟସ୍ତରରେ ଅର୍ଜିଛି ସୁନାମ। ଏହାକୁ ବାଦ୍‌ଦେଲେ ଅପହଞ୍ଚ ଅଞ୍ଚଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ସରକାର ଲୋକକଳାର ସାହାରା ନେଉଛନ୍ତି। ବନ୍ୟଜନ୍ତୁ, ପରିବେଶ ସୁରକ୍ଷା, ଜଙ୍ଗଲ ନିଅଁାରୁ ରକ୍ଷା, ସ୍ବଚ୍ଛତା କାର୍ଯ୍ୟକ୍ରମ ସର୍ବୋପରି ସଂକ୍ରାମକ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ୩ ଦିନ ଧରି ‘ଲୋକକଳା ମହୋତ୍ସବ’ ଅନୁଷ୍ଠିତ ହେଉଛି। ରାଜ୍ୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଦିଆଯାଉଛି ପାରିଶ୍ରମିକ। ଲୋକକଳାକୁ ସମୃଦ୍ଧ କରିବା ପାଇଁ ବ୍ଲକ କଳା ସଂସ୍କୃତି ସଂଘ ଓ ଜିଲା କଳା ସଂସ୍କୃତି ସଂଘ କାର୍ଯ୍ୟ କରୁଛି। ବ୍ଲକସ୍ତରରେ ବିଡିଓ ସଭାପତି ରହିଥିବା ବେଳେ ଜଣେ କଳାକାର ଉପସଭାପତି ପଦବୀ ସମ୍ଭାଳୁଛନ୍ତି। ସେହିପରି ଜିଲାପାଳ ଜିଲା କଳା ସଂସ୍କୃତି ସଂଘର ସଭାପତି ଦାୟିତ୍ୱରେ ଅଛନ୍ତି। ଜିଲା କଳା ସଂସ୍କୃତି ସଂଘ ସୁପରିଚାଳନା ପାଇଁ ଜଣେ ଉପସଭାପତି ମଧ୍ୟ ରହିଛନ୍ତି।

ଭତ୍ତା ଅପେକ୍ଷାରେ ବହୁ କଳାକାର

୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ ଢେଙ୍କାନାଳ ଜିଲାରେ ଲୋକକଳାର ବିକାଶ ପର୍ବ ଆରମ୍ଭ ହେଇଥିଲା। ଏହାପରେ ଯଦିଓ ରାଜ୍ୟ ତଥା ଜିଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି, ତଥାପି କଳାକାର ଭତ୍ତା ଯୋଜନାରେ ସମସ୍ତ ସାମିଲ ହୋଇପାରିନାହାନ୍ତି। ଜିଲାରେ ପ୍ରାୟ ୭୦ ହଜାର କଳାକାର ଲୋକକଳା ସହିତ ଜଡ଼ିତ ଥିବାବେଳେ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାରେ ମାତ୍ର ୧୧୪୧ଜଣ ସାମିଲ ହୋଇପାରିଛନ୍ତି। ଲୋକକଳାର ଆଦର୍ଶ ପାଲଟିଥିବା ଜିଲାରେ ଏଭଳି ପରିସଂଖ୍ୟାନ ଚିନ୍ତାର ବିଷୟ ପାଲଟିଛି। ସମସ୍ତ କଳାକାରଙ୍କୁ ଭତ୍ତା ତାଲିକାଭୁକ୍ତ କରି ଅଧିକ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଲୋକକଳା ସଂସ୍କୃତି ବିଶ୍ୱସ୍ତରୀୟ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri