Posted inଜାତୀୟ

ଲାଲୁ ଯାଦବଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ପାଟନା,୧୮।୮: ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ପୁଣିଥରେ ବଢିପାରେ। ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବା ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୫ରେ ହେବ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି କରିବାକୁ ଦାବି କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଶୁଣାଣି ପାଇଁ ରାଜି ହୋଇଛନ୍ତି। ବର୍ତ୍ତମାନ ୨୫ଅଗଷ୍ଟରେ ଏହି ମାମଲାର ଶୁଣାଣି ହେବ। ଦୁମକା, ଡୋରାଣ୍ଡା, ଚାଇବାସା ଏବଂ ଦେଓଗର ମାମଲାରେ ଜାମିନକୁ ଚ୍ୟାଲେଞ୍ଜ ଦିଆଯାଇଛି।

ମାର୍ଚ୍ଚ ୨୭ରେ ସିବିଆଇର ଅନ୍ୟ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ନୋଟିସ ଜାରି କରିଥିଲେ। ସିବିଆଇର ଆବେଦନକୁ ମୂଳ ଆବେଦନ ସହିତ ସୁପ୍ରିମକୋର୍ଟ ଯୋଡି ଦେଇଥିଲେ। ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଲାଲୁ ଯାଦବଙ୍କୁ ଦିଆଯାଇଥିବା ଜାମିନ ରଦ୍ଦ କରିବାକୁ ସିବିଆଇ ଦାବି କରିଛି। ସୁପ୍ରିମକୋର୍ଟରେ ଝାଡଖଣ୍ଡ ହାଇକୋର୍ଟର ଜାମିନ ଆଦେଶକୁ ସିବିଆଇ ଚ୍ୟାଲେଞ୍ଜ କରିଛି। ଝାଡଖଣ୍ଡର ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଲାଲୁଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲାଲୁ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଚୋରା ସ୍କାମରେ ୫ବର୍ଷ ଦଣ୍ଡିତ କରାଯାଇଥିଲା। ଏଥିସହ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri