ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଅତ୍ୟନ୍ତ କମ୍ ଦୃଶ୍ୟମାନତା ମଧ୍ୟରେ କେବଳ ଗୋଟିଏ ବିମାନ ଉଡ଼ାଣ କରିପାରିଥିଲା। ଯେତେବେଳେ ଅନେକ ବିମାନ ରନଓ୍ବେରେ ଫସି ରହିଥିଲା। ଯାହା ଫଳରେ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।
ସୂଚନା ଅନୁଯାୟୀ, ସକାଳଠାରୁ ଘନ କୁହୁଡ଼ି ବିମାନବନ୍ଦର ପରିସର ଏବଂ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି କବଳିତ ହୋଇ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭୁବନେଶ୍ୱର ଏବଂ କଟକର ଅନେକ ସ୍ଥାନରେ ଦୃଶ୍ୟମାନତା ୫୦ ମିଟର ତଳେ ରେକର୍ଡ କରାଯାଇଥିଲା, ଯାହା ଫଳରେ ବିମାନର ସୁରକ୍ଷିତ ଚଳାଚଳ କଷ୍ଟକର ହୋଇଥିଲା। ଏହା ଯୋଗୁ ରନଓ୍ବେରେ ଅନେକ ବିମାନ ଫସି ରହିଥିଲା। ଫଳରେ ଅନେକ ପ୍ରସ୍ଥାନ ଏବଂ ଆଗମନ ବିଳମ୍ବ ହୋଇଥିଲା। ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ବିମାନ କମ୍ପାନୀ ସେମାନଙ୍କ ବିମାନ ସୂଚୀରେ ବାଧା ସୃଷ୍ଟି ହୋଇଥିବା ନିଶ୍ଚିତ କରିଛନ୍ତି।


