Categories: ଜାତୀୟ

ନିର୍ବାଚନ ସମୟରେ ଗୋଖାଦ୍ୟ ଦୁର୍ନୀତି ଫଇସଲା: ୭୫ ଦୋଷୀ, ୬ ଫେରାର୍‌ …

ପାଟନା, ୧୫।୨ : ବିଧାନସଭା ନିର୍ବାଚନ ସମୟରେ ପୁଣି ବିହାରରେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ରାଜନୈତିକ ସ୍ଥିତି ସରଗରମ ହୋଇଉଠିଛି। ୫ ରାଜ୍ୟର ବିଧାନସଭାରୁ ଫାଇଦା ନେବା ପାଇଁ କେନ୍ଦ୍ର ସରକାର ଏଭଳି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ୨୬ ବର୍ଷ ପୁରୁଣା ଗୋଖାଦ୍ୟ ଦୁର୍ନୀତ ମାମଲାରେ ଲାଲୁ ଯାଦବଙ୍କ ସମେତ ୭୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ପ୍ରମାଣ ଅଭାବରୁ ୨୪ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅପରପକ୍ଷରେ ୬ ଜଣ ଫେରାର ହୋଇଛନ୍ତି।

ଏହି ମାମଲାରେ ୫୭୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଗୋଖାଦ୍ୟ ଦୁର୍ନୀତି ସହିତ ଜଡ଼ିତ ହୋଇଥିବା ପଞ୍ଚମ ମାମଲାରେ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପୂର୍ବରୁ ଚାରିଟି ଚୋରାଚାଲାଣ ମାମଲାରେ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ମୋଟ ସାଢ଼େ ୨୭ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଏହା ସହିତ ତାଙ୍କୁ ଏକ କୋଟି ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ପ୍ରଥମେ ୧୭୦ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା।

ଏଥିମଧ୍ୟରୁ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ସାରିଛି। ପ୍ରତିପକ୍ଷଙ୍କ ଦ୍ୱାରା ୨୫ ଜଣ ସାକ୍ଷୀ କୋର୍ଟରେ ସାକ୍ଷ୍ୟ ପାଇଁ ଉପସ୍ଥାପିତ ହୋଇଥିଲେ। ଏହି ମାମଲାର ଶୁଣାଣି ସମୟରେ କୋର୍ଟରେ ସିବିଆଇ ଦ୍ୱାରା ମୋଟ ୧୫ ଟି ଟ୍ରଙ୍କରେ ଭର୍ତ୍ତି ହୋଇଥିବା ଦସ୍ତାବିଜ୍‌ ଉପସ୍ଥାପନ କରାଯାଇଥିଲା।

Share