୩୦ ଜିଲାରେ ହେବ ‘ଲୋକକଳା ଦଳ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜ୍ୟରେ ଥିବା ଲୋକକଳା ଦଳଗୁଡ଼ିକୁ ନେଇ ୩୦ ଜିଲାରେ ଗଠନ ହେବ ‘ଲୋକକଳା ଦଳ’। କଳାକାରଙ୍କ ସଶକ୍ତୀକରଣ ଓ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଏହି ସ୍ବୟଂ ସହାୟକ ଦଳ କାର୍ଯ୍ୟ କରିବ। ଏଥିପାଇଁ କଳାକାର ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ସହ କଳାକାର ଓ ଦଳଗୁଡିକୁ ସଶକ୍ତ କରାଯାଇ ପାରିବ। ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ଏନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲା କଳା ସଂସ୍କୃତି ସଂଘ ଉପସଭାପତିଙ୍କୁ ନେଇ ରବିବାର ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏହି ସୂଚନା ଦିଆଯାଇଛି।
କରୋନାର ଦ୍ୱିତୀୟ ଲହରରେ ଲୋକକଳା କଳାକାରଙ୍କ ବିଭିନ୍ନ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଏହି ବୈଠକ ବସି ୩୦ ଜିଲାର କଳା ସଂସ୍କୃତି ସଂଘ ଉପସଭାପତିଙ୍କ ମତାମତ ନିଆଯାଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଇବାକୁ ଥିବା ୧୬ ହଜାର କଳାକାରଙ୍କୁ ଜିଲାସ୍ତରରେ ଅଡିଶନ ମାଧ୍ୟମରେ ଚୟନ କରିବାକୁ ମତ ପ୍ରକାଶ ପାଇଥିଲା। ଏହାସହିତ ମହାମାରୀ ଯୋଗୁ ମଞ୍ଚ ବନ୍ଦ ଥିବାରୁ ଅଳ୍ପଦିନ ମଧ୍ୟରେ ‘ଷ୍ଟେଜ୍‌ ଅନ୍‌ ଓ୍ବେବ୍‌’ ଓ ‘ଷ୍ଟେଜ୍‌ ଅନ୍‌ ସୋସିଆଲ୍‌ ମିଡିଆ’ କରାଯିବ। ଏହା ମାଧ୍ୟମରେ ଛୋଟ ଛୋଟ ସଚେତନ ବାର୍ତ୍ତା ଦେବାରେ କଳାକାରଙ୍କୁ ସାମିଲ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅନ୍‌ଲକ୍‌ରେ କଳାକାରଙ୍କୁ ‘ଷ୍ଟେଜ୍‌ ଅନ୍‌ ହୁଇଲ୍‌’ ମାଧ୍ୟମରେ ଅଧିକ ସକ୍ରିୟ କରାଯିବ ବୋଲି ନିର୍ଦ୍ଦେଶକ ଦାସ ସୂଚନା ଦେଇଥିଲେ। ଏଥିପାଇଁ ଅନ୍ତର୍ଜାତୀୟ ସଂସ୍ଥା ୟୁନିସେଫ୍‌ ଓ ଅନ୍ୟ ସରକାରୀ ଅନୁଷ୍ଠାନର ବୈଷୟିକ ପରାମର୍ଶ ନିଆଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri