Categories: ଖେଳ

ଲୋକକଳାକୁ ପ୍ରାଧାନ୍ୟ

ହାଙ୍ଗଝୋ,୨୪ା୯: ବିଶ୍ୱର ଯେ କୌଣସି କ୍ରୀଡା ଇଭେଣ୍ଟରେ ନାମୀଦାମୀ ରାପର ଓ କଳାକାର ମାନଙ୍କୁ ଦେଖିବାକୁ ମିଳିଥାଏ। ମାତ୍ର ଚାଇନାରେ ଅନୁଷ୍ଠିତ ୧୯ ତମ ଏସିଆନ୍‌ ଗେମ୍ସରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ କଳାକାରଙ୍କୁ ସ୍ଥାନ ମିଳି ନ ଥିବା ବେଳେ ଚୀନ୍‌ର ସ୍ଥାନୀୟ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ବିଭିନ୍ନ ଲୋକ ନୃତ୍ୟ ସହିତ ହାଙ୍ଗଝୋର ଇତିହାସକୁ ଦେଖାଇବାକୁ ପ୍ରୟାସ କରାଯାଇଥିଲା। ଏହା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଚୀନ୍‌ର ବୈଷୟିକ ପ୍ରଗତିକୁ ପ୍ରଦର୍ଶିତ କରାଯାଇଥିଲା। ଚୀନ୍‌ରେ ପ୍ରବାହିତ ହେଉଥିବା ନଦୀ ଗୁଡିକର ଭିଜୁଆଲ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Share